Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଖୋର୍ଦ୍ଧା, 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ଥାଲାସେମିଆ ରୋଗୀଙ୍କୁ ଔଷଧି ମିଳୁ ନାହିଁ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ !!
ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ଔଷଧି ଅଭାବରୁ ଥାଲାସେମିଆ ରୋଗୀ ହନ୍ତସନ୍ତ,ଔଷଧି ଥାଇ ମଧ୍ୟ ସିଧା ସଳଖ ମନା କରିଦେଉଛନ୍ତି ନିରାମୟ କର୍ତ୍ତୃପକ୍ଷ, ଏହି ସମସ୍ୟାକୁ ନେଇ ବାରଂ ବାର ଚିକିତ୍ସା ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ !! ଓ ଥାଲାସେମିଆ ରୋଗୀ ମାନଙ୍କ ଦୃଦଶା ବଢ଼ିବାରେ ଲାଗିଛି, କିଛି ଦିନ ପୂର୍ବରୁ ଶିଶୁ ୱାର୍ଡରେ ବେଡ ଅଭାବରୁ ଗୋଟେ ବେଡ଼ରେ ଦୁଇଜଣ ଥାଲାସେମିଆ ରୋଗୀଙ୍କୁ ରକ୍ତ ଚଢ଼ିଆ ଯାଉଥିଲା !! ପୁଣି 5 ତାଲାରେ ଯେଉଁ ଥାଲାସେମିଆ ରୋଗୀଙ୍କୁ ଚାରୋଟି ବେଡ ମିଳିଛି ତାର ଛାତ ସିଲିଙ୍ଗ ଛିଡି ରୋଗୀଙ୍କ ଉପରେ ପଡିଥିଲା !! ଦୁଇ ଶହ ପଚାଶ ରୁ ଅଧିକ ଥାଲାସେମିଆ ରୋଗୀଙ୍କୁ ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଦିଆଯାଏ, କିନ୍ତୁ 20 ବେଡ ବଦଳରେ 4ଟି ବେଡ ଦିଆ ଯାଇଛି, ସେ ପୁଣି ବିପଦ ଅବସ୍ଥାରେ, କେତେ ବେଳେ ଯେ କଣ ଘଟିବ ରୋଗୀ ମାନଙ୍କ ପ୍ରତି ତାହା କହିହେବ ନାହିଁ!! ଆଜି ପୁଣି ମେଡିସିନ ନାହିଁ,ମେଡିକାଲ କର୍ତ୍ୟୁପକ୍ଷ ଚାହୁଁ ନାହାନ୍ତି ଥାଲାସେମିଆ ରୋଗୀ ଜୀବିତ ରୁହନ୍ତି ବୋଲି,ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ !!