Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କୁଜଙ୍ଗ , 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ନୂଆଗଡ଼ ପଞ୍ଚାୟତରେ ଆନ୍ତର୍ଜାତୀୟ ଯୋଗ ଦିବସ===-===-===
କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ନୂଆଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ନୂଆଗଡ଼ ପଞ୍ଚାୟତ ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ, ବାଲିଡିଆ ଯୋଗ ସେବା କେନ୍ଦ୍ରର ପ୍ରମୁଖ ରବିନ୍ଦ୍ର ନାଥ ରାଉତ ଓ ଗୌରାଙ୍ଗ ଖଟୁଆଙ୍କ ଆନୁକୁଲ୍ୟରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୂଆଗଡ଼ ପଞ୍ଚାୟତର ସରପଞ୍ଚ ଦେବେନ୍ଦ୍ର କୁମାର ରାଉତ, ନୂଆଗଡ଼ ପଞ୍ଚାୟତର ବିଜେପି ପ୍ରମୁଖ ପ୍ରଭାକର ଚୌଧୁରୀ, ଯୋଗ ଗୁରୁ ସଶାଙ୍କ ଶେଖର ମଙ୍ଗରାଜ, କାହ୍ନା ରାଉତ, ବାବୁଲି ରାଉତ, ଟୁବକ ସ୍ଵାଇଁ, ଜଗା ସୁନ୍ଦରା, ବରେନ୍ଦ୍ର ରାଉତ, ଲିପୁନା ପୁହାଣ, ରାକେଶ ସ୍ଵାଇଁ, ଚନ୍ଦନ ଚୌଧୁରୀ, ସିଏଚଓ ସସ୍ମିତା ସ୍ଵାଇଁ, ଆଶାଦିଦୀ ଚପଳା ସ୍ଵାଇଁ, ସସ୍ମିତା ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ। ଯୋଗ ସରିବା ପରେ ସରପଞ୍ଚ ଶ୍ରୀ ରାଉତ ସମସ୍ତଙ୍କୁ ବିଭିନ୍ନ ପ୍ରକାରର ଚାରାଗଛ ପ୍ରଦାନ କରିଥିଲେ।