Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଦସ୍ତଖତ ଅଭିଯାନ ଶିବିର ଉଦଯାପିତ : ମଙ୍ଗଳବାର କୁଜଙ୍ଗ ତହସିଲ ଆଗରେ ବିକ୍ଷୋଭ : 3

କୁଜଙ୍ଗ , 16/09/2026, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗକୁ ଏନ୍ଏସି ଦାବି ::ଦସ୍ତଖତ ଅଭିଯାନ ଶିବିର ଉଦଯାପିତ :
Article Image
ମଙ୍ଗଳବାର କୁଜଙ୍ଗ ତହସିଲ ଆଗରେ ବିକ୍ଷୋଭ :
Article Image
କୁଜଙ୍ଗ 15/9 କୁଜଙ୍ଗକୁ ଏନ୍ଏସି ଦାବିରେ ଗତ ଆଠଦିନ ହେଲା କୁଜଙ୍ଗ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା l ଆଜି ରାତିରେ ଏହି ଦସ୍ତଖତ ଅଭିଯାନ ଶିବିର ଉଦଯାପିତ ହୋଇଛି l ଆସନ୍ତା ମଙ୍ଗଳବାର 22 ତାରିଖରେ ସଂଗ୍ରହୃତ ପାଞ୍ଚ ହଜାରରୁ ଉର୍ଦ୍ଧ ଦସ୍ତଖତ ସମ୍ବଳିତ ଦାବିପତ୍ର କୁଜଙ୍ଗ ତହସିଲଦାରଙ୍କ ଜରିଆରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବା ସହିତ ସେଦିନ କୁଜଙ୍ଗ ବାସିନ୍ଦା ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଆଜି ଅନୁଷ୍ଠିତ ସଭାରେ ମଞ୍ଚର ବରିଷ୍ଠ ଉପଦେଷ୍ଟା ବାବୁରାମ ଚୌଧୁରୀ ଘୋଷଣା କରିଛନ୍ତି l କୁଜଙ୍ଗ ଓକିଲ ସଂଘ ସମ୍ପାଦକ ରଂଜିତ ବିଶ୍ୱାଳ ଓ କୁଜଙ୍ଗ ଆଥଲେଟିକ କ୍ଲବ ସମ୍ପାଦକ ରଜନୀକାନ୍ତ ଗୁରୁ ଏହି ଆନ୍ଦୋଳନକୁ ସମର୍ଥନ କରି ଆନ୍ଦୋଳନ ତୀବ୍ର କରିବାକୁ ଆହ୍ୱାନ ଦେଇଥିଲେ l ମଞ୍ଚ ଆବାହକ ଡକ୍ଟର ରଘୁନାଥ ସାହୁ କହିଲେ ଯେ , ପୂର୍ବ ନବୀନ ବାବୁଙ୍କ ସରକାର କୁଜଙ୍ଗକୁ ଏନ୍ଏସି ଘୋଷଣା କରିଥିଲେ ଓ ବର୍ତ୍ତମାନର ମୋହନ ବାବୁଙ୍କ ସରକାର ତାହାକୁ କାର୍ଯ୍ୟକାରି କରିଥିଲେ କୁଜଙ୍ଗବାସିନ୍ଦା ଖୁସି ହୋଇଥାନ୍ତେ l ହେଲେ ଅଢେଇ ବର୍ଷର ସରକାର ଏପର୍ଯ୍ୟନ୍ତ ପୂର୍ବ ଘୋଷଣାକୁ କାର୍ଯ୍ୟକାରି ନକରିବା ଏହା ଏକ କୁଜଙ୍ଗକୁ ଅପମାନବୋଧ ଓ ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରି ହେଉଥିବା କହିଥିଲେ l ତେବେ ଗତ ବର୍ଷକ ତଳେ କୁଜଙ୍ଗକୁ ଏନ୍ଏସି ଘୋଷଣା ଦାବି କରି କୁଜଙ୍ଗ ବନ୍ଦ ଡାକରା ଦିଆଯାଇଥିବା ବେଳେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦ୍ୱୀପ ସରକୀଟ ହାଉସ ଠାରେ ମଞ୍ଚ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଏନ୍ଏସି ଘୋଷଣା କରିବେ ବୋଲି ପ୍ରତିଶୃତି ଦେବାରୁ ବନ୍ଦ ଡାକରା ପ୍ରତ୍ୟାହାର ହୋଇଥିଲା l ଇତି ମଧ୍ୟରେ କୁଜଙ୍ଗ ଭିତ୍ତିଭୂମି ନେଇ ଜିଲ୍ଲା ପ୍ରଶାସନ କୁଜଙ୍ଗକୁ ଏନ୍ଏସି ଘୋଷଣା ପାଇଁ ସମସ୍ତ ସରକାରୀ କାଗଜପତ୍ର କାମ ଶେଷ କରି ସରକାରଙ୍କୁ ସୁପାରିଶ କରିସାରିଛନ୍ତି l ସେପଟେ ପଂଚାୟତ ନିର୍ବାଚନ ବିଗୁଲ ବାଜିବା ଓ କୁଜଙ୍ଗ ଏନ୍ଏସି ଘୋଷଣା ଝୁଲି ରହିବା କୁଜଙ୍ଗ ଜନସାଧାରଣଙ୍କୁ ବ୍ୟଥିତ କରିଛି ବୋଲି ଆଜି ସଭାରେ ନାରୀନେତ୍ରୀ ଜିନମୟୀ ସାହାଣୀ , ପ୍ରିୟମ୍ବଦା ପାଣି , ହୃଷିକେଶ ନାଥ , ଡକ୍ଟର ଗଙ୍ଗାଧର ସାମନ୍ତରାୟ , ବିଜୟ ଖଟେଇ , ବିବେକାନନ୍ଦ ଦାସ , ଶରତ ଜେନା ଓ ରବୀନ୍ଦ୍ର ନାଥ ପ୍ରମୁଖ ସଭାରେ ବକ୍ତବ୍ୟ ପ୍ରଦାନ କରି କହିଥିଲେ l ଆଜି ସଭାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିଲା l