Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା ପାଇଁ ଦୀପ ପ୍ରଜ୍ବଳନ 1

ଏରସମା, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା ପାଇଁ ଦୀପ ପ୍ରଜ୍ବଳନ===-===-===
Article Image
ଏରସମା : ଓଡ଼ିଆ ବାସୀଙ୍କ ଲୋକପ୍ରିୟ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା ସହିତ ଦୀପଦାନ ପୂଜାର୍ଚ୍ଚନା କରାଯାଉଛି। ଜଗତସିଂହପୁର ଜିଲ୍ଲା ଏରସମା କାଶୀ ବିଶ୍ଵନାଥ ମନ୍ଦିରରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଧାୟକ ସାରଦା ପ୍ରସନ୍ନ ଜେନାଙ୍କ ନେତୃତ୍ବରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର ସମସ୍ତ ନବୀନ ପ୍ରେମୀମାନେ ଏକତ୍ରିତ ହୋଇ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୟୋଳନ କରିବା ସହିତ ପାର୍ଥନା କରିଥିଲେ।ସେ ଶୀଘ୍ର ଆରୋଗ୍ୟ ଲାଭକରି ଓଡ଼ଶା ବାସୀଙ୍କ ସେବା କରିବାକୁ ଯେଉଁ ସଂକଳ୍ପ ରଖିଛନ୍ତି ସେ ସେବା କରିବାକୁ ସକ୍ଷମ ରହନ୍ତୁ। ଶୀଘ୍ର ଓଡ଼ିଶା ଫେରିଆସି ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ ବୋଲି ବିଧାୟକ ଶ୍ରୀ ଜେନା ବିଶ୍ଵନାଥଙ୍କ ପାଖରେ କାମନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମବାୟବିତ୍ ସମୀର ରଞ୍ଜନ ସ୍ୱାଇଁ, ଯୁବ ସମାଜସେବୀ ଗଣେଷ ରାଉତ, ଏରସମା ବ୍ଲକ ଯୁବ ବିଜୁଜନତା ଦଳର ଉପ ସଭାପତି ଲୋକନାଥ ରାଉତ , ପ୍ରଭାତ ସାହାଣୀ, ଏରସମା ସରପଞ୍ଚ ସଚ୍ଚିଦାନନ୍ଦ ଦାସ, ବାଲିକୁଦା ବ୍ଳକର ଯୁବ ସଭାପତି ସୁଭେନ୍ଦୁ ଦାସ, ବିଜୟ ସ୍ୱାଇଁ, ସଞ୍ଜୟ ନାୟକ, ରଶ୍ମିରଞ୍ଜନ ଖୁଣ୍ଟିଆ, ଶ୍ୟାମ ସୁନ୍ଦର ରାଉତ, ସତ୍ୟଜିତ ପରିଡା,ରାଜେଶ୍ ମାସ୍ତାନ,ଅଭେୟ ମାଝି, ଧନେଞ୍ଜୟ ସାହୁ ,ସୋନକ ସାସମଲ ସତ୍ୟଜିତ ରାଉତ, ଦିପକ ସ୍ଵାଇଁ ପ୍ରମୁଖଙ୍କ ସମେତ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ସମସ୍ତ ନବୀନ ପ୍ରେମୀମାନେ ଯୋଗଦେଇ ଥିଲେ।