Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଏରସମା, 23/06/2026, ବିକ୍ରମ ଓଡ଼ିଶା ନିୟୁଜ: ଏରସମା ଶାଖା କାର୍ଯ୍ୟାଳୟ ଗୃହର ଭୂମିପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ===-===-===

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବଜାର ଠାରେ ପ୍ରାୟ ୪୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଯାଉଥିବା,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା କାର୍ଯ୍ୟାଳୟର ଭୂମି ପୂଜନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏରସମା ଶାଖା ପରିଚାଳକ କ୍ଷେତ୍ର ମୋହନ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ସାରଦା ପ୍ରସନ୍ନ ଜେନା ମୂଖ୍ୟ ଅତିଥି ଭାବରେ ଯୋଗଦେଇ, ଏରସମା ଶାଖା କାର୍ଯ୍ୟାଳୟ ଗୃହ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏରସମା ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର,କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ ଉପ ସଭାନେତ୍ରୀ ଆରତୀ ମହାନ୍ତି,ଡାଇରେକ୍ଟର ସରୋଜ କୁମାର ମହାପାତ୍ର,ବାଲିତୁଠ ପ୍ରାଥମିକ ସେବା ସମବାୟ ସମିତି ସଭାପତି ହରିହର ଲିଙ୍ଗରାଜ ମହାନ୍ତି,ଚଟୁଆ ପ୍ରାଥମିକ ସେବା ସମବାୟ ସମିତି ସଭାପତି ସଞ୍ଜୟ କୁମାର ମହାନ୍ତି, ଢିଙ୍କିଆ ସେଵା ସମବାୟ ସମିତି ସଭାପତି ଅକ୍ଷୟ ବେହେରା, ଏରସମା ପ୍ରାଥମିକ ସେବା ସମବାୟ ସମିତି ସଭାପତି ଦେବେନ୍ଦ୍ର କୁମାର ଜେନା, ସମ୍ପାଦକ ସୂର୍ଯ୍ୟକାନ୍ତ ଲେଙ୍କା, ଦିବ୍ୟଜ୍ୟୋତି ନାୟକ, ସନ୍ତୋଷ କୁମାର ଦାସ, ସରୋଜ କୁମାର ନାୟକ, ରମାକାନ୍ତ ସ୍ଵାଇଁ ପ୍ରମୁଖଙ୍କ ସମେତ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତିର ସଭାପତି ଓ ସମ୍ପାଦକ ମାନେ ଯୋଗଦେଇ ଥିଲେ।
