Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ସିଗମା ପବ୍ଲିକ ସ୍କୁଲ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ। 4

ଖୋର୍ଦ୍ଧା, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ସିଗମା ପବ୍ଲିକ ସ୍କୁଲ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।ଖୋର୍ଦ୍ଧା: (୨୧/୦୫)- ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ଭାରତ ସାରା ପୃଥିବୀ ରେ ଏକ ମାତ୍ର ରାଷ୍ଟ୍ର , ଯାହା ସାରା ବିଶ୍ୱକୁ ଏହି ଯୋଗ ଶିକ୍ଷା ସମ୍ପର୍କ ରେ ସଚେତନ କରାଇ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଏହି ଅବସର ରେ ସ୍ଥାନୀୟ ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲ୍ ରେ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ସ୍କୁଲ ର ଅଧକ୍ଷା ମମତାଞ୍ଜଳି ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଶିବିର ରେ ଯୋଗ ଗୁରୁ ବସନ୍ତ କୁମାର ଖୁଣ୍ଟିଆ ଏବଂ ବିରଞ୍ଚି ନାରାୟଣ ପଣ୍ଡା ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗାସନ ଏବଂ ପ୍ରାଣାୟମ ସମ୍ପର୍କ ରେ ଶିକ୍ଷା ପ୍ରଦାନ କରିଥିଲେ। ସୂର୍ଯ୍ୟ ନମସ୍କାର, ଅନୁଲୋମ ବିଲୋମ, କପାଳ ଭାତି, ଭ୍ରାମରି, ପଦ୍ମାସନ, ବଜ୍ରାସାନ, ତାଡ଼ାସନ, ଯୋଗାସାନ ଇତ୍ୟାଦି ଶିକ୍ଷା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ନିର୍ଦ୍ଦେଶକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଯୋଗର ଉପକାରିତା ସମ୍ପର୍କ ରେ ଟିପ୍ପଣୀ ପ୍ରଦାନ କରି ପ୍ରତ୍ୟେକ ଦିନ ସୁର୍ଯୋଦୟ ସମୟ ରେ ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଯୋଗ କରିବା ଦ୍ଵାରା ସ୍ମୃତି ଶକ୍ତି ବୃଦ୍ଧି ହୁଏ। ଛାତ୍ର ଛାତ୍ରୀ ମାନେ ବିଦ୍ୟା ଅଧ୍ୟୟନ ରେ ଏକାଗ୍ରତା ରଖିବା ପାଇଁ ଯୋଗାସନ ର ଆବଶ୍ୟକତା ଅଛି । ଏଥି ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍। ଅନୁଷ୍ଠାନ ର ଉପାଧ୍ୟକ୍ଷ ତୁଷାର ରଂଜନ ମହାନ୍ତି, ଶିକ୍ଷକ ଦୀପ୍ତି ରଂଜନ ରଣା, ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ଦାସ ପ୍ରମୁଖ ଏହି ଆନ୍ତର୍ଜାତୀୟ ଯୋଗ ଶିବିର କୁ ପରିଚାଳନା କରିଥିଲେ।ଖୋର୍ଦ୍ଧା ରୁ ବିଜୟ ବାହୁବଳେନ୍ଦ୍ର ଙ୍କ ରିପୋର୍ଟ ବିକ୍ରମ ଓଡ଼ିଶା ନୀୟୁଜ୍
Article Image
Article Image
Article Image