Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଡିଏସଡ଼ବ୍ଲୁଓ ତନୁପ୍ରଭା ବେଉରା ଅଙ୍ଗନବାଡ଼ି କେନ୍ଦ୍ରର କୋୖଣସି ସମସ୍ୟା 1

କାକଟପୁର, 14/07/2026, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର ତା ୧୪/୭ - ପୁରୀ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଡିଏସଡ଼ବ୍ଲୁଓ ତନୁପ୍ରଭା ବେଉରା ଅଙ୍ଗନବାଡ଼ି କେନ୍ଦ୍ରର କୋୖଣସି ସମସ୍ୟା ସମାଧାନ ନକରିବା , ଅଙ୍ଗନବାଡ଼ି କେନ୍ଦ୍ରକୁ ଆସୁଥିବା ଅନୁଦାନ ରାଶିର ହେରଫେର , ବିଭିନ୍ନ ଯୋଜନାର ଅନୁଦାନ ରାଶି ଖର୍ଚ୍ଚ ହୋଇନପାରି ପଡିରହିବା , ଅଙ୍ଗନବାଡି କର୍ମୀଙ୍କ ଉପରେ ଚାପ ପକାଇବା ଆଦି ଏକାଧିକ ଘଟଣାର ମିଥ୍ୟା ଆରୋପ ଲଗାଇ ସମାଜମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେଉରାଙ୍କ ନାମରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାକୁ ପୁରୀ ଜିଲ୍ଲା ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ କାକଟପୁର ବ୍ଳକର ସଭାନେତ୍ରୀ ତଥା ସଙ୍ଘର ଜିଲ୍ଲା କୋଷାଧ୍ୟକ୍ଷା ପ୍ରିୟମ୍ବଦା ମିଶ୍ରଙ୍କ ସମେତ କାକଟପୁର ବ୍ଲକର ବହୁ ଅଙ୍ଗନବାଡି କର୍ମୀ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଅଭିଯୋଗ ସଂପୂର୍ଣ୍ଣ ଭାବେ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ଶ୍ରୀମତୀ ମିଶ୍ର ପ୍ରକାଶ କରିଛନ୍ତି l ପୁରୀ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀ ଭାବେ ତନୁପ୍ରଭା ବେଉରା କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଜିଲ୍ଲାରେ ପୋଷଣ ଅଭିଯାନ ଯଥେଷ୍ଠ ଆଗରେ ଥିବା ବେଳେ ସରକାରୀ ଅନୁଦାନ ଅର୍ଥର ସଦୁପଯୋଗ ସାଙ୍ଗକୁ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ପ୍ରିସ୍କୁଲ କିଟ୍ , ପୋଷଣ ବ୍ୟାନର , ଜ୍ଞାନ କେନ୍ଦ୍ରକୁ ଆସୁଥିବା ଟଙ୍କା ଓ ଅନ୍ୟାନ ଉପକରଣ କିଣାରେ ସମାଜମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେଉରାଙ୍କ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ କୋୖଣସି ସଂପୃକ୍ତି ନାହିଁ l ସରକାରୀ ଗାଇଡ଼ ଲାଇନ ଅନୁଯାଇ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀମାନେ ଜିନିଷ କ୍ରୟ କରୁଥିବା ବେଳେ ୟୁସି ଦାଖଲ କରିସାରିବା ପରେ କେନ୍ଦ୍ରର ଵ୍ୟାଙ୍କ ଜମା ଖାତାକୁ ଟଙ୍କା ପଠାଯାଇଥାଏ l ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରିଣୀ ଭାବେ ସମାଜମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେଉରାଙ୍କ ଅନେକ ସୁନାମ ରହିଛି l କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ ସ୍ୱାର୍ଥ ସାଧନ ହୋଇନପାରିବାରୁ ସେମାନେ ସମାଜମଙ୍ଗଳ ଅଧିକାରୀଙ୍କ ବଦଳି ଦାବୀ ସହ ତାଙ୍କ ନାମରେ ଏଭଳି ମିଥ୍ୟା ଅପପ୍ରଚାର ଚଳାଇଛନ୍ତି ବୋଲି ବହୁ କର୍ମୀ ମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସଂଘର କାକଟପୁର ବ୍ଳକ ସଭାନେତ୍ରୀ ଶ୍ରୀମତୀ ମିଶ୍ରଙ୍କ ସହ ବିଦୁଲତା ମହାରଣା , ଚିରସ୍ମିତା ଲେଙ୍କା , ଯଶୋଦା ସେନାପତି , ଜୟଶ୍ରୀ ତ୍ରିପାଠୀ , ସୁମିତ୍ରା ଭୋଇ , ଅହଲ୍ୟା ସୁନ୍ଦରୀ ଦେଇ , ଝୁନା କୁମାରୀ ଦେଇ , ମାନସୀ ଦଳାଇ , ଲଳିତା କୁମାରୀ ଦେଇଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ l
Article Image