ତିର୍ତୋଲ, 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ରାହୁଲ ଙ୍କ ଜନ୍ମ ଦିନ ପାଳିଲେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀ

ତିର୍ତ୍ତୋଲ-୧୯/୬-(ରିପୋର୍ଟ-ଟୁକନ ସେଠୀ)-ଜାତୀୟ କଂଗ୍ରେସର ସର୍ବମାନ୍ୟ ନେତା ସମ୍ମାନୀୟ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ, ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ନେତା ଇଂ. ହିମାଂଶୁ ଭୂଷଣଙ୍କ ପରାମର୍ଶ କ୍ରମେ, ଓଡିଶା ପ୍ରସିଦ୍ଧ ଶୈବ ପୀଠ ପ୍ରଭୁ ଗୋରେଖନାଥଙ୍କ ମନ୍ଦିରରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ କର୍ମୀ ମାନେ ପୂଜା ଅର୍ଚ୍ଚନା କରିବା ସହ ରାହୁଲ ଗାନ୍ଧୀ ଙ୍କ ର ଉଜ୍ଜଳମୟ ରାଜନୌତିକ ଭବିଷ୍ଯତ କାମନା କରିଥିଲେ । ଅନ୍ୟ ପଟେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ମାନି, ପିସିସି ସଭ୍ଯ ଦେବ ପ୍ରସାଦ ନାୟକ ( ଫେଲୁ) ଭାଇଙ୍କ ପରାମର୍ଶ ଏବଂ ସହଯୋଗକ୍ରମେ ଜିଲ୍ଲା ଛାତ୍ର ଓ ଯୁବ କଂଗ୍ରେସ ତରଫରୁ ଜଗତସିଂହପୁର ତର୍ତ୍ତଗଂ ଠାରେ ଥିବା ତ୍ରିନାଥ ଜରାଶ୍ରମ ରେ ଥିବା ବୃଦ୍ଧବୃଦ୍ଧା ମାନଙ୍କୁ ଫଳ ବଣ୍ଟନ କରିଥିଲେ ଏବଂ କେକ୍ କାଟି ରାହୁଲ ଙ୍କ ଜନ୍ମଦିନ ପାଳନ କରିଥିଲେ ।ଏହି କାର୍ଯ୍ଯକ୍ରମ ରେ ରଘୁନାଥପୁର ବ୍ଲକ କଂଗ୍ରେସ ସଭାପତି ଆର୍ତ୍ତତ୍ରାଣ ପଣ୍ଡା , ତିର୍ତ୍ତୋଲ ବ୍ଲକ କଂଗ୍ରେସ ଉପ ସଭାପତି ଜିତେନ୍ଦ୍ର ମହାନ୍ତି , ଜଗତସିଂହପୁର ବିଧାନସଭା ଯୁବ କଂଗ୍ରେସ ସଭାପତି ସୋରୂପ କାନୁନଗୋ , ତିର୍ତ୍ତୋଲ ବିଧାନସଭା ଯୁବ କଂଗ୍ରେସ ସଭାପତି ସଫି ଆଜମ୍ , ନାରାୟଣ ନାୟକ , ମନୋରଜଂନ ଜେନା , ସାରଦା ଜେନା , ପୂର୍ଣ୍ଣଚନ୍ଦ୍ର ଦାସ , ପ୍ରଦିପ୍ତ ନାୟକ , ସୁଧାଂଶୁ ବିଶ୍ବାଳ , ପ୍ରଦିପ୍ତ ଶତପଥୀ , ବିକ୍ରମ ଦାଶ , ଦିଲିପ ବାରିକ , ଦୁର୍ଗାପ୍ରସାଦ ନାୟକ , ପୂର୍ବତନ ଜିଲ୍ଲା ଛାତ୍ର କଂଗ୍ରେସ ଉପସଭାପତି ସୁଶୀଲ କୁମାର ଦାଶ , ତିର୍ତ୍ତୋଲ ବିଧାନସଭା ଛାତ୍ର କଂଗ୍ରେସ ସଭାପତି ଅଜୟ ସ୍ବାଇଁ , ପ୍ରତ୍ଯୁଷ ନ

ନାୟକ , ସୌମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।