ଟାଙ୍ଗୀ, 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ସରିଲା କୁହୁଡ଼ି ରଜ ମହୋତ୍ସବ | ରାଜ୍ୟସ୍ତରୀୟ ମୁକ୍ତ ମଞ୍ଚ ନାଟକ ପ୍ରତିଯୋଗିତା ପପି ୟଙ୍ଗ ଷ୍ଟାର ପ୍ରଥମ

ଟାଙ୍ଗୀ, ୧୯|୬ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡି ଗ୍ରାମପଞ୍ଚାୟତର ମା ବ୍ୟାଘ୍ରଦେବୀ ସାଂସ୍କୃତିକ ପରିଷଦ ଓ ଅନ୍ନପୂର୍ଣ୍ଣା ଫାଇନାନ୍ସ ତରଫରୁ ଚତୁର୍ଥ ବାର୍ଷିକ ରଜ ମହୋତ୍ସବର ଆଜି ଉଦଯାପନୀ ଦିବସ | କୁହୁଡ଼ି ରଜ ପଡିଆଠାରେ ଦୀର୍ଘ ପାଞ୍ଚ ଦିନ ଧରି ଚାଲିଥିବା ରଜ ମହୋତ୍ସବର ଆଜି ଅନ୍ତିମ ଦିବସ | ଏହି ଅବସରରର ବିଭିନ୍ନ ବର୍ଗର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗିତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ମୁଖ୍ୟଅତିଥି ଭାବେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସର ସିଇଓ ସଞ୍ଜୟ ପଟ୍ଟନାୟକ, ସମ୍ମାନୀୟ ଅତିଥି ଗାୟକ ତାନସେନ ସିଂହ, ସମ୍ମାନୀୟ ଅତିଥି ବିଶିଷ୍ଟ ସମାଜସେବୀ ଶରତ ପଟ୍ଟନାୟକ ଓ ଫାଲକନ ଏଚ ଆର ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ମହୋତ୍ସବର ସଭାପତି ପୂର୍ବତନ ସରପଞ୍ଚ ଜୟଦେବ ବେହେରା, ସମ୍ପାଦକ ଶ୍ରୀମନ୍ତ ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ଜେନା, ପୂର୍ବତନ ସରପଞ୍ଚ ପବିତ୍ର ହରିଚନ୍ଦନ, କୋଷାଦକ୍ଷ ଟୁଟୁ ସାହୁ, ସମାଜସେବୀ ବାପୁ ଶ୍ରୀଚନ୍ଦନ, ନାଗା ପଳାଇ, ବିପିନ ଉଦୟସିଂହ, ଅଶୋକ ବେହେରା, ସୁଟୁ ବଳବନ୍ତରାୟ, ସଞ୍ଜୟ ସ୍ୱାଇଁ, ତାରା ଶାସମଳ, ଅରୂପ ବେହେରା ରଞ୍ଜନ ସିଂହ, ମନୋଜ ପରିଡା, ଗଣେଶ ବରାଳ, ଦୀନବନ୍ଧୁ ଜେନା ଓ ଦିଲ୍ଲୀପ ସାମନ୍ତସିଂହାର ତଥା ମହୋତ୍ସବର ସଭ୍ୟମାନେ ସହଯୋଗ କରିଥିଲେ | ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସରଗମ ମେଲୋଡି ଗ୍ରୁପ, କଟକ ପରିବେଷଣ କରିଥିଲେ ଯାହାକି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରୁଥିଲା | ରାଜ୍ୟସ୍ତରୀୟ ମୁକ୍ତ ମଞ୍ଚ ନାଟକର ପରିସମାପ୍ତି ପରେ ବିଜୟୀ ପ୍ରତିଯୋଗିତାଙ୍କ ନାମ ଘୋଷଣା କରାଯାଇଥିଲା | ଯାତ୍ରା ଜଗତର ବରିଷ୍ଠ ନିର୍ଦେଶକ ରାଜଗୁରୁ ବିଜୟ ଦାଶ ବିଚାରପତି ଭାବେ ରହି ଶ୍ରେଷ୍ଠ ଦଳ ମା ମଙ୍ଗଳା ପପି ୟଙ୍ଗ ଷ୍ଟାର ଗୋବିନ୍ଦପୁର ଦ୍ୱିତୀୟ ଦଳ ଭାବେ କଳା ମଞ୍ଚ, ପାରାଦ୍ୱୀପ ଓ ଦର୍ଶକ ମନୋନୀତ ଦଳଭାବେ କଳା ମଞ୍ଚ ପାରାଦ୍ୱୀପକୁ ଘୋଷଣା କରିଥିଲେ | ଅନୁଷ୍ଠିତକୁ ଅପସରା ଅଳଙ୍କାର ଓ ମହାଲକ୍ଷ୍ମୀ ଅଳଙ୍କାର ସହଯୋଗ ସହିତ ସମସ୍ତେ କର୍ମକର୍ତ୍ତା , ପଂଚାୟର ସମସ୍ତ ୱାର୍ଡ ମେମ୍ବର ଓ କୁ ଟାଙ୍ଗୀ ଖୋର୍ଦ୍ଧା ରୁ ବିଜୟ ବହୁ ବଳେନ୍ଦ୍ର ଙ୍କ ରିପୋର୍ଟ
