Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ 4

ତିର୍ତୋଲ, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: କୃଷି ବିଜ୍ଞାନ କେନ୍ଦ୍ର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
Article Image
ତିର୍ତୋଲ ୨୧./୦୬. କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁର ଆନୁକୁଲ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରରେ ଆଖପାଖ ଗ୍ରାମର ୨୦ ଜଣ ମହିଳା ପୁରୁଷ ଯୋଗ ଦେଇ ଥିଲେ।ଏହି ଯୋଗ ଶିବିର କୁ ବୈଜ୍ଞାନିକ ସସ୍ମିତା ପୁରୋହିତି ପରିଚାଳନା କରିଥିଲେ. ଯୋଗ ର ଗୁରୁତ୍ଵ ଲାଭ ଓ ତାହାର ବିଶ୍ଵ ଆବଶ୍ୟକତାକୁ ଉଜାଗର କରାଯାଇ ଥିଲା।ଯୋଗ ଶରୀର,ମନ ଓ ଆତ୍ମାକୁ ସମନ୍ୱୟ କରି ସାର୍ବଙ୍ଗୀଣ ବିକାଶ କରୁଥିବା ଉକ୍ତିକୁ ପ୍ରମାଣିତ କରିଥିଲା।ଏହା ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉନ୍ନତିରେ ସହଯୋଗ ହୋଇଥାଏ। ଆଜିର ଜଞ୍ଜାଳ ମୟ ଜୀବନ ରେ ମାନବ ମନ ବିସ୍ମୟକର ଭାବେ ଅସ୍ଥିର ହୋଇଯାଇଛି। ଏପରି ପରିସ୍ଥିତରେ ଯୋଗ ଏକ ଶାନ୍ତି ଓ ସମତୁଲ ରାସ୍ତା ଦେଖାଏ। ଏହି ଯୋଗ ଦିବସରେ ଆମେ ସମସ୍ତେ ନିଜ ଦୈନଦିନ ଜୀବନରେ ଯୋଗକୁ ଅନୁଶୀଳନ କରି ନିଜକୁ ଏବଂ ସମାଜକୁ ଏକ ସୁସ୍ଥ ଦିଗରେ ଆଗେଇ ନେବାକୁ,କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା।
Article Image
ଶ୍ରୀବତ୍ସ ପାଢ଼ୀ(, ବିକ୍ରମ ଓଡିଶା (
Article Image