Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ତିର୍ତୋଲ, 20/06/2025, ବିକ୍ରମ ଓଡ଼ିଶା ନିୟୁଜ: ଧର୍ମପ୍ରାଣା ମହିଳା ଦୋଳି ମଣ୍ଡଳଙ୍କ ଚତୃଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା
ତିର୍ତ୍ତୋଲ-୨୦/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ରାହାମା ଗ୍ରାମର ଧର୍ମପ୍ରାଣା ମହିଳା ସ୍ବର୍ଗତ ଦୋଳି ମଣ୍ଡଳ ଙ୍କ ଚତୃଦଶ ଦିବସରେ ଶ୍ରଦ୍ଧାଞ୍ଜଳି ସଭା, ସତସଙ୍ଗ ଧର୍ମସଭା ଅନୁଷ୍ଠିତ ହୋଇଯାଇଛି, ଏହିସଭାକୁ ତାଙ୍କର ପୁଅ ପ୍ରଶାନ୍ତ ମଣ୍ଡଳ(ମାଗନ୍ତା)ଓ ତାଙ୍କ ପରିବାର ବନ୍ଧୁବର୍ଗ ଆୟୋଜନ କରିଥିବାବେଳେ ଧର୍ମସଭା କୁ ସ ପ୍ର ୠ.ସତ୍ୟବାନ ତ୍ରିପାଠୀ ପରିଚାଳନା କରିଥିଲେ।ବିଜୟ କୁମାର ମହାନ୍ତି, କର୍ମୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ହେମନ୍ତ ନନ୍ଦ, ହେମନ୍ତ ବର୍ଦ୍ଧନ,ସୌରୀକାନ୍ତ ପରିଜା, ବାବାଜୀ ଖୁଣ୍ଟିଆ, ବାବାଜୀ ଚରଣ ସେଠୀ, ମୁରଲୀଧର ଦାସ,ଉତ୍ତମ ଚରଣ ରାଉତ, ପ୍ରମୁଖ ତାଙ୍କ ଅମର ଆତ୍ମା ର ସଦଗତି କମନାକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଶ୍ରୀଶ୍ରୀଠାକୁର ଙ୍କ ଦିବ୍ୟ ଭାବଦର୍ଶସମ୍ବଳିତ ଆଲୋଚନା କରିଥିଲେ।ଜିତୁ,ବାବୁ,ମୁରଲୀ, ଦିଲ୍ଲୀପ, ବାଉନି,ନିର୍ମଳ ପ୍ରଭୁତି ଶ୍ରୀଶ୍ରୀଠାକୁର ଙ୍କ ଭାବଦର୍ଶ ସମ୍ବଳିତ ଭଜନ କୀର୍ତ୍ତନ, କୋରସ ପରିବେଷଣ କରିଥିଲେ।