Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତ୍ତୋଲ, 04/11/2026, ବିକ୍ରମ ଓଡ଼ିଶା ନିୟୁଜ: ଅପରାଧୀଙ୍କୁ ଅନୁଗ୍ରହ ଦେଖାଇ ତିର୍ତ୍ତୋଲ ଥାନା ଅଧିକାରୀ ହରଡ଼ଘଣାରେ

ଜଗତସିଂହପୁର ୩/୧୧ ଜଗତସିଂହପୁର ମାନ୍ୟବର ସିଜେଏମ ଦଣ୍ଡାଦେଶ କରିଥିବା ଜଣେ ଅପରାଧଙ୍କ ପାସପୋର୍ଟ ପାଇଁ ତିର୍ତ୍ତୋଲ ଥାନା ଭାରପ୍ରାପ୍ତ ଅଧିକାରୀ କ୍ଲିନ ଚିଟ ଦେଇ ଅଡ଼ୁଆରେ ପଡ଼ିଛନ୍ତି। ତିର୍ତ୍ତୋଲ ଜେଏମଏଫସି କୋର୍ଟରେ ଅପରାଧୀ ତମିଜ ଉଦିନ ଦାୟର କରିଥିବା ପିଟିସନଙ୍କୁ ବିଚାର କରି ମାନ୍ୟବର ଅଦାଲତ ତିର୍ତ୍ତୋଲ ଥାନାରୁ ତାଙ୍କ ବିରୋଧରେ ଥିବା ଅପରାଧୀ ମାମଲା ଓ ଭେରୀଫିକେସନ ରିପୋର୍ଟ ମାଗିବା ସହିତ ଆଞ୍ଚଳିକ ପାସପୋର୍ଟ ଅଫିସରେ ଦିଆଯାଇଥିବା ଫର୍ମକୁ ଯାଞ୍ଚ କରି ରିପୋର୍ଟ ଦେବାକୁ କୁହାଯାଇଛି।ମିଳିଥିବା ସୂଚନା ଅନୁସାରେ ତିର୍ତ୍ତୋଲ ଥାନା ଅଧିନ ରସଲପୁର ଗ୍ରାମର ତମିଜ ଉଦିନ ଓରଫ ଲାଲାଙ୍କ ନାମରେ କେସ ନଂ ୧୧୬/୨୦୧୬ କୁ ଭିତ୍ତିକରି ଜିଆର କେସ ନଂ ୪୩୯/୧୬କୁ ବିଚାର କରି ମାନ୍ୟବର ଜଗତସିଂହପୁର ସିଜେଏମ ୧୫.୬.୨୦୨୩ରେ ୩ ବର୍ଷ ଜେଲଦଣ୍ଡ ଓ ଜରୀମାନା କରିଥିଲେ। ତେବେ ଶେଖ ତମିଜ ଉଦିନ ତାଙ୍କ ପୁରୁଣା ପାସପୋର୍ଟ ନଂ V୩୪୪୯୭୯୯ ଆସନ୍ତା ୨୧.୧୨. ୨୦୩୧ ପର୍ଯ୍ୟନ୍ତ କାଏମ ଥିବା ସମୟରେ ପୁରୁଣା ପାସପୋର୍ଟ ବଦଳରେ ୧୦.୯.୨୦୨୬ରେ ନୂଆ ପାସପୋର୍ଟ ପାଇଛନ୍ତି। ନୂତନ ପାସପୋର୍ଟ Z ୪୮୩୫୯୫୧ର ଅବଧି ୯.୧୦. ୨୦୩୬ ପର୍ଯ୍ୟନ୍ତ ରହିଛି। ବିଡମ୍ବନାର ବିଷୟ ଯେ ଅପରାଧୀ ତମିଜ ଉଦିନ ପାସପୋର୍ଟ ଆବେଦନ ଫର୍ମରେ କୋୖଣସି ଅପରାଧିକ ମାମଲା ନଥିବା ଦର୍ଶାଇଛନ୍ତି ଓ ତିର୍ତ୍ତୋଲ ପୋଲିସ ଭେରୀଫିକେସନରେ କୋୖଣସି ମାମଲା ନଥିବା ଦର୍ଶାଇଛନ୍ତି।ଏଇଠି ପ୍ରଶ୍ନ ଉଠୁଛି ଯେ ତିର୍ତ୍ତୋଲ ଥାନା କେସ ଉପରେ ତମିଜ ଉଦିନକୁ ଦଣ୍ଡାଦେଶ ହୋଇଛି। ତିର୍ତ୍ତୋଲ ଥାନା ପୋଲିସ ତମିଜ ଉଦିନର ଦୁଇଟି ଯାକ ପାସପୋର୍ଟ ଜବତ କରି କୋର୍ଟରେ ଦାଖଲ କରିଛନ୍ତି। ତମିଜ ଉଦିନଙ୍କୁ ତିର୍ତ୍ତୋଲ ଥାନା କେସ ଉପରେ ୧୫.୬.୨୦୨୩ରେ ଦଣ୍ଡାଦେଶ ହୋଇଥିଲେ ମଧ୍ୟ ୧୦.୯.୨୦୨୬ ପୂର୍ବରୁ କିଭଳି ଭେରୀଫିକେସନ ରିପୋର୍ଟରେ କୋୖଣସି ଅପରାଧିକ ମାମଲା ନଥିବା ଦର୍ଶାଇଛନ୍ତି? ତିର୍ତ୍ତୋଲ ଥାନା ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ଓ ବିଚିତ୍ର ଭେରୀଫିକେସନ ରିପୋର୍ଟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜେଲ ଦଣ୍ଡାଦେଶ ହୋଇଥିବା ଅପରାଧୀଙ୍କୁ ପାସପୋର୍ଟ ପାଇଁ କ୍ଲିନଚିଟ ଦେଇ ତିର୍ତ୍ତୋଲ ଥାନା ଅଧିକାରୀ ହରଡ଼ଘଣାରେ ପଡିଛନ୍ତି।