Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ଜଗତସିଂହପୁର , 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ଉପକୂଳ ଓଡିଶା ବିକାଶ ପରିଷଦ ସ୍ୱରଦୁଇ ଲେନେ କରାଯାଉ ଚାରିଛକ ପହଙ୍ଗା. ଜଗତସିଂହପୁର ରାସ୍ତା କୁ

~~~~~~~~~~~~~~~~ଜଗତସିଂହପୁର 22/6/2025(ସରୋଜ ନାୟକ ଙ୍କ ଠାରୁ )ଆଗଭଳି ଜଗତସିଂହପୁର. କେନ୍ଦ୍ରାପଡ଼ା ର ବିସ୍ତୃତ ଅଞ୍ଚଳ ର ଲୋକ ମାନେ ପୁରୀ ଯିବା ପାଇଁ କଟକ ବାଟେ ଯାଉନାଁହାନ୍ତି |ୟା ଭିତରେ ଜଗତସିଂହପୁର ସଦର ମହକୁମା. ଆଳିପିଙ୍ଗଳ.କାଳଖ. ପହଙ୍ଗା. ତାଂପେଡା. ମାଧବ. ଦେଇ ଚାରିଛକକୁ ସଂଯୋଗ ହୋଇସାରିଛି |ହେଲେ ଏହି ସଂଯୋଗ ରାସ୍ତା ଗୁଡିକ ଅଧିକାଂଶ ଜାଗାରେ ଖୁବ ଅଣଓସାରିଆ ହୋଇଥିବାରୁ ଯାତାୟାତ ରେ ଘୋର ଅସୁବିଧା ହେଉଛି |ଦୁଇଟି ଚାରିଚକିଆ ଗାଡି ପରସ୍ପରକୁ ସହଜରେ ଅତିକ୍ରମ କରିପାରୁନାଁହାନ୍ତି |ଅନ୍ୟପକ୍ଷରେ ଏହି ସଂକୀର୍ଣ୍ଣ ରାସ୍ତାରେ ଯାନବାହାନ ଚଳା ଚଳ ଅନେକ ଗୁଣ ବୃଦ୍ଧି ପାଇଛି |ନିମାପଡା. ପୁରୀ କାକଟପୁର. ଅସ୍ତରଙ୍ଗ ଲୋକମାନେ ପାରାଦ୍ୱୀପ ଓ ଜଗତସିଂହପୁର ଯିବାପାଇଁ ଏହି ରାସ୍ତାକୁ ପସନ୍ଦ କରୁଛନ୍ତି |ଅପେକ୍ଷାକୃତ କମ ଦୂରତା ହୋଇଥିବାରୁ ପାରାଦ୍ୱୀପ ଓ ଜଗତସିଂହପୁର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି |ଏତେ ସଂଖ୍ୟକ ଯାନବାହାନ ଚଳାଚଳ ପାଇଁ ରାସ୍ତାଟି ଅନୁପଯୁକ୍ତ |ପ୍ରତ୍ୟକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଛି |ଧନଜୀବନ ନଷ୍ଟ ହେଉଛି |ଏହି ରାସ୍ତାକୁ ସମ୍ପ୍ରସାରଣ କରି ଦୁଇ ଲେନ କରିବାପାଇଁ ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କୁ ବାରମ୍ବାର ଲିଖିତ ନିବେଦନ କରାଯାଇଛି. ହେଲେ ଏପର୍ଯ୍ୟନ୍ତ ଫଳ ଶୂନ |ଏହି ରାସ୍ତାକୁ ତୁରନ୍ତ ଦୁଇଲେନ କରିବାପାଇଁ ପରିଷଦ ର କର୍ମକର୍ତ୍ତା ସମାଜସେବୀ ଆର୍ତତ୍ରାଣପତି. ଧୂଳେଶ୍ୱର ମଲ୍ଲିକ ପ୍ରଦୀପ୍ତ ସ୍ୱାଇଁ. ବିଦ୍ୟାଧର ରାଉତ. ବିପିନ ବାରିକ. ବେଣୁଧର ନାୟକ. ପିତାମ୍ବର ରାଉତ. ଯୋଗେନ୍ଦ୍ର ଦାସ ପଦ୍ମନଭ ସ୍ୱାଇଁ ପ୍ରମୁଖ ଗଣମାଧ୍ୟ୍ୟମ ଜରିଆରେ ସରକାରଙ୍କୁ ନିବେଦନ କରିଛନ୍ତି |