Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି। 4

ଜଗତସିଂହପୁର , 14/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ଶ୍ରଦ୍ଧାଞ୍ଜଳି।
Article Image
ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ପ୍ରାର୍ଥନା କରାଯାଇଥିଲା।ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ସରପଞ୍ଚ ପ୍ରମୋଦ ସାହୁ, ସରପଞ୍ଚ ଦିଲ୍ଲିପ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ଜିଲ୍ଲା କଂଗ୍ରେସ ଉପ ସଭାପତି ମହନୀ ଚରଣ ରାଉତ,ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ାକ୍ତର ଜଗଦାନନ୍ଦ ବେହେରା,ଜିଲ୍ଲା ସଂଖ୍ୟାଲଘୁ ସେଲ୍ ଅଧ୍ୟକ୍ଷ ଇମତିୟାଜ ଅହମ୍ମଦ ଖାଁ, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଯୁବ କଂଗ୍ରେସ ନେତା ଇଂ ଜ୍ଞାନ ରଞ୍ଜନ ଜେନା, ପବିତ୍ର କୁମାର ପରିଡା,ସୁକାନ୍ତ କୁମାର ମହାପାତ୍ର,ହେଦାୟତ ଅଲ୍ଲୀ, ହିଫଜୁଲ୍ ରହେମାନ, ସଙ୍କରେଶ୍ବର ଦାସ,ସୁକାନ୍ତ ମହାପାତ୍ର, ଗୌରାଙ୍ଗ ଚରଣ ସ୍ବାଇଁ,ଅଜୟ ମହାପାତ୍ର, ସୂର୍ଯ୍ୟକାନ୍ତ ପ୍ରଧାନ,ପଞ୍ଚାନନ ପାଇଲ, ସୁନିଲ୍ କୁମାର‌ ଭୋଇ, ପ୍ରଶାନ୍ତ ପଲାଉରୀ, ସୁକାନ୍ତ କୁମାର ଭୋଇ ପ୍ରମୁଖ ଉପସ୍ଥିତ ରହି ଦିବଂଗତଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।