Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ରାଇରଙ୍ଗପୁର, 20/09/2026, ବିକ୍ରମ ଓଡ଼ିଶା ନିୟୁଜ: ମାସେ ହେଲା ମଟର ଖରାପ, ରେଙ୍ଗାଳବେଡାରେ ବସୁଧା ପାଣି ଯୋଗାଣ ବନ୍ଦରାଇରଙ୍ଗପୁର: ୨୦/୯ (ଶ୍ଯାମଳେନ୍ଦୁ ପରିଡା)
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ ଅନ୍ତର୍ଗତ ଚଢେଇପାହାଡି ପଞ୍ଚାୟତର ରେଙ୍ଗାଳବେଡା ଗାଁରେ ଦୀର୍ଘ ଦିନ ଧରି ବସୁଧା ପାଣି ଯୋଗାଣ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ମଟର ଖରାପ ହୋଇଥିବାରୁ ପ୍ରାୟ ମାସେ ହେଲା ଗ୍ରାମବାସୀଙ୍କୁ ବସୁଧା ଯୋଜନାର ପାଣି ମିଳୁନାହିଁ।
ପାନୀୟ ଜଳ ପାଇଁ ଗ୍ରାମବାସୀଙ୍କୁ ଦୂରଦୂରାନ୍ତରୁ ପାଣି ସଂଗ୍ରହ କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଏହା ଫଳରେ ବିଶେଷକରି ମହିଳା, ବୃଦ୍ଧ ଓ ଶିଶୁମାନେ ଅଧିକ ହଇରାଣ ହେଉଥିବା ଜଣାପଡ଼ିଛି।ମଟର ଖରାପ ହେବାର ଏକ ମାସ ବିତିଯାଇଥିଲେ ମଧ୍ୟ ଏହାର ମରାମତି କିମ୍ବା ପରିବର୍ତ୍ତନ କରାଯାଇନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଖରାପ ମଟର ମରାମତି କରି ବସୁଧା ପାଣି ଯୋଗାଣ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗ୍ରାମବାସୀଙ୍କ ପାନୀୟ ଜଳ ସମସ୍ୟାର ସମାଧାନ କରୁ ବୋଲି ଏହି ଦାବି ଜୋର ଧରିଛି।