Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ମଙ୍ଗଳା ମନ୍ଦିରରେ ଗହ୍ମାପର୍ବ ପାଳିତ 1

କାକଟପୁର, 28/08/2026, ବିକ୍ରମ ଓଡ଼ିଶା ନିୟୁଜ: ମଙ୍ଗଳା ମନ୍ଦିରରେ ଗହ୍ମାପର୍ବ ପାଳିତକାକଟପୁର ୨୭/୮ :- (ତୁଷାର ଦୀକ୍ଷିତ )କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ଗହ୍ମା ପୁର୍ଣିମା ଅବସରରେ ଗହ୍ମା ପର୍ବ ପାଳିତ ହୋଇଯାଇଅଛି. ପାରମ୍ପରିକ ରୀତିନୀତି ଅନୁଯାୟୀ ମା'ଙ୍କର ମଙ୍ଗଳ ଆଳତି, ସ୍ନାନ ମାର୍ଜନା ପରେ ବଲ୍ଲବ ଓ ସକାଳ ଧୂପ ସରିବା ପରେ ଦୁଇ ପ୍ରହର ଧୂପରେ ମା ଙ୍କୁ ପିଠା ଭୋଗ ଲାଗି କରାଯାଇଥିଲା. ଅପରାହ୍ନରେ ମନ୍ଦିର ଖୋଲାଯିବାପରେ ଉତ୍ତର ଦ୍ୱାର ନିକଟରେ ମାଟିରେ ନିର୍ମିତ ଗହ୍ମା ଅସୁରର ପ୍ରତିମୂର୍ତ୍ତି ନିର୍ମାଣ କରାଯାଇ ସେବକ ଓ ଶ୍ରଦ୍ଧାଳୁ ମାନେ ଗହ୍ମାସୁରକୁ ଏଣ୍ଡୁରି ପିଠା ଭୋଗଲାଗି କରିଥାନ୍ତି. ଏଠାରେ ସୂଚନା ଯୋଗ୍ୟକି ଗହ୍ମାସୁରକୁ ଭୋଗଲାଗି କରାଯିବାପରେ ଗହ୍ମାସୁର ପ୍ରତିମୂର୍ତ୍ତିରୁ ମାଟି ନେଇ ବିଭିନ୍ନ ଫଳ ପନିପରିବା ଗଛମୂଳେ ଦେଲେ ଅଧିକ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି l
Article Image