Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଏମ ଏସ ଏକାଡେମୀର ୧୯୯୪ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଗୁରୁ ପୂଜନ ଉତ୍ସବ 1

ତିର୍ତୋଲ, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ଏମ ଏସ ଏକାଡେମୀର ୧୯୯୪ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଗୁରୁ ପୂଜନ ଉତ୍ସବତିର୍ତ୍ତୋଲ ୧୮/୬-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ଲକ ବଜାର ଠାରେ ଥିବା ୧୯୯୪ ମସିହା ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ଅବସରରେ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରାର୍ଥ ସାରଥୀ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବ ରେ ବରିଷ୍ଠ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ବିଜୟା ଲକ୍ଷ୍ମୀ ମହାନ୍ତି, ବୃନ୍ଦାବନ ତାରିଣୀଆ, ଅଞ୍ଜନା ପାତ୍ର, ଶ୍ୟାମ ସୁନ୍ଦର ଦାଶ, ମହେଶ୍ୱର ସାହୁ ଯୋଗଦେଇଥିଲେ l ଉପରୋକ୍ତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ଥାନୀୟ ଲକ ବଜାର ନିକଟରୁ ଛାତ୍ର ଛାତ୍ରୀମାନେ ବାଜା ବଜାଇ ରୋଷଣୀ କରି ସଭାସ୍ଥଳକୁ ଅଣାଯାଇ ପୁଷ୍ପ ଗୁଛ ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯିବା ସହିତ ସ୍ୱାଗତ କରାଯାଇଥିଲା l ପ୍ରାରମ୍ଭରେ ଅତିଥି ମାନେ ମା ଶାରଳା ଓ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦ୍ବୀପ ପ୍ରଜ୍ବଳନ ଓ ପୁଷ୍ପ ପ୍ରଦାନ କରି ଉଦଘାଟନ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ l ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀ ମାନେ ବୃକ୍ଷ ରୋପଣ କରିଥିଲେ l ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଦିବଂଗତ ଛାତ୍ର ଛାତ୍ରୀମାନଙ୍କ ଅମର ଆତ୍ମାର ସଦଗତି ଉଦେଶ୍ୱରେ ୧ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଦୀର୍ଘ ୩୧ ବର୍ଷ ପରେ ବନ୍ଧୁମିଳନ ଉତ୍ସବ ଆୟୋଜନ ହୋଇଥିବା ରୁ ପରସ୍ପର ମଧ୍ୟରେ କୋହ ଭରା କଣ୍ଠ ରେ ସ୍ମୃତି ଓ ଅନୁଭୂତି ବଖାଣି ଥିଲେ l ଏଥିରେ ଝାଟୁ ଚରଣ ଦାସ, ଦିନେଶ କୁମାର ରାୟ, ବଟ ଚରଣ ଦାଶ, ମନୋରଞ୍ଜନ ସାହୁ, ଦୁଷ୍ମନ୍ତ ନାୟକ, ସୁଦର୍ଶନ ନାଥ, ସରୋଜ ମଲ୍ଲିକ, ହିମାଂଶୁ ଶେଖର ମହାନ୍ତି, ବିଶ୍ୱଜିତ ମହାପାତ୍ର, ଧର୍ମାନନ୍ଦ ସାହୁ, ଗଗନ ବିହାରୀ ଦାସ, ପ୍ରଶାନ୍ତ ମହାପାତ୍ର, ସମ୍ବିତ ରାୟ, ସୁରେଶ ମଣ୍ଡଳ, ସୋମ୍ୟ ରଞ୍ଜନ ସାହୁ, ଦେବକାନ୍ତ ନାୟକ, ଗାୟତ୍ରୀ ସାମଲ, ରୋଜାଲିନି ପରିଜା, ସାଗରିକା ଚୌଧୁରୀ, ନମିତା ସେଠିଙ୍କ ସମେତ ୮୦ ରୁ ଉର୍ଦ୍ଧ ପୁରାତନ ଛାତ୍ର ଛାତ୍ରୀ ସ ପରିବାର ଯୋଗଦେଇଥିଲେ l
Article Image
Article Image