Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଡ଼ତିରା ଗ୍ରାମରେ ରଜ ମହୋତ୍ସବ
ତିର୍ତ୍ତୋଲ:-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ଜଡ଼ତିରା ପଞ୍ଚାୟତରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ରଜ ମହୋତ୍ସବ ରେ କୁନି କୁନି ପିଲା ମାନଙ୍କ ପାଇଁ ଖେଳ ଓ ନାଚ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ରାତିରେ କୁନି କୁନି ପିଲା ମାନଙ୍କ ଦ୍ଵାରା ଗୀତ ନାଚ ଓ ରଜ ରାଜା ରାଣୀ କାଯ୍ୟକ୍ରମ ର ଆୟୋଜନ ହୋଇଥିଲା।ଏହି ରଜ ମହୋତ୍ସବ କୁ ଜଡ଼ତିରା ସରପଞ୍ଚ ଶିବପ୍ରସାଦ ସାହୁ,ଦେବେନ୍ଦ୍ର ପଣ୍ଡା,ପିତାମ୍ବର ପରିଡା,ସତ୍ୟବ୍ରତ ପରିଡା,ଜଗନ୍ନାଥ ପଣ୍ଡା,ପ୍ରକାଶ ସ୍ୱାଇଁ,ରଶ୍ମିରଂଜନ ପଣ୍ଡା ଓ ଗ୍ରାମବାସୀ ବୃନ୍ଦ ମିଶି ଏହି ରଜ ମହୋତ୍ସବ କୁ ଦାୟିତ୍ୱର ସହ ତୁଲାଇ ଥିଲେ।ଏଥିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ମାନେ ଯୋଗଦେଇ ଥିଲେ।