Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରେ ଚୋରି ଆତଙ୍କ ରାଜ ଖେଳାଉଥିବା ବିଖ୍ୟାତ ଚୋରର ପର୍ଦ୍ଦାଫାଶ

ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରେ ବେସି କରି ତଳିଆ ଅଞ୍ଚଳରେ ଘନ ଅନ୍ଧକାର ଶୁନଶାନ୍ ରାତିରେ ଜନଶୁନ୍ୟ ପରେ ଆରମ୍ଭ କରୁଥିବା ଚୋରି ଡକାୟତି ଜାହାର ପୋଲ ଖୋଲିଦେଲେ ଜଣେ ମହିଳା ପ୍ରାପ୍ତ ସୁଚନା ରୁ ପ୍ରକାଶ ଜଗତସିଂହପୁର ଥାନା ସଦର ମହକୁମା ସ୍ଥିତ ଯୋଗ ଧାର ନିକଟରେ ଥିବା ପଡ଼ିଆ ରେ କାଠିଆ ପଡା ଗ୍ରାମର ତ୍ରିଲୋଚନ ବାରିକ ଙ୍କ ହାଇହ୍ବା ଗାଡି ରୁ ବିଭିନ୍ନ ଥର ବ୍ୟାଟ୍ରି ଚୋରି ହେଉଥିବା ବେଳେ ସେହିପରି ଦାକାନ ତାଡି ଚୋରି ହେଉଥିବା ନେଇ ଜଗତସିଂହପୁର ଥାନା ରେ ଅଭିଯୋଗ କରିଥିଲେ ହେଲେ ପୋଲିସ କୌଣଷି ସୁରାଗ ପାଉନଥିବା ବେଳେ ଗତ ବିଳମ୍ବିତ ରାତିରେ ଏକ ପରିତ୍ୟକ୍ତ କୋଠରୀରେ ଜଣେ ମହିଳା ଦିର୍ଘବର୍ଷ ଧରି ରହୁଥିବା ଘର ଉପରେ ସନ୍ଧେହ କରି କାଠିଆ ପଡା ଗ୍ରାମର ତ୍ରିଲୋଚନ ବାରିକ ଙ୍କ ସହିତ କିଛି ବ୍ୟକ୍ତି ଉକ୍ତ ମହିଳା ଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଉକ୍ତ ଘରେ ଜଣେ ବ୍ୟକ୍ତି କୁ ପାଇଥିଲେ ଉକ୍ତ ବ୍ୟକ୍ତି କୁ ପଚରା ଉଚରା କରୁଥିବା ବେଳେ ଆଗରୁ ରହୁଥିବା ମହିଳା ଚୋରି ଡକାୟତି ରିତିମତେ ଆତଙ୍କ କରୁଥିବା ବ୍ୟକ୍ତି ଙ୍କ ପୋଲ ଖୋଲିଦେଲେ। ବାଲିକୁଦା ଥାନା ଅଞ୍ଚଳର ପପୁ ଦାସ୍ ପିତା ଗୋପାଳ ଦାସ ବିଳମ୍ବିତ ରାତିରେ ଆସି ବ୍ୟାଟ୍ରି ଚୋରି କରିଥିବା ତା ସହିତ ଜଗତସିଂହପୁର ଥାନା ଅଞ୍ଚଳରେ ବିଭିନ୍ନ ଦୋକାନ ତାଡି ଚୋରି ଡକାୟତି ରିତିମତେ କରିବା ସହିତ ବିଭିନ୍ନ ସ୍ତାନରୁ ଇଲେକ୍ଟ୍ରି ତାର ଓ ଘର କବାଟ ଭାଙ୍ଗି ଚୋରି ଡକାୟତି ରିତିମତେ କରେ ଓ ଜିଲ୍ଲା ବାହାରୁ ଚୋରି ଡକାୟତି ରିତିମତେ ଆତଙ୍କ କରୁଥିବା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଏଭଳି ଘଟଣା ବର୍ତମାନ ଜଗତସିଂହପୁର ଜିଲ୍ଲା ରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି ଅନ୍ୟପକ୍ଷରେ ଅଭିଯୁକ୍ତ କୁ ବିଭିନ୍ନ ଥାନା ଗିରଫ ହେଉଥିବା ବେଳେ ଉକ୍ତ ମହିଳା ଙ୍କ ଝିଅ ଉଧାର କରିବାକୁ ଯାଆନ୍ତି ବୋଲି ମହିଳା କହିଛନ୍ତି। ଏ ବିଷୟରେ ଜଗତସିଂହପୁର ଟାଉନ୍ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ଟାଉନଥାନା ପୋଲିସ ଘଟଣାସ୍ଥଳରେ ନ ପହଞ୍ଛିବା କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛିଜଗତସିଂହପୁର ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ରିତିମତେ ଆତଙ୍କ ବଢ଼ିବାରେ ଲାଗିଛି ଜାହାକୁ ନେଇ ସାଧାରଣରେ ଏକ ଆତଙ୍କ ବଢ଼ିବାରେ ଲାଗିଥିବା ବେଳେ କାଠିଆ ପଡା ଯୋଗ ଧାରୀ ସର୍କିଟ ହାଉସ ନିକଟରେ ଥିବା ଏକ ପରିତ୍ୟକ୍ତ କୋଠରୀରେ ବାଲି ଭଉଁରୀ ଅଞ୍ଚଳରୁ ଆସି ରହୁଥିବା ଜଣେ ମହିଳା କୁ ନେଇ ସନ୍ଧେହରେ ଥିଲେ ଉକ୍ତ ଅଞ୍ଚଳ ବାସି ଗତ ବିଳମ୍ବିତ ରାତିରେ ଝିଅ ନଥିବା ବେଳେ ଓଡିଶୋ ଅଞ୍ଚଳ ର ଜଣେ ବ୍ୟକ୍ତି ଉକ୍ତ ମହିଳା ଙ୍କ ଘରେ ଥିବା ସନ୍ଧେହ କରି ଚଢ଼ାଉ କରି ଉକ୍ତ ଜୁବକ କୁ କାବୁ କରିବା ସମୟରେ ଉପସ୍ତିତ ମହିଳା ଉକ୍ତ ଅଞ୍ଚଳରେ କିଏ ଚୋରି ଡକାୟତି ରିତିମତେ ଆତଙ୍କ କରୁଥିବା ନେଇ ପୋଲ ଖୋଲିଲେ। କଥା ରେ ଅଛି ବିରି ମାଡ଼ ଦେଖି କୋଳଥ ଛାନିଆ ପରି ସଦୃଶ୍ୟ ସବୁ ଗଳ ଗଳ କରି ପୋଲ ଖୋଲିଦେଲେ ମହିଳା।ପ୍ରାପ୍ତ ସୁଚନା ରୁ ପ୍ରକାଶ ଜଗତସିଂହପୁର ଜିଲ୍ଲା ଓ ଜିଲ୍ଲା ବାହାରୁ ଓ ଉକ୍ତ ଜୋଗଧାରି ଅଞ୍ଚଳରେ ବିଭିନ୍ନ ଦୋକାନ ତାଡି ଚୋରି କରିଥିବା ଓ ଜଗତସିଂହପୁର ବିଭିନ୍ନ ବଜାରରୁ ମଧ୍ୟ ଏହି ବ୍ୟକ୍ତି ଚୋରି କରିଥିବା ଠାରୁ ଆରମ୍ଭକରି ଟ୍ରକ ବ୍ୟାଟିରି ଇଲେକ୍ଟ୍ରି ତାର ଘରୁ ଚୋରି ଡକାୟତି ରିତିମତେ କରେ ବିଭିନ୍ନ ଥାନା ପୋଲିସ ହାତରେ ଧରା ପଡିଲେ ଉକ୍ତ ମହିଳା ଙ୍କ ଝିଅ ଥାନା ରୁ ଉଦ୍ଧାର କରୁଥିବା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତେବେ ଉକ୍ତ ବିଖ୍ୟାତ ଚୋରର ଘର ବାଲିକୁଦା ଥାନା ଅଞ୍ଚଳରେ ଗୋପାଳ ଦାସ ଙ୍କ ପୁଅ ପପୁ ଦାସ୍ ସେ ବିଳମ୍ବିତ ରାତିରେ ଏକ ବାଇକ୍ ସହଯୋଗ ରେ ଆସି ଚୋରି ଡକାୟତି ରିତିମତେ କରିବା ସହିତ ଉକ୍ତ ମହିଳା ଙ୍କ ଝିଅ ନ ଥିବା ବେଳେ ଘର ନିକକୁ ଆସେ ପରେ ରାତିର ଘନ ଅନ୍ଧାର ଶୁନଶାନ୍ ରାତିରେ ଜନଶୁନ୍ୟ ପରେ ଆରମ୍ଭ କରେ ଚୋରି ଡକାୟତି ଆତଙ୍କ। ସମସ୍ତ ବିଷୟ ଅଞ୍ଚଳ ବାସି ଜାଣିବା ପରେ ଟାଉନ ଥାନା କୁ ଜଣାଇବା ପରେ ଜଗତସିଂହପୁର ପୋଲିସ ର କୌଣଷି କାର୍ଯ୍ୟାନୁଷ୍ଠାନ ନାହିଁ ଜାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି। ତେବେ ସାଧାରଣ ଲୋକ କେତେ ସୁରକ୍ଷିତ ଜାହା ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି