Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
କାକଟପୁର, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ପଞ୍ଚାୟତସମିତି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

କାକଟପୁର ୨୧/୬(ତୁଷାର ଦୀକ୍ଷିତ ) ସାରା ବିଶ୍ୱ ରେ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି,ଏହି ଯୋଗ ର ପବିତ୍ର ଦିବସ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ଅଭିଭାଷଣ ପରେ ଅସ୍ତରଙ୍ଗ ବ୍ଲକ ନରେନ୍ଦ୍ର ଷ୍ଟାଡିୟମ ରେ ଏହି ଯୋଗ ଶିବିର ଉଦ୍ଘାଟନ ହୋଇଥିଲା, "ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ " ର ନାରା ରେ ଆଜି ନରେନ୍ଦ୍ର ଷ୍ଟାଡିଅମ ରେ ଏକତ୍ରିତ ହୋଇଥିଲେ ୫୦୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅସ୍ତରଙ୍ଗ ବ୍ଲକ କର୍ମଚାରୀ, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ର ରହିଛି ନିତ୍ୟାନ୍ତ ଆବଶ୍ୟକ, ସୁନ୍ଦର ପରିବେଶ ଗଠନ ସହ ଶାରୀରିକ ଦକ୍ଷତା,ସୁସ୍ଥ ମାନସିକତା ଗଠନ କରିବାକୁ ହେଲେ ଯୋଗ ପ୍ରାଣାୟାମ ଆବଶ୍ୟକ ଅନିର୍ଵାର୍ଯ୍ୟ ବୋଲି ଉପସ୍ଥିତ ଅତିଥି ଓ ଯୋଗ ଗୁରୁ ମାନେ ଶିବିର କୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଉଦବୋଧନ ଦେଇଛନ୍ତି, ସମାଜ ରେ ଆଜି ଅନେକ ପ୍ରକାର ରୋଗ ସାମ୍ନା କୁ ଆସୁଛି ଆଉ ଏହି ରୋଗ ର ପ୍ରଭାବ ରେ ବ୍ୟକ୍ତି ମାନଙ୍କ ଅକାରଣ ରେ ମୃତ୍ୟୁ ଘଟୁଛି, ଅନେକ ପରିବାର ଆଜି ଅସ୍ୱାସ୍ଥ୍ୟକର ମାନସିକତା ପାଇଁ ଭାଙ୍ଗି ଯାଉଛି, ପୁରାଣ ଯୁଗରେ ମୁନୀ ରୁଷି ମାନେ ଯୋଗ ଓ ପ୍ରାଣାୟାମ ମାଧ୍ୟମ ରେ ଅନେକ ସାଧନା କରୁଥିଲେ ଯାହାଦ୍ୱାରା ସମାଜ କଲ୍ୟାଣ ଆଉ ଶୁଦ୍ଧ ସୁସ୍ଥ ସମାଜ ଗଠନ କରିବାରେ ପୂର୍ଣ୍ଣ ଦକ୍ଷତା ସେମାନଙ୍କ ନିକଟରେ ରହୁଥିଲା, କେବଳ ସେମାନେ ନୁହନ୍ତି ରାଜା ମହାରଜା ମାନେ ମଧ୍ୟ ଏହି ଯୋଗ ପ୍ରାଣାୟାମ ଦ୍ୱାରା ନିଜର ଶାସନ ଦକ୍ଷତା ରେ ସୁନାମ ଅର୍ଜନ କରିଥିଲେ, କିନ୍ତୁ ଆଜି ଆଧୁନିକତା ଭିତରେ ସେହି ପାତାଞ୍ଜଳି ଶାସ୍ତ୍ର ଅଦୃଶ୍ୟ ହେଉଯାଉଛି, ଯାହାକୁ ପୁନଃ ଉଦ୍ଧାର କରିବା ପାଇଁ ଯଶ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତ୍ୟେକ ବର୍ଷ ଜୁନ ୨୧ ତାରିଖ କୁ ଯୋଗ ଦିବସ ରୂପେ ପାଳନ କରିବାକୁ ଦେଶ ବାସି ଙ୍କୁ ପରାମର୍ଶ କରିଥିଲେ, ଆଜି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ସାରା ଭାରତ ବର୍ଷ ରେ ପାଳିତ ହେଇଛି, ଅସ୍ତରଙ୍ଗ ପଞ୍ଚାୟତ ସମିତି ତରଫରୁ ଅସ୍ତରଙ୍ଗ ନରେନ୍ଦ୍ର ଷ୍ଟାଡିଅମ ରେ ଅସ୍ତରଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ସସ୍ମିତା ବେହେରା ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି, ଉପସ୍ଥିତ ଅନ୍ୟ ଅତିଥି ମାନଙ୍କ ଭିତରେ ଜଗତସିଂହପୁର ସାଂସଦ ଙ୍କ ଅସ୍ତରଙ୍ଗ ପ୍ରତିନିଧି ଶ୍ରୀଯୁକ୍ତ ଦିବାକର ଛାଟୋଇ, ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ପଣ୍ଡିତ କାଳନ୍ଦୀ ଛାଟୋଇ ଓ ଅନ୍ୟ ଯୋଗ ଗୁରୁ ମାନେ ଉପସ୍ଥିତ ରହି ଆସିଥିବା ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ପାତାଞ୍ଜଳି ଶାସ୍ତ୍ର ଯୋଗ ଶିଖାଇ ବା ସହ ସୁସ୍ଥ ସମାଜ ଗଠନ ପାଇଁ ଯୋଗ ର ଆବଶ୍ୟକତା ଉପରେ ବୁଝାଇଥିଲେ l
