ତିର୍ତୋଲ, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦ୍ବୀପ ଦାନତିର୍ତ୍ତୋଲ ୨୨/୬-(ରିପୋର୍ଟ-ଟୁକନ ସେଠୀ)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି କନିମୁଳ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ସମୂହ ଦ୍ବୀପ ଦାନ କରାଯାଇଛି l ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ କାନ୍ଧ ରେ ଯନ୍ତ୍ରଣା ପାଇଁ ବମ୍ବେ ସ୍ଥିତ ଲୀଳାବତୀ ଧିରୁଭାଇ ଅମ୍ବାନୀ ମେଡିକାଲ କୁ ଅସ୍ତ୍ରପ୍ରଚାର ନିମନ୍ତେ ଯାଇଥିବାରୁ ସମଗ୍ର ଓଡ଼ିଶାରେ ବିଜୁ ଜନତା ପକ୍ଷରୁ ଆଶୁ ଆରୋଗ୍ୟ କାମନା ପାଇଁ ଦ୍ବୀପ ଦାନ କରାଯାଇ ଆଶୀର୍ବାଦ ଭିକ୍ଷା କରାଯାଉଛି l ତିର୍ତ୍ତୋଲ ବ୍ଲକ କନିମୁଳ ପଞ୍ଚାୟତ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ଜ଼ିଲ୍ଲା ପରିଷଦ

ସନାତନ ଦଳାଇଙ୍କ ନେତୃତ୍ୱ ରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ନାରୀଜଙ୍ଗ ଗ୍ରାମର ମା ତାରିଣୀ ଙ୍କ ନିକଟରେ ସମୂହ ଦ୍ବୀପ ଦାନ କରି ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କରି ଆଶୀର୍ବାଦ ଭିକ୍ଷା କରିଥିଲେ l ଏଥିରେ ମା ମାନେ ହେଲେ ସରସ୍ଵତୀ ସାହୁ, ସୁଲୋଚନା ସ୍ୱାଇଁ, ଭାରତୀ ସୁତାର, ବନ୍ଦନା ଲେଙ୍କା, ଝରଣା ଦାସ, ଭାଗ୍ୟଶ୍ରୀ ବାରିକ, ଗୀତାଞ୍ଜଳି ସୁତାର, ତିଳୋତ୍ତମା ସାହୁ, ନିର୍ମଳା ସାହୁ, ଦିପ୍ତିମୟୀ ସ୍ୱାଇଁ, ରୋମା ସୁତାର, ଉର୍ମିଳା ସୁତାର, ଅରୁଣା ସୁତାର, ରୁପଶ୍ରୀ ସ୍ୱାଇଁ, ସ୍ୱର୍ଣାଲତା ସାହୁ।ପଞ୍ଚାୟତ ସଭାପତି ରାଜେନ୍ଦ୍ର ପ୍ରସାଦ ଦାସ, ଗୋପୀନାଥ ଦାଶ ,ପ୍ରଶାନ୍ତ ରାଉତ, ରବୀନ୍ଦ୍ର କୁମାର ସାହୁ, ଅଖିଲ ଦାସ, ନୃସିଂହ ଚରଣ ଦାସ, ଅଭୟ କୁମାର ଦାସ, ଶ୍ୟାମସୁନ୍ଦର ସାହୁ, ତରଣୀ ସୁତାର, ପ୍ରୁଥିରାଜ ପତି, ବିକାଶ କୁମାର ପଣ୍ଡା, ଶିବ ଶଙ୍କର ସ୍ୱାଇଁ, ପ୍ରଶାନ୍ତ କୁମାର ସ୍ବାଇଁ, ପ୍ରକାଶ ଜେନା, ସଂଯତ ଦଳାଇ, ନିରଞ୍ଜନ ସୁତାରଙ୍କ ସମେତ ଶତାଧିକ ଜନସାଧାରଣ ମାନେ ଉପସ୍ଥିତ ରହି ଦ୍ବୀପ ଦାନ କରିଥିଲେ lସେହିପରି ତେନ୍ତୁଳିପଦା ପଂଚାୟତ ଶନିମନ୍ଦିର ରେ ବିଜେଡି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।