Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ସୁବର୍ଣ୍ଣପୁର, 23/06/2026, ବିକ୍ରମ ଓଡ଼ିଶା ନିୟୁଜ: ବୌଦ୍ଧ ଜିଲ୍ଲାରେ ଭୋଟର ତାଲିକାର ୯୭ ପ୍ରତିଶତ ଡିଜିଟାଇଜେସନ୍ ସହିତ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି lସୁବର୍ଣ୍ଣପୁର

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜିଲ୍ଲା ନିର୍ବାଚନ ଶାଖାରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାରେ ମୋଟ ଏନୁମେରେସନ୍ ଫର୍ମ (EFs) ବଣ୍ଟନ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏପର୍ଯ୍ୟନ୍ତ ୯୯.୯୨ ପ୍ରତିଶତ ଏନୁମେରେସନ୍ ଫର୍ମ ବଣ୍ଟନ କରାଯାଇଛି।ସେହିପରି, ସଂଗୃହୀତ ଏନୁମେରେସନ୍ ଫର୍ମଗୁଡ଼ିକର ଡିଜିଟାଇଜେସନ୍ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ପ୍ରାୟ ୯୭ ପ୍ରତିଶତ ଫର୍ମ ଡିଜିଟାଇଜ୍ କରାଯାଇଛି।ବିଧାନସଭା ନିର୍ବାଚନ ମଣ୍ଡଳୀ- ୮୫-କଣ୍ଟାମାଳ ରେ ୯୭.୬୧ ପ୍ରତିଶତ ଫର୍ମ ଡିଜିଟାଇଜ୍ କରାଯାଇଛି।ସେହିପରି ୮୬-ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୯୬.୩୪ ପ୍ରତିଶତ ଫର୍ମ ଡିଜିଟାଇଜ୍ କରାଯାଇଛି।ଜିଲ୍ଲା ପ୍ରଶାସନ , ନିର୍ବାଚନ ଶାଖା , ସମସ୍ତ ବି ଡି ଓ ଙ୍କ ସହିତ ବିଏଲଓ, ସୁପରଭାଇଜର ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନଙ୍କ ନିରନ୍ତର ପ୍ରୟାସ ଯୋଗୁଁ ଏହି କାର୍ଯ୍ୟ ସଫଳତାର ସହ ଆଗେଇ ଚାଲିଛି। ଅବଶିଷ୍ଟ ଫର୍ମଗୁଡ଼ିକର ସଂଗ୍ରହ ଓ ଡିଜିଟାଇଜେସନ୍ କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବୌଦ୍ଧ, ବିଭୂତି ଭୂଷଣ ନାୟକ ଏବଂ ଇ ଆର୍ ଓ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ ଉପ ଜିଲ୍ଲାପାଳ ବିନୟ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମର ଅଗ୍ରଗତିର ନିୟମିତ ସମୀକ୍ଷା କରାଯାଉଛି l ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ସମସ୍ତ କାର୍ଯ୍ୟ ଯଥା ସମୟରେ ସମ୍ପନ୍ନ କରାଯାଉଛି ବୋଲି ଡି ସି ନିର୍ବାଚନ, ମନସିତ୍ ସ୍ୱରୂପ ଜଣାଇଛନ୍ତି l ରିପୋର୍ଟ - ଉଗ୍ରସେନ କର୍ମୀ