Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l 1

ସୁବର୍ଣ୍ଣପୁର, 23/06/2026, ବିକ୍ରମ ଓଡ଼ିଶା ନିୟୁଜ: ଅଲିଭା ମହାସଂଘ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅନୁଷ୍ଠିତ l‎ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲା
Article Image
‎ତରଭା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ଦି ହଙ୍ଗର୍ ପ୍ରୋଜେକ୍ଟ ପକ୍ଷରୁ ବ୍ଲକ ପ୍ରଶାସନିକ ଅଧିକାରୀ ଓ ଅଲିଭା ଗ୍ରାମ ପଞ୍ଚାୟତ ମହିଳା ପ୍ରତିନିଧି ମହାସଂଘ ସଦସ୍ୟା ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ହଙ୍ଗର ପ୍ରୋଜେକ୍ଟ ଇଣ୍ଡିଆ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କ୍ଷେତ୍ରସହଯୋଗୀ ଧନୁର୍ଦ୍ଧର ନାଏକ ସମସ୍ତଙ୍କୁ ସ୍ବାଗତ ଜଣାଇଥିବା ବେଳେ ତାଲିମ୍ ପ୍ରଶିକ୍ଷକ ଗୁଣନିଧି ମାଝୀ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି ସଭl କାର୍ଯ୍ୟ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବରେ ତରଭା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାନନ୍ଦ କର୍ମୀ ଯୋଗଦେଇ ମହିଳା ହିଂସା, ଲିଙ୍ଗଗତ ଭେଦଭାବ ସହ ଅଲିଭା କାର୍ଯ୍ୟକ୍ରମକୁ ପ୍ରଶଂସା କରି ସହଯୋଗ କରିବି ବୋଲି ମତ ରଖିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର କର୍ଣ୍ଣ ଭତ୍ତା ସମସ୍ୟା, ଆଧାର ଲିଙ୍କ, ଜାତୀୟ ପରିବାର ମଙ୍ଗଳ ଯୋଜନା ର ନୂତନ ମାର୍ଗଦର୍ଶିକା ବିଷୟରେ ଅବଗତ କରିଥିଲେ l ଓଡିଶା ଜୀବନଜୀବିକା ମିଶନର ବି ପି ଏମ ମନୋଜ ବାଘ ସରକାରୀ ଅଧିନରେ ଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ର ଯୋଜନା ଓ ସମସ୍ୟା ଉପରେ ମତ ରଖିଥିଲେ l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମହାପାତ୍ର, ନୂତନ ଶିକ୍ଷା ନୀତି, ବାଳିକା ମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ସହ ଛାତ୍ର ବୃତ୍ତି ଉପରେ ଦିଗଦର୍ଶନ ଦେଇଥିଲେ l ଯୋଗାଣ ନିରୀକ୍ଷକ ସଂଗୀତା ମହାପାତ୍ର ରାସନ କାର୍ଡରେ ଇ କେ ୟୁଇ ସି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣl ଯୋଜନା ଓ ବ୍ଲକ ପ୍ରାଣିଚିକିତ୍ସକ ଅଧିକାରୀ ହରିହର ଧରୁଆ ତାଙ୍କ ଅଧୀନରେ ଥିବା ଯୋଜନା ବିଷୟ ରେ କହିଥିଲେ l ଅଲିଭା ମହାସଂଘର ସଭାନେତ୍ରୀ ଆହୁତି କୁମ୍ଭାର ଓ ସମ୍ପାଦିକା କାମିନୀ ମିଶ୍ର ସଂଘର କାର୍ଯ୍ୟକ୍ରମ ରୂପ ରେଖ ଓ କରିଥିବା କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ l ସେହି କାର୍ଯ୍ଯକ୍ରମରେ ତରଭା ବ୍ଲକର ୧୫ ଟି ପଞ୍ଚାୟତରୁ ସର୍ବମୋଟ ୪୩ ଜଣ ମହିଳା ପ୍ରତିନିଧି ( ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର ଉପସ୍ଥିତ ରହି ନିଜ ଗ୍ରାମ ପଞ୍ଚାୟତର ସମସ୍ୟା ଗୁଡିକ ଉପସ୍ଥାପନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅଲିଭା ମହାସଂଘର ସଦସ୍ୟାଙ୍କ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ଉପସ୍ଥିତ ଅଧିକାରୀ ମାନଙ୍କୁ ଦିଆଯାଇଥିଲା l  ଏଥିରେ ଜିତେନ୍ଦ୍ର ସାହୁ ସହଯୋଗ କରିଥିବା ବେଳେ ଅଲିଭା ମହାସଂଘର ସଭାନେତ୍ରୀ ଆହୁତି କୁମ୍ଭାର ଧନ୍ୟବାଦ୍ ଅର୍ପଣ କରିଥିଲେ l ରିପୋର୍ଟ - ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର