Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଶିଶୁ ଶ୍ରମ ନିରାକରଣ ଅଭିଯାନ: ସୁବର୍ଣ୍ଣପୁରରେ ୬ କିଶୋର ଶ୍ରମିକ ଉଦ୍ଧାର l 1

ସୁବର୍ଣ୍ଣପୁର, 23/06/2026, ବିକ୍ରମ ଓଡ଼ିଶା ନିୟୁଜ: ଶିଶୁ ଶ୍ରମ ନିରାକରଣ ଅଭିଯାନ: ସୁବର୍ଣ୍ଣପୁରରେ ୬ କିଶୋର ଶ୍ରମିକ ଉଦ୍ଧାର l
Article Image
ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (ଡିସିପିୟୁ), ଚାଇଲ୍ଡଲାଇନ୍ ଏବଂ ପୋଲିସ ପ୍ରଶାସନର ସମନ୍ୱୟରେ ଏକ ଯୁଗ୍ମ ଚଢ଼ାଉ ଓ ଉଦ୍ଧାର ଅଭିଯାନ କରାଯାଇଥିଲା।ଏହି ଅଭିଯାନ ସମୟରେ ଜିଲ୍ଲାର ବିଭିନ୍ନ ଦୋକାନ, ହୋଟେଲ, ଗ୍ୟାରେଜ, ସୁନା ଦୋକାନ ଓ କାର୍ଯ୍ୟଶାଳାରେ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ମୋଟ ୬ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତ କିଶୋରଙ୍କୁ ପରବର୍ତ୍ତୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁବର୍ଣ୍ଣପୁର ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।ଅଭିଯାନ ଅବସରରେ ଯୁଗ୍ମ ଦଳ ପକ୍ଷରୁ ନିଯୁକ୍ତିଦାତା ଏବଂ ଶ୍ରମିକମାନଙ୍କ ମଧ୍ୟରେ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଇଥିଲା। ସେହିପରି ନିଷିଦ୍ଧ ବୃତ୍ତି ଓ ପ୍ରକ୍ରିୟାରେ ଶିଶୁ ଓ କିଶୋରମାନଙ୍କୁ ନିୟୋଜିତ କରିବାର ଆଇନଗତ ପରିଣାମ ଓ ଦଣ୍ଡବିଧାନ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଯାଇଥିଲା।ସମ୍ପୃକ୍ତ ଆଇନ ଓ ନିୟମାବଳୀ ଅନୁଯାୟୀ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଉଦ୍ଧାର ହୋଇଥିବା କିଶୋରମାନଙ୍କର ପୁନର୍ବାସ ବ୍ୟବସ୍ଥା ଆରମ୍ଭ କରାଯାଇଛି।ଏହି ଉଦ୍ଧାର ଅଭିଯାନରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦିବ୍ୟ ଶଙ୍କର ଧରୁଆଙ୍କ ସମେତ ଶ୍ରମ ବିଭାଗର କର୍ମଚାରୀ, କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ରଂଜିତା ସାହୁ, ଶିଶୁ ମଙ୍ଗଳ କମିଟିର ସଦସ୍ୟବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଅଧିକାରୀ ଏବଂ ପୋଲିସ ବିଭାଗର କର୍ମଚାରୀମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ l ରିପୋର୍ଟ - ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର