Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମିକ 5

ବାଲେଶ୍ୱର, 21/06/2025, ବିକ୍ରମ ଓଡ଼ିଶା ନିୟୁଜ: ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମିକବାଲେଶ୍ୱର
Article Image
Report- ଅର୍ଜୁନ କୁମାର ସିଂହପରକୀୟା ପ୍ରୀତିର କରୁଣ ପରିଣତି!ବିଳମ୍ବିତ ରାତିରେ ସ୍ୱାମୀକୁ ମାରି ରଶିରେ ଟାଙ୍ଗିଦେଲେ ସ୍ତ୍ରୀ ଓ ପ୍ରେମିକ, ଗ୍ରାମବାସୀ ଦ୍ୱାରା ସ୍ତ୍ରୀ ଓ ପ୍ରେମିକ ଅଟକ ଥିଲା ବେଳେ ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଂଚି ପ୍ରେମିକକୁ ଉଦ୍ଧାର କରି ଥାନାକୁ ନେଇଥିଲା ବେଳେ ଶବ ଜବତ କରି ତଦନ୍ତ ଜାରି ରଖିଛି, ମୃତ ସ୍ୱାମୀ ଜଣକ ହେଲେ ରମାକାନ୍ତ ଘୋଷ ଅଟକ ଯୁବକ ଜଣକ ହେଲେ ମାନସ ଘୋଷ ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଗୋବରଘଟା ଗ୍ରାମପଂଚାୟତ ଅଗ୍ରୱାଲା ଛକ ଠାରେ ରମାକାନ୍ତ ଘୋଷ ଏକ ଚା ପାନ ଦୋକାନ କରି ପରିବାର ପ୍ରତିପୋଷଣ କରି ଆସୁଥିଲେ ବେଳେ ଆଜି ସକାଳ ସମୟରେ ରମାକାନ୍ତ ଏକ ରଶିରେ ଝୁଲୁ ଥିବା ଗ୍ରାମବାସୀ ଦେଖିବାକୁ ପାଇ ଥିଲେ, ସ୍ତ୍ରୀ ପ୍ରେମିକ ମାନସ ଘୋଷ ସହିତ ମିଶି ସ୍ୱାମୀକୁ ମାରି ରଶିରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦେଉଥିବା କଥା ଭାବି ଗ୍ରାମବାସୀ ସ୍ତ୍ରୀ ଜାହ୍ନବି ଓ ପ୍ରେମିକ ମାନସକୁ ଅଟକ ରଖି ଜଳେଶ୍ୱର ପୋଲିସକୁ ଖବର ଦେଇଥିଲେ, ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିଥିଲା ବେଳେ ପ୍ରେମିକ ମାନସ ଘୋଷକୁ ଅଟକ ରଖି ତଦନ୍ତ ଜାରି ରଖିଛି, ତଦନ୍ତ ପରେ ଫିଟିବ ଗୁମର ଏହା ହତ୍ୟା କି ଆତ୍ମହତ୍ୟା.।