Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ରକ୍ତ ଦେଇ ବୁଦ୍ଧ ଙ୍କ ଜୀବନ ବଞ୍ଚାଇଲେ ପୋଲିସ କନେଷ୍ଟବଳ ଶିବ ମହାନ୍ତିଜଗତସିଂହପୁର ତା=19/6/25
ଜଗତସିଂହପୁର ଜିଲ୍ଲା ପୋଲିସ ବିଭାଗ ରେ କାର୍ଯ୍ୟରତ ଜଣେ କନେଷ୍ଟବଳ ଶିବପ୍ରସାଦ ମହାନ୍ତି l ଆଜି ଜଗତସିଂହପୁର ମୁଖ୍ୟଡାକ୍ତରଖାନାରେ ରକ୍ତ ଦେଇ ଜଣେ ୭୦ ବର୍ଷିଅ ବୁଦ୍ଧ ଙ୍କୁ ଜୀବନ ବଞ୍ଚାଇଛନ୍ତି । କଟକ ଜିଲ୍ଲା ନିଆଳି ବ୍ଲକ୍ ସିଠାଳ ଅଞ୍ଚଳର ମହେଶ୍ୱର ଗୁଡ। ଦେହ ଅସୁସ୍ଥ ଥିବାରୁ। ଘର ଲୋକେ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ l ବୁଦ୍ଧ ଙ୍କ ରକ୍ତ ଜରୁରୀ ଥିବାରୁ ଵି ନେଗେଟିଭ ବ୍ଲଡ଼ ମିଳିନଥିଲା l ଏହି ଘଟଣାର ଖବର ପାଇ ଜଗତସିଂହପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ନିଃସ୍ୱାର୍ଥ ସେବା ସଂଗଠନ ଚାରି ଟେବୁଲ ଟ୍ରଷ୍ଟି ର ସଦସ୍ୟ ଙ୍କ ପାଖରେ ଖବର ପହଞ୍ଚିଥିଲା। ତେବେ ବୁଦ୍ଧ ଙ୍କ ଲାଗି ରକ୍ତ ଆବଶ୍ୟକ ଥିବା ଡାକ୍ତର କହିବା ପରେ ପୁଅ ଚିନ୍ତାରେ ପଡ଼ିଥିଲେ। ସ୍ଥାନୀୟ ରକ୍ତଭଣ୍ଡାରକୁ ଯାଇ ଯୋଗାଯୋଗ କରିଥିଲେ। ହେଲେ ରକ୍ତ ନ ଥିବା ଯୋଗୁ ଭାଙ୍ଗି ପଡ଼ିଥିଲେ। ଏହା ଜାଣିଲା ପରେ l ଜଗତସିଂହପୁର ପୋଲିସ ବିଭାଗରେ କାର୍ଯ୍ୟକରୁଥିବା ଶିବପ୍ରସାଦ ମହାନ୍ତି ରକ୍ତଦାନ କରିଥିଲେ। ପୋଲିସ କର୍ମଚାରୀ ଏଭଳି ମାନବିକତା ପ୍ରଦର୍ଶନ କରି ଏଠାରେ ପ୍ରଶଂସାର ପାତ୍ର ହୋଇଛନ୍ତି।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ