Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଦ୍ରୁତ ମଦ୍ୟପ ଗାଡି ଚାଳକ ଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନି ପୋଲିସ 2

କାକଟପୁର, 18/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦ୍ରୁତ ମଦ୍ୟପ ଗାଡି ଚାଳକ ଙ୍କ ଉପରେ ଅଙ୍କୁଶ ଲଗାଇ ପାରୁନି ପୋଲିସ
Article Image
କାକଟପୁର ୧୮/୬ ( ତୁଷାର ଦୀକ୍ଷିତ ) ଅସ୍ତରଙ୍ଗ ଅଞ୍ଚଳ ବର୍ତ୍ତମାନ ମଦ୍ୟପ, ବେପରୁଆ, ଦ୍ରୁତ ବାଇକ ଚାଳକ ଙ୍କ ହବ୍ ପାଲଟିଲା, ଦିନକୁ ଦିନ ଏହି ୩ ପ୍ରମୁଖ ପ୍ରଜାତି ବାଇକ ଚାଳକ ଙ୍କ ପାଇଁ ଘଟୁଛି ଦୁର୍ଘଟଣା, ରାସ୍ତା ରେ ପଥଚାରି ଙ୍କୁ ଗାଡି ଧକ୍କା ହେଉଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଗାଡି ଦେଉଛନ୍ତି ମାରାତ୍ମକ ଧକ୍କା, ଏହି ଘଟଣା ପାଇଁ ସାଧାରଣ ଲୋକ ଏବେ ସାଇକେଲ ଦୂରର କଥା ପାଦରେ ଚାଲି ଚାଲି ମଧ୍ୟ ରାସ୍ତା କୁ ଆସିବାକୁ ଭୟ କରୁଛନ୍ତି, ଆଜି ଅପରାହ୍ନ ୪ ଘଟିକା ସମୟ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଅସ୍ତରଙ୍ଗ ଉକୁଳେଇ ଛକ ରେ ଘଟିଛି, ଦ୍ରୁତ ବାଇକ ପଛରେ ବସିଥିବା ଯୁବକ ଗୁରୁତ୍ୱର ହୋଈଛନ୍ତି, ସୂଚନା ମୁତାବକ ଅସ୍ତରଙ୍ଗ ରୁ କାକଟପୁର ରାସ୍ତା ରେ ୨ ଗୋଟି ବୁଲେଟ ରେ ୩ ଜଣ ଯୁବକ ବସିଥିଲେ ଆଉ ଉକ୍ତ ଯୁବକ ଙ୍କ ପଛରେ ଆଉ ଏକ ଦ୍ରୁତ ବାଇକ ରେ ୨ ଜଣ ଯୁବକ ଥିଲେ, ଉଭୟ ବାଇକ କୁ ଏତେ ଦ୍ରୁତ ଗତି ରେ ଆଣୁଥିଲେ ରାସ୍ତା କଡ଼ରେ ଏକ ଧଳା ରଙ୍ଗ ମାରୁତି ସ୍ବିଫ୍ଟ ସହ ସିଧା ଧକ୍କା କରିଥିଲେ ୩ ଜଣ ବସିଥିବା ବୁଲେଟ କୁ, ଦୁର୍ଘଟଣା ର ତୀବ୍ରତା ଏତେ ଥିଲା ଯେ ଛିଡା ହୋଇଥିବା କାର ର ଆଗ ଡାହାଣ ପଟ ଚକା ଫାଟି ଗୋଟେ ଭୟଙ୍କର ଶବ୍ଦ ସୃଷ୍ଟି ହୋଇଥିଲା, ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ରୁଣ୍ଡ ହୋଇଥିଲେ, ଗୁରୁତ୍ୱର ଆହତ ହୋଇଥିବା ଯୁବକ ଙ୍କୁ ସ୍ଥାନୀୟ ବ୍ୟବସାୟୀ ଜୟନ୍ତ ବିଶ୍ୱାଳ ନିଜ ଗାଡି ରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେ, ଅନ୍ୟ ଚାରି ଜଣ ଯୁବକ ଘଟଣା ସ୍ଥଳରୁ ଚମ୍ପଟ ମାରି ଖସିଯାଇଥିଲେ, ଘଟଣା ଘଟିବା ପରେ ଅସ୍ତରଙ୍ଗ ପୋଲିସ ଉକୁଳେଇ ଛକ ରେ ପହଞ୍ଚି ଦୁର୍ଘଟଣା ଗସ୍ତ ବାଇକ କୁ ଉଦ୍ଧାର କରି ଥାନା କୁ ନେଇଛି ଆଉ ଅନ୍ୟ ଗାଡି ଗୁଡିକର ନମ୍ବର ବିଶେଷ ସୂତ୍ର ରୁ ପାଇ ତଦନ୍ତ କରୁଛି, ଗୁରୁତ୍ୱର ଆହତ ର ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱର ହେବାରୁ ଅସ୍ତରଙ୍ଗ ଚିକିତ୍ସାଳୟ ଡାକ୍ତର ବିଶ୍ୱଭାରତୀ ମହାଲିକ୍ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରିଛନ୍ତି, ସମ୍ପୃକ୍ତ ଯୁବକ ମାନଙ୍କ ଠିକଣା ଓ ନା ବର୍ତ୍ତମାନ ସୁଧା ମିଳିପାରିନାହିଁ ବୋଲି ଅସ୍ତରଙ୍ଗ ପୋଲିସ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର କହିଛନ୍ତି l