Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 20/06/2025, ବିକ୍ରମ ଓଡ଼ିଶା ନିୟୁଜ: (ଦଳିତ ନେତା ଙ୍କ ସହଯୋଗ ରେ ଷୋହଳ ଦଳିତ ପରିବାର ନ୍ୟାୟ ପାଇଲେ )ଜଗତସିଂହପୁର

ତା =20/6/25ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତ ବାଲିଘାଇ ଗ୍ରାମ ରେ ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ ହେବ ଷୋହଳ ଦଳିତ ପରିବାର ଅନାବାଦୀ ଜାଗାରେ ସ୍ଥାୟୀ ବସତି ସ୍ଥାପନ କରି ରହିଆସୁଥିଲେ | ସେହି ଗ୍ରାମର ଜୈନିକ ପ୍ରଭାବଶାଳୀ ବ୍ୟକ୍ତି ଚଞ୍ଚକତା କରି ଉକ୍ତ ଜାଗାଟିକୁ ନିଜ ନାମରେ କରିନେବା ଦ୍ୱାରା ଜ଼ିଲ୍ଲା ପ୍ରଶାସନିକ ଅଧିକାରୀ ଜଗତସିଂହପୁର ତହସିଲଦାର ଙ୍କ ଜରିଆରେ ରାତି ଅଧରେ ଷୋହଳ ଦଳିତ ପରିବାରର ଘର ଦ୍ୱାର ବଳ ପୂର୍ବକ ଭାଙ୍ଗି ଉଛେଦ କରିଥିଲେ |ଷୋହଳ ଦଳିତ ପରିବାର ବାସହରା ହୋଇ ଗ୍ରାମଦଣ୍ଡାରେ ଅସ୍ଥାୟୀ କୁଡ଼ିଆ ନିର୍ମାଣ କରି ରହୁଥିଲେ | ଜଗତସିଂହପୁର ଦଳିତ ବିକାଶ ପରିଷଦ ଜ଼ିଲ୍ଲା ସଭାପତି ଶଙ୍କର ଦାସଙ୍କ ଉଦ୍ୟମ ରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାରମ୍ବାର ଆନ୍ଦୋଳନ କରାଯିବା ସହିତ ଘଟଣା ସମ୍ପର୍କ ରେ ରାଜ୍ୟ ମାନବ ଅଧିକାର କମିଶନ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା |କମିଶନ ନିର୍ଦେଶ କ୍ରମେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଷୋହଳ ଭୂମିହୀନ ଦଳିତ ପରିବାର ଙ୍କୁ ବସୁନ୍ଧରା ଯୋଜନାରେ ଘର ଢ଼ିହ ଏବଂ ପଟା ଯୋଗାଇ ଦେବାକୁ ଜ଼ିଲ୍ଲାପାଳ ଜଗତସିଂହପୁର ତହସିଲଦାର ଙ୍କୁ ନିର୍ଦେଶ ଦେବା ପରେ ଦଳିତ ବସ୍ତି ର ଆବାଳ ବୃଦ୍ଧ ବନିତା ଙ୍କ ଖୁସି କହିଲେ ନ ସରେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟhttps://