Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ମଙ୍ଗଳା ମନ୍ଦିରରେ ହୁଣ୍ଡିରୁ ବାହାରିଥିବା ଖୁଚୁରା ( ରେଜା ) ଦୁଇ ଲକ୍ଷ୍ୟ ଛହଜାର ପାଞ୍ଚଶହ ଆଦାୟ

କାକଟପୁର 19/6 ( ତୁଷାର ଦୀକ୍ଷିତ ) ଆଜି ମଙ୍ଗଳା ମନ୍ଦିରରେ ଥିବା ଦାନ ହୁଣ୍ଡୀ ରୁ ଆଗରୁ କେବଳ ନୋଟ ଗଣା ଯାଇଥିବା ବେଳେ ସେଥିରୁ ବାହାରି ଥିବା ରେଜା ପଇସା ବସ୍ତା ରେ ବନ୍ଧା ହୋଇ ଥୁଆ ଯାଇଥିଲା, ଆଜି ସକାଳ 10 ଘଟିକା ଠାରୁ 5 ଘଟିକା ମଧ୍ୟରେ ଥୁଆ ଯାଇଥିବା କିଛି ବସ୍ତା ରୁ ଖୁଚୁରା ପଇସା ଟ୍ରଷ୍ଟ ବୋର୍ଡ ସଦସ୍ୟ, ଉପଦେଷ୍ଟା ମଣ୍ଡଳୀ, ସେବକ ସମିତି ସଦସ୍ୟ ଏବଂ ସ୍ଥାନୀୟ ପୋଲିସ ସହାୟତା ରେ 10 ଟଙ୍କିଆ, 5 ଟଙ୍କିଆ, ଦୁଇ ଟଙ୍କିଆ ଓ ଏକ ଟଙ୍କିଆ କୁ ପୃଥକ ପୃଥକ ଭାବେ ବଛା ଯାଇ ଗଣା ଯାଇଥିବା ବେଳେ କେବଳ 10 ଟଙ୍କିଆ ଓ 5 ଟଙ୍କିଆ କୁ ଗଣା ଯାଇଥିଲା, ଦୁଇ ଟଙ୍କିଆ ଓ ଏକ ଟଙ୍କିଆ କୁ ଅଲଗା କରି ବସ୍ତା ରେ ବନ୍ଧା ଯାଇ ରଖା ଯାଇଛି, ଗଣତି ଶେଷ ବେଳକୁ ଦୁଇ ଲକ୍ଷ୍ୟ ଛ ହଜାର ପାଞ୍ଚ ଶହ ଟଙ୍କା ହୋଇଥିଲା ଏବଂ ସମସ୍ତ ପଇସା କୁ ସ୍ଥାନୀୟ ବ୍ୟାଙ୍କ ଅଫ ବରୋଦା ରେ ଜମା କରା ଯିବାର ଵେବସ୍ତା କରାଯାଇଛି, ଆଜି ମନ୍ଦିର ଟ୍ରଷ୍ଟ ରେ କାକଟପୁର ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୂ, ଆଡଶୀନାଲ ତହସିଲଦାର ହେମାଙ୍ଗିନୀ ମାଝୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ଙ୍କ ସମେତ ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ମାନଙ୍କ ଉପସ୍ଥିତ ରେ ସି ସି ଟିଭି ନଜରରେ ଗଣା ଯାଇ ସମସ୍ତ ପଇସା କୁ ମନ୍ଦିର ଖାତାରେ ଜମା କରାଯିବାର ନିଷ୍ପତି ନିଆ ଯାଇଥିବା ବେଳେ ଆହୁରି ଥିବା ବଳକା ରେଜା ପଇସା ଖୁବ ଜଲ୍ଦି ଗଣା ଯାଇ ମନ୍ଦିର ବ୍ୟାଙ୍କ ଖାତାରେ ଜମା କରାଯିବ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦାଶ ଜଣାଇଛନ୍ତି
