Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଏରସମା, 23/06/2026, ବିକ୍ରମ ଓଡ଼ିଶା ନିୟୁଜ: ଏରସମାରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ===-===-===

ଏରସମା : ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ବିକାଶର ଧାରା ଓଡିଶା ସାରା ପରିପ୍ରେକ୍ଷୀରେ ଏରସମା ବ୍ଲକ୍ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଏରସମା ମଣ୍ଡଳ ଉନ୍ନୟନ ଅଧିକାରୀ ଦାଶରଥି ଜେନା କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ରାଜ୍ୟ ସରକାରଙ୍କ ଜାତି ଓ ଜନଜାତି ସମ୍ପର୍କିତ ବିଭିନ୍ନ ଯୋଜନା ଓ ତାର ସଫଳ ରୂପାୟନ ପରିପ୍ରେକ୍ଷୀରେ,ମାଟ୍ରିକ ପୂର୍ବ ଓ ପରବର୍ତ୍ତୀ ଛାତ୍ରବ୍ରୃତ୍ତି ଯୋଜନା, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା,ଜଙ୍ଗଲ ଜମି ଅଧିକାର ଆଇନ,ପ୍ରଧାନ ମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଓ ଆନ୍ତର୍ଜାତୀୟ ବିବାହ ପ୍ରୋତ୍ସାହନ ଯୋଜନା ପ୍ରଭ୍ରୃତି ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଲେଙ୍କା,ଆକାଉଣ୍ଟସ୍ ଅଫିସର ପ୍ରତିମା କୁମାରୀ ସାହୁ,ସେକ୍ସନ ଅଫିସର ପ୍ରଦୀପ କୁମାର ବାରିକ, ଡବ୍ଲ୍ୟୁ ଇ ଓ ରଶ୍ମି ଦେବୀ ଓ ଯୁବ ଗାଳ୍ପିକ ଦୀପ୍ତି ଖଣ୍ଡୁଆଳ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସାମାଜିକ କର୍ମୀ ଗୈାରାଙ୍ଗ ହେମ୍ବ୍ରମ,ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପାଇଥିବା ମାନି ହେମ୍ବ୍ରମ, ମଠସାହି ଆଶ୍ରମ ସ୍କୁଲ୍ ପ୍ରଧାନ ଶିକ୍ଷକ ତପନ କୁମାର ଦାଶ,ପଦ୍ମପୁର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅନିମା ମହାନ୍ତି ଓ ପାଲା ଗାୟୀକା ରଶ୍ମିତା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।