Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ୧୧ ତମ ଯୋଗ ଦିବସ ପାଳିତ

ନାଉଗାଁ ୨୧/୦୬/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ ସେଠୀଙ୍କ ପୌରାହିତ୍ୟରେ ଏବଂ ଏନସିସି ଅଧିକାରୀ ତଥା ଇକୋ କ୍ଲବ ଇନଚାର୍ଜ ଶିକ୍ଷକ ଶ୍ରୀମାନ ମାନସ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଥିଲା। ବିଦ୍ୟାଳୟର ଏନସିସି କ୍ୟାଡେଟ୍, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ପାଇଁ ଏକ ଯୋଗ ପ୍ରଶିକ୍ଷଣ ଆୟୋଜିତ କରାଯାଇଥିଲା। ଏଥିରେ, ପ୍ରଶିକ୍ଷକ ଭାବରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ମହାପାତ୍ର ଯୋଗ ଦେଇ ଯୋଗ ଆସନ ଏବଂ ପ୍ରାଣାୟମ ଅଭ୍ୟାସ କରାଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ମହାନ୍ତି ଯୋଗ ଦେଇ ଯୋଗର ଉପଯୋଗିତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଏଥିରେ, ସ୍କୁଲର କ୍ରୀଡା ଶିକ୍ଷକ ବିନ୍ନତ ଖୁଣ୍ଟିଆ, ପୁରୁଷୋତ୍ତମ ତ୍ରିପାଠୀ, ପ୍ରଳୟ ରଂଜନ ବେହେରା, ସନ୍ତୋଷ କୁମାର ପରିଡା, ପୃଥ୍ୱୀରାଜ ମଲ୍ଲିକ, ସୁଶ୍ରୀ ସଂଗୀତା ସ୍ୱାଇଁ, ସ୍ଵାତି ସ୍ୱାଇଁ, ବେବିନା ସେଠୀ, ମିଲି ପ୍ରଧାନ, ପୁଷ୍ପାଞ୍ଜଳି ସ୍ୱାଇଁ, ଶୁଭଶ୍ରୀ ସ୍ୱାଇଁ, ଚିନ୍ମୟ ଲେଙ୍କା ସହଯୋଗ କରିଥିଲେ।