Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ନିର୍ଦେଶ କୁ ଫୁ..... 2

ଜଗତସିଂହପୁର, 23/06/2026, ବିକ୍ରମ ଓଡ଼ିଶା ନିୟୁଜ: ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ନିର୍ଦେଶ କୁ ଫୁ.....ଜଗତସିଂହପୁରତା =23/6/26ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ପତ୍ର ସଂଖ୍ୟା =14345/2/6/26 ଅନୁସାରେ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଶ୍ରୀ ଶ୍ରୀ ଅଟଳ ବଳଦେବଜୀଉ ହାଇସ୍କୁଲ ର ଦୁଇ ଜଣ ଶିକ୍ଷୟତ୍ରୀ ପ୍ରଧାନ ଶିକ୍ଷକ କୁ ପ୍ରମୋସନ ହୋଇଛନ୍ତି | କ୍ରମିକ ନମ୍ବର 24 ରେ ଶିକ୍ଷୟତ୍ରୀ ଦିପ୍ତିମୟୀ ଦାଶ ଙ୍କ ର ହାଜିପୁର ନୋଡାଲ ହାଇସ୍କୁଲ କୁ ହେଡ଼ ମାଷ୍ଟର ଭାବେ ପ୍ରମୋସନ ହୋଇଛି ଏବଂ କ୍ରମିକ ନମ୍ବର =45ରେ ଶିକ୍ଷୟତ୍ରୀ ଗୋଲାପ ମଞ୍ଜରୀ ମିଶ୍ର ଙ୍କ ର ପୁନଙ୍ଗ ନରେନ୍ଦ୍ରନାଥ ବିଦ୍ୟାପୀଠ କୁ ହେଡ଼ ମାଷ୍ଟର ଭାବେ ପ୍ରମୋସନ ହୋଇଛନ୍ତି | ଶିକ୍ଷୟତ୍ରୀ ଗୋଲାପ ମଞ୍ଜରୀ ମିଶ୍ର ଜୁନ ପାଞ୍ଚ ତାରିଖରେ ରେରିଲିଭ ହୋଇ ନରେନ୍ଦ୍ର ନାଥ ବିଦ୍ୟାପୀଠ ପୁନଙ୍ଗ ରେ ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ ରେ ଯୋଗଦେଇଛନ୍ତି | ହେଲେ ଶିକ୍ଷୟତ୍ରୀ ଦିପ୍ତିମୟୀ ଦାଶ ଙ୍କୁ ଏ ପର୍ଯ୍ୟନ୍ତ ରିଲିଭ କରାଯାଇନାହିଁ | ଦୀପ୍ତି ମୟୀ ସେହି ସ୍ଥାନରେ ଗଦିମାଡି ବସିଛନ୍ତି | ଯାହାକି ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ଆଦେଶକୁ ସମ୍ପୂର୍ଣ ଅଣଦେଖା କରାଯାଇଛି | ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଜଣେ କର୍ମଚାରୀ ଙ୍କ ଆଦେଶ ରେ ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନ ପ୍ରଭା ରାଉତରାୟ ଙ୍କୁ ଶିକ୍ଷୟତ୍ରୀ ଦିପ୍ତିମୟୀ ଦାଶ ଙ୍କୁ ରିଲିଭ ନକରିବାକୁ ବାଧ୍ୟ୍ୟ କରାଯାଉଛି | ଏଥିନେଇ ଦିପ୍ତିମୟୀ ଦାଶ ପ୍ରମୋସନ ମଧ୍ୟ୍ୟ ଫରଗୋ କରିନାହାନ୍ତି | ଗୋଟିଏ ଚିଠି ରେ ଦୁଇ ଜଣଙ୍କୁ ରିଲିଭ ନ କରି ପ୍ରଧାନ ଶିକ୍ଷୟତ୍ରୀ ଏ ପରି କାହିଁକି କରୁଛନ୍ତି ତାହା ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଦିପ୍ତିମୟୀ ଙ୍କୁ ତୁରନ୍ତ ରିଲିଭ କରିବାକୁ ଅଂଚଳବାସୀ ଦାବି କରିଛନ୍ତି | ଖବର ନେବାରେ ଜଣା ପଡିଛି ପଳାଶୋଳ ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନ ପ୍ରଭା ରାଉତରାୟ ଚଳିତ ମାସ ତିରିଶି ତାରିଖ ରେ ଅବସର ଗ୍ରହଣ କରିବେ ତାଙ୍କ ସ୍ଥାନରେ ଦିପ୍ତିମୟୀ ହେଡ଼ ମାଷ୍ଟର ଭାବେ କାର୍ଯ୍ୟ ରେ ଯୋଗଦେବେ | ଏଥିପାଇଁ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ ସହ ମୋଟା ଆକାର ରେ ମୁନାଫା କାରବାର ହୋଇଥିବା ବିଶେଷ ସୂତ୍ରରୁ ଖବର ମିଳିଛି | ଯେଉଁଥି ପାଇଁ ଓଡିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଙ୍କ ନିଦେଶକୁ ଖୋଲାଖୋଲି ଉଲଂଘନ କରାଯାଉଛି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ