Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com
ନାଉଗାଁ, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦୁଇ ଦିନ ଧରି ଶାଶୂଘରୁ ନିଖୋଜ ଥିବା ମହିଳା ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନାଉଗାଁ ୨୨/୦୬/ ବିକ୍ରମ ଓଡିଶା ନିୟଜୁ ନାଉଗାଁ ଥାନା ଅଞ୍ଚଳ ର ଅରଖକୁଦ ରୁ ଦେବୀଦୋଳ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ର ଚକୁଳି ନିକଟରେ ଥିବା ଏକ ଗଛରେ ମହିଳା ଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା l ତେବେ ନାଉଗାଁ ଥାନା ଅଞ୍ଚଳ ର ଛତିଆନା ଗ୍ରାମର ସ୍ବର୍ଗତ ଜଟାଧାରୀ ସାହୁ ଙ୍କ ଝିଅ ବବିତା ସାହୁ ଦୀର୍ଘ 5 ବର୍ଷ ପୂର୍ବେ ନିମାପଡା ଥାନା ଅଞ୍ଚଳ ଶିଵ ସାହୁ ଙ୍କ ପୁଅ ନବ ସାହୁ ଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଥିଲି,ବିବାହ ର କିଛି ଦିନ ପରେ ତାଙ୍କ ର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା, କିନ୍ତୁ ଏହାରି ପରେ ପରେ ବୋହୁ ବବିତା କୁ ନାନାଦି ପ୍ରକାର ନିର୍ଯାତନା ଶାଶଘର ଲୋକେ ଦେଉଥିବା ନେଇ ସେ ତାଙ୍କ ବାପା ଘରେ ଜଣାଉ ଥିଲେ l କିନ୍ତୁ ଗତକାଲି ଠାରୁ ବବିତା ସାହୁ ଘରୁ କେଉଁଆଡେ ପଳାଇ ଯାଇଥିବା ନେଇ ଶାଶୁ ଘର ଲୋକେ ବାପା ଘର କୁ ଖବର ଦେବା ପରେ, ବବିତା ଙ୍କ ଦାଦା ଓ ଭାଇ ସେଠାରେ ପହଂଚି ତାଙ୍କ ଝିଅ କୁ ନିର୍ଯାତନା ଦିଆଯାଉଥିବା ଓ ନିଖୋଜ ସମ୍ପର୍କ ରେ ଏକ ଲିଖିତ ଅଭିଯୋଗ ନିମାପଡା ପୋଲିସ ଷ୍ଟେସନ ରେ କରିଥିଲେ l ହେଲେ ଆଜି ଝିଅ ବବିତା ଙ୍କ ସନ୍ଦେହ ଜନକ ଭାବେ ଅର୍ଦ୍ଧ ନଗ୍ନ ଅବସ୍ଥାରେ ଚକୁଳ ନିକଟରେ ଥିବା ଏକ ଗଛ ରେ ଝିଅ ଝୁଲୁଥିବା ଜାଣିବାକୁ ପାଇଥିଲେ l ତେବେ ଏହା ସମ୍ପୂର୍ଣ ରୂପେ ତାଙ୍କ ଝିଅ କୁ ଶାଶୁଘର ଲୋକେ ହତ୍ୟାକରୀ ସେଠାରେ ଟାଙ୍ଗୀ ଦେଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି l ଅନ୍ୟପଟେ ଏହା ହତ୍ୟା କି ଆତ୍ମହତ୍ୟା ପୋଲିସ ର ସମ୍ପୂର୍ଣ ତଦନ୍ତ ପରେ ସ୍ପଷ୍ଟ ହେବ lନାଉଗାଁ ରୁ ବୈଷ୍ଣବ ରାଉଳ
