Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର।* *ଦୁଇ ଶିକ୍ଷକ ମଧ୍ୟରେ ମାଡ଼ ପିଟ୍।* *ଉଭୟ ପକ୍ଷରୁ ଥାନାରେ ମାମାଲା ରୁଜୁ 4

ତିର୍ତୋଲ, 19/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର।ଦୁଇ ଶିକ୍ଷକ ମଧ୍ୟରେ ମାଡ଼ ପିଟ୍।
Article Image
ଉଭୟ ପକ୍ଷରୁ ଥାନାରେ ମାମାଲା ରୁଜୁ।
Article Image
ତିର୍ତ୍ତୋଲ-୧୯/୬-(ରିପୋର୍ଟ-ଟୁକନ ସେଠୀ)- ବିଦ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଦୁଇ ଶିକ୍ଷକ ମଧ୍ୟରେ ମାଡ଼ ପିଟ୍ ସହିତ ଉଭୟ ପକ୍ଷରୁ ଥାନାର ରେ ଏତଲା ଦିଆଯାଇଛି।ଏଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟ ଆଖଣ୍ଡଳମଣୀ ସ୍କୁଲ ଘରେ।ସୂଚନା ଅନୁଯାୟୀ ତିର୍ତ୍ତୋଲ ବ୍ଲକ ଶିକ୍ଷା ଅଧିକାରୀ ର ମୁଖ୍ୟ ସିଆରସିସି ଦୀପକ କୁମାର ମହାନ୍ତି ବିଦ୍ୟାଳୟ କୁ ଏକ ଅଫିସ କାଗଜପତ୍ର ର ଦସ୍ତଖସ୍ତ ପାଇଁ ସ୍କୁଲ ନିକଟକୁ ଯାଇଥିବା ବେଳେ ସେଠାରେ ଏକ ଘରେ ତାଙ୍କୁ କବାଟ ଦେଇ ଅକ୍ଷୟ କୁମାର ନାୟକ ଓ ତାପସ କୁମାର ମହାନ୍ତି ଦୁଇଜଣ ମିଶି ସ୍କୁଲ ଘରେ ଖରାପ ଭାଷାରେ ଗାଳି ଗୁଲଜ ସହିତ ମାରାତ୍ମକ ଆକ୍ରମଣ କରି ମାଡ଼ ମାରିବା ସହିତ ଜୀବନରୁ ମାରିଦେବା ପାଇଁ ଧମକ ଚମକ ଦେଇଥିଲେ। ଏହି ସମୟରେ ଦିପକ ନିଜ ଜୀବନ ବଞାଇ ବିଆରସିସି ମ୍ୟାଡମ ବିଷ୍ଣୁପ୍ରିୟା ଦେବୀ ଙ୍କ ନିକଟକୁ ଚାଲି ଆସିଥିଲେ। କିନ୍ତୁ ବିଆରସି ଙ୍କ ସୁରକ୍ଷା ଦେବା ପରିବର୍ତ୍ତେ ସବୁ ଦେଖି ନଦେଖିଲା ପରି ହେଉଥିଲେ।ତାଙ୍କ ଆଗରେ ପୁଣି ଅକ୍ଷୟ ଓ ତାପସ ସିଆରସିସି ଦିପକ ମହାନ୍ତି କୁ ଧମକ ଚମକ ଦେଇଥିଲେ।ଏହା ପରେ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ସିଆରସିସି ଦିପକ ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ନିଜ ଦୋଷ ଲୁଚାଇବାକୁ ଯାଇଁ ଶିକ୍ଷକ ଅକ୍ଷୟ କୁମାର ନାୟକ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ ସିଆରସିସି ଦିପକ ତାଙ୍କୁ ମାଡ଼ ମାରିବା ସହିତ ମୁହଁ ପଠାଇ ଦେବା ସହିତ ଧମକ ଚମକ ଦେଇଛି। ତେବେ ଏ ସମ୍ପର୍କରେ ନୂତନ ବିଇଓ ମନୋଜ କୁମାର ବେହେରା ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ ସହିତ ଯୋଗାଯୋଗ ହୋଇପାରି ନାହିଁ।ଏ ସଂପର୍କରେ ବିଆରସିସି ବିଷ୍ଣୁପ୍ରିୟା ଦେବୀ କହିଛନ୍ତି ଏହା ଆମ ଅଫିସ କଥା ଅଫିସରେ ସମାଧାନ ହେବ। ଏପଟେ ଦୁଇପକ୍ଷ ତରଫରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇସାରିଛି। ଯଦି ତିର୍ତ୍ତୋଲ ରେ ଶିକ୍ଷା ଅଫିସରେ ଶିକ୍ଷକ ମାନଙ୍କ ମଧ୍ୟରେ ଏମିତି ହେବେ ତେବେ ଶିକ୍ଷକ ମାନଙ୍କ ପାଖରୁ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କ'ଣ ହେବ ତାକୁ ନେଇ ସାଧାରଣରେ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ପୋଲିସ ଏ ଘଟଣା ର କ'ଣ ତଦନ୍ତ କରୁଛି ତାହା ଦେଖିବାକୁ ବାକି ରହିଲା।