Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ତିର୍ତ୍ତୋଲ କୋର୍ଟରେ ଯୋଗ ଦିବସ 1

ତିର୍ତୋଲ, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ କୋର୍ଟରେ ଯୋଗ ଦିବସ
Article Image
ତିର୍ତ୍ତୋଲ-୨୧/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ କୋର୍ଟରେ ଯୋଗ ଦିବସ ପାଳିତ ହୋଇଛି, ଦୁଇ ଜଣ ଯୋଗ ଗୁରୁ ଏହିଯୋଗ ଶିକ୍ଷା ଦେଇଥିବାବେଳେ ବିଚାରପତି ପାରସ ପଢି, ସମସ୍ତ ପୋଲିସ ଓ କୋର୍ଟ କର୍ମଚାରୀ, ତିର୍ତ୍ତୋଲ ଓକିଲ ସଂଘ ସଦସ୍ୟ ଯୋଗ ଦେଇ ଯୋଗ ର ଉପାଦେୟତା ସମ୍ପର୍କରେ ଅବଗତ ହୋଇଥିଲେ ସେହିପରି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର କୋଲର ଆନୁକୁଲ୍ୟରେ କୋଲର ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ୧୧ ତମ ଆନ୍ତର୍ଜାତିୟ ଯୋଗ ଦିବସ ପାଳନ ହୋଇଯାଇଅଛି । ଆୟୁଷ ବିଭାଗର ଡ଼ାଃ ସତ୍ୟ କାନନ୍ ଗୋ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଶିକ୍ଷକ ଜିବନଧନ ବେହେରା ଉପସ୍ଥିତ ଯୋଗ ଶିକ୍ଷାର୍ଥୀ ଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ ।ପରେ ପରେ ଉପସ୍ଥିତ ଯୋଗ ଶିକ୍ଷାର୍ଥୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆୟୁଷ ବିଭାଗର ତଃ ସତ୍ୟକାନନ୍ ଗୋ ବକ୍ତବ୍ୟରେ ଯୋଗ ମାଧ୍ୟମରେ ଶରୀର କିପରି ସୁସ୍ଥ ରହିବ ଏହାର ଉପକାରିତା ସମ୍ବନ୍ଧରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୋଗ ଶିକ୍ଷକ ଜିବନ ଧନ ବେହେରା, ଫାର୍ମାଶିଷ୍ଟ ଦିପ୍ତିରଞନ ମହାନ୍ତି , ମହିଳା ସ୍ୱାସ୍ଥ୍ୟକର୍ମୀ ସରୋଜିନ ପ୍ରଧାନ, ଲିପ୍ସା ମହାପାତ୍ର ଏବଂ ସାମାଜିକ କର୍ମୀ ପ୍ରମୋଦ ପ୍ରଧାନ, ମିଲନ୍ କୁମାର ସ୍ୱାଇଁ , ରମାକାନ୍ତ ମଲ୍ଲିକ, ସମରେନ୍ଦୁ ରାଉତ, ଡଃ ଆରତୀ ତ୍ରିପାଠୀ , ରଞ୍ଜିତ କୁମାର ଭୂୟାଁ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।
Article Image
Article Image