Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ବୟ ବୃଦ୍ଧ ଆୟୁଷ୍ମାନ କାର୍ଡ ପିଛା ୫୦ ଟଙ୍କା ଆଦାୟ ହେଉଛି
କୁଜଙ୍ଗ 20/6(ରିପୋର୍ଟ ଶ୍ରୀବତ୍ସ ପାଢ଼ୀ)କେନ୍ଦ୍ର ସରକାର ଆୟୁଷ୍ମାନ କାର୍ଡ ସମ୍ପୂର୍ଣ ମାଗଣାରେ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିବା ବେଳେ କୁଜଙ୍ଗ ବ୍ଲକ ବଣିତ ପଂଚାୟତ ରେ ବୟସ୍କ (ସତୁରି ବର୍ଷରୁ ଉର୍ଦ୍ଧ )ବ୍ୟକ୍ତି ଙ୍କୁ ଏହି ଯୋଜନାରେ ସାମିଲୀ କରିବା ପାଇଁଆଶା ଦିଦି ଜୟନ୍ତୀ ଗୋଛାୟତ ଓ ଜଣେ ଯୁବକ ଘରକୁ ଘର ବୁଲି ବୟ ବୃଦ୍ଧ ଆୟୁଷ୍ମାନ ମାନ ଯୋଜନାରେନାମ ପଞ୍ଜିକୃତ କରାଇ ୫୦ ଟଙ୍କା ଲେଖାଏ ଜଣ ପିଛା ଆଦାୟ କରୁଛନ୍ତି, ଆୟୁଷ୍ମାନ କାର୍ଡ ସରକାର ମାଗଣାରେ ଏହା ଯୋଗାଇ ଦିଆ ଯିବା ପାଇଁ କହିଥିବା ବେଳେ ତୁମେକାହିଁକି ଟଙ୍କା ନେଉଛ ବୋଲି ପ୍ରଶ୍ନପଚାରିବାରୁ, ଉକ୍ତ ଯୁବକ ଯିଏ ନାମପଞ୍ଜିକୃତ କରିବାକୁ ପଞ୍ଚାୟତ କୁ ଆସିଛି ସେକହୁଛି, ସରକାର ଏବେ ମୋତେ କିଛି ଦେଉ ନାହାନ୍ତି, କାମ କରି ସରିଲା ପରେ ଦେବେ,, ଏବେବୁଲିବା, ତେଲ ଖର୍ଚ୍ଚ ଓ ଖାଇବା ପାଇଁ ପ୍ରତି ବୃଦ୍ଧ ବ୍ୟକ୍ତି ପିଛା ୫୦ଟଙ୍କା ନେଉଛି, ଜଦି ନଦେବେ ମୁଁ ଆଉ ଆସିବିନି କାମ କରିବାକୁ,ତେଣୁ ଆଶା ଦିଦିଙ୍କ ଉପସ୍ଥିତି ରେଆୟୁଷ୍ମାନ କାର୍ଡ ଖଣ୍ଡେ ପାଇଁ ବୃଦ୍ଧ ବୃଦ୍ଧା ୫୦ଟଙ୍କା ଦେଇ ଫଟୋ ସ୍କାନକରୁଥବା ଦେଖା ଯାଇଛି, ସରକାରଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ, ମାଗଣା ଆୟୁଷ୍ମାନ କାର୍ଡ ବଣ୍ଟନ କଣକେବଳ ପ୍ରହସନ?##