Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 21/06/2025, ବିକ୍ରମ ଓଡ଼ିଶା ନିୟୁଜ: (ଜଗତସିଂହପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ)ଜଗତସିଂହପୁର
ତା =21/6/25ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗକୁ ଏକ ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଏ । ବର୍ତ୍ତମାନ ଯୋଗର ବିଶ୍ଵଗୁରୁ ହିସାବରେ ଭାରତ ଠିଆହୋଇଛି | ଜୁନ ୨୧ କୁ ଆନ୍ତର୍ଜାତିକ ଯୋଗଦିବସ ସାରା ବିଶ୍ୱରେ ପାଳନ କରାଯାଉଥିବା ବେଳେ ଜଗତସିଂହପୁର ସଦରମହକୁମା ସ୍ଥିତ ଏସ ଭି ଏମ କଲେଜ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତିକ ଯୋଗଦିବସ ପାଳନ ହୋଇଯାଇଛି | ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ,ଜିଲ୍ଲାପାଳ ଜେ ସୋନାଲ ,ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ,ଜ୍ୟୋତି ଶଙ୍କର ରାୟ , ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ରବିନାରାୟଣ ଜେଠି ପ୍ରମୁଖ ଯୋଗଦେଇ ଯୋଗାସନ କରିବା ସହ ଯୋଗର ମହତ୍ତ୍ୱ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦେଇଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ