Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଚୋରୀ ଉପରେ ଅଙ୍କୁଶ ଲଗାଇ ପାରୁନି କାକଟପୁର ପୋଲିସ, 2

କାକଟପୁର, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ଚୋରୀ ଉପରେ ଅଙ୍କୁଶ ଲଗାଇ ପାରୁନି କାକଟପୁର ପୋଲିସ,
Article Image
ଅନ୍ୟାୟସରେ ଖସିଯାଉଛନ୍ତି ଚୋରକାକଟପୁର ତା 21/6, ଗତ କିଛି ଦିନ ହେବ କାକଟପୁର ସମେତ ଏହାର ଆଖପାଖ ଅଞ୍ଚଳ ଗୁଡିକରେ ଆଇନ ଶୃଙ୍ଖଳା ପରିସ୍ଥିତି ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଚୋରି, ରାହାଜାନୀ, ଲୁଟ୍,ନାବାଳିକା ଚାଲାଣ,ଗାଡି ଚୋରୀ ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୁରୀଜିଲ୍ଲାର କାକଟପୁର ମା ମଙ୍ଗଳଙ୍କ ପାଇଁ ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଏହା ଏକ ପ୍ରମୁଖ ଅଞ୍ଚଳ ହୋଇଥିବା ବେଳେ ଏଠି ନା ଚାଲିଛି ପୋଲିସର ପେଟ୍ରୋଲିଂ ନା ବ୍ୟବସ୍ଥିତ ହୋଇ ପାରିଛି ଦୈନନ୍ଦିନ ଜୀବନଯତ୍ରା l ଏଥି ସହିତ ଗତ ଏକବର୍ଷ ମଧ୍ୟରେ ନାରୀ ନିର୍ଯାତନା ଚୋରୀ, ରାହାଜାନୀ ଡକାୟତି, ୨ ଚକିଆ ଓ ଚାରି ଚକିଆ ଯାନ ଚୋରୀ ଓ ଗୁଳିକାଣ୍ଡ ଭଳି ଘଟଣା ପୂର୍ବାପେକ୍ଷା ବଢିଥ‌ିବା ବେଳେ ବେଆଇନ ଚୋରା ମଦ ବ୍ୟବସାୟ, ଧଳା ଜହର ବେପାର, ମଠ ମନ୍ଦିରରୁ ଚୋରୀ ସହ ଗଞ୍ଜେଇ ଭଳି ନିଶାଦ୍ରବ୍ୟର କାରବାର ମଧ୍ୟ ଆଶାତୀତ ଭାବରେ ବଢିଥିବା ଜଣା ପଡିଛି । ଏହି ବର୍ଷେ ମଧ୍ୟରେ ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ଯୋଗୁଁ ମଦ୍ୟପଙ୍କ ସଂଖ୍ୟାଅହେତୁକ ଭାବରେ ବୃଦ୍ଧି ପାଇବା ସହିତ ବିଭିନ୍ନ ପ୍ରକାରର ଅପରାଧ ମୂଳକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇଛି । ଗତ ୯ ମାସ ତଳେ କୁଣ୍ଢେଇ ଗୁଳିକାଣ୍ଡ ଘଟଣା, ବଲରା ଛକ ରେ ଥିବା ଏକ କମ୍ପାନୀର ଗୋଦାମରୁ ଡକାୟତି ଘଟଣା, ବିଭିନ୍ନ ମଠ ମନ୍ଦିର ରୁ ଚୋରୀ ଘଟଣାକୁ ଦୀର୍ଘ ଦିନବିତିଯାଇଥିଲେ ମଧ୍ଯ କାକଟପୁର ପୋଲିସ ତରଫରୁ ତଦନ୍ତରେ କୌଣସୀ ଆଖିଦୃଶିଆ ଫଳାଫଳ ମିଳି ପାରିନାହିଁ ଉପରୋକ୍ତ ଘଟଣା ଗୁଡିକ ସାଧାରଣ ତଥା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି । କାକଟପୁର ମୁଖ୍ୟ ବଜାର ରେ ଥିବା ପାନ ଦୋକାନ ରେ ଖୁଲମ ଖୁଲା ଭାବରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦର ବେଆଇନ କାରବାର ଚାଲୁଛି, ସବୁ ଜାଣି ମଧ୍ୟ ପୋଲିସ ଚୁପ ହୋଇ ପଡିଛି, ଏହା ଦ୍ୱାରା ମହିଳା,ଛାତ୍ରଛାତ୍ରୀ ଓ ବ୍ୟବସାୟୀ ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି l ଉକ୍ତ ଅଞ୍ଚଳ ରେ ବାଲି ମାଫିଆ ମାନେ ସକ୍ରିୟ ହୋଇପଡ଼ିଥିବାବେଳେ ଦିନକୁ ଶହ ଶହ ଟ୍ରିପ ଚୋରା ବାଲି ଚାଲାଣ ପୋଲିସ ର ଭୂମିକା ଉପରେ ପ୍ରଶ୍ବାଚୀ ସୃଷ୍ଟି କରିଛି । ଏଥିପ୍ରତି ପୁରୀଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ ସରକାର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରର ଦୃଢ଼ ଦାବୀ ହୋଇଛି l