Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 29/10/2026, ବିକ୍ରମ ଓଡ଼ିଶା ନିୟୁଜ: ଜେଲ୍ ଗଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ, ସରପଞ୍ଚ ଫେରାର===-====-===

କୁଜଙ୍ଗ(ଜିଲ୍ଲା ପ୍ରତିନିଧି ରମାକାନ୍ତ ଦାସଙ୍କ ରିପୋର୍ଟ) : ପ୍ରତେକ୍ୟ ପଞ୍ଚାୟତକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ଅର୍ଥ ବିନିଯୋଗ କରାଯାଉଛି।ମାତ୍ର ଅନେକ ପଞ୍ଚାୟତ ମାନଙ୍କରେ ସମସ୍ତ ଅର୍ଥକୁ ଆତ୍ମସାତ କରୁଛନ୍ତି ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ।ଯାହାର ବାସ୍ତବ ଉଦାହରଣ ଦେଖା ଦେଇଛି କୁଜଙ୍ଗ ବ୍ଲକ ଅନ୍ତର୍ଗତ ବାଲିଆ ପଞ୍ଚାୟତରେ।ତେବେ ପ୍ରାୟ ୪୭ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗତ ମଙ୍ଗଳବାର ବାଲିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରଫ ହୋଇଛନ୍ତି।ମାତ୍ର ତାଙ୍କ ଜାମିନ୍ ନାଁ ମଞ୍ଜୁର୍ ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ସରପଞ୍ଚ ଫେରାର ହୋଇଯାଇଛନ୍ତି।ଘଟଣାକୁ ନେଇ ଏବେ ଜଗତସିଂହପୁର ଜିଲ୍ଲା ଏବଂ କୁଜଙ୍ଗ ବ୍ଲକ୍ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗିରଫ ଅଭିଯୁକ୍ତ ହେଲେ ବାଲିଆ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ଏବଂ ଫେରାର ଅଭିଯୁକ୍ତ ହେଉଛନ୍ତି ସରପଞ୍ଚ ସରୋଜିନୀ ନାୟକ।ତେବେ ଉଭୟଙ୍କ ମିଳିତ ଉଦ୍ୟମରେ ପଞ୍ଚାୟତକୁ ଆସିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଦାନରୁ ପ୍ରାୟ ୪୭ଲକ୍ଷ ୮୬ହଜାର ୨୦୨ଟଙ୍କାର ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିର୍ବାହୀ ଅଧିକାରୀ ଶ୍ରୀ ଚମ୍ପିଆଙ୍କୁ କୁଜଙ୍ଗ ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ ପ୍ରସାଦ ସ୍ୱାଇଁ ଗତ ମାର୍ଚ୍ଚ ମାସରେ କାର୍ଯ୍ୟରୁ ନିଲମ୍ବନ କରିଥିଲେ।ଏହାପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଦ୍ଵିପକ ପ୍ରସାଦ ସ୍ୱାଇଁ ଏପ୍ରିଲ୍ ମାସ ୮ତାରିଖରେ ସ୍ଥାନୀୟ କୁଜଙ୍ଗ ଥାନାରେ ବାଲିଆ ସରପଞ୍ଚ ସରୋଜିନୀ ନାୟକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆ ନାମରେ ଲିଖିତ ଅଭିଯୋଗ କରିଥିଲେ।ଏହାକୁ ଭିତ୍ତି କରି କୁଜଙ୍ଗ ପୋଲିସ ଏପ୍ରିଲ୍ ମାସ ୧୦ତାରିଖରେ ମାମଲା (ନଂ ୧୦୧/୨୬) ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା।ଗତ ମଙ୍ଗଳବାର ବାଲିଆ ପଞ୍ଚାୟତର କାର୍ଯ୍ଯ ନିର୍ବାହୀ ଅଧିକାରୀ ରଘୁନାଥ ଚମ୍ପିଆଙ୍କୁ ଗିରଫ କରିଛି।ସୂଚନା ଯୋଗ୍ୟ ପ୍ରାୟ ୧ବର୍ଷ ହେବ ବାଲିଆ ପଞ୍ଚାୟତର ସରପଞ୍ଚ ଅନୁପସ୍ଥିତ ରହିବା ଯୋଗୁଁ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଠପ୍ ହୋଇଯାଇଛି।କେତେକ ସ୍ଥଳରେ ବିଧାୟକଙ୍କ ଉନ୍ନୟନ ପାଣ୍ଠିରେ କିଛି କିଛି କାର୍ଯ୍ୟ କରାଯାଇଛି।ଏନେଇ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି।ପ୍ରକାଶ ଥାଉକି ବାଲିଆ ପଞ୍ଚାୟତ ଭଳି ଅନେକ ପଞ୍ଚାୟତ ରହିଛି ଯଦି ଜିଲ୍ଲାପାଳ ଓ ବ୍ଲକ୍ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବେ ତାହେଲେ ସରପଞ୍ଚ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କର ଦୁର୍ନିତୀର ପେଡ଼ି ଖୋଲିବ ବୋଲି ଆଶା କରାଯାଉଛି।