Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ବେଳାଭୂମିରେ ୫୦ତମ ସ୍ବଛତା କାର୍ଯ୍ୟକ୍ରମ 1

ପାରାଦ୍ୱୀପ , 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ବେଳାଭୂମିରେ ୫୦ତମ ସ୍ବଛତା କାର୍ଯ୍ୟକ୍ରମ
Article Image
ପାରାଦୀପ ବେଳାଭୂମି କୁ ସ୍ବଚ୍ଛ ଓ ସୁନ୍ଦର ରଖିବା ପାଇଁ ପାରାଦୀପ କଲେଜ ଏନସିସି ଓ ଏନସିସି ଆଲୁମିନି ଆସୋସିଏସନ ତରଫରୁ ବେଳାଭୂମି ସ୍ବଛତା କାର୍ଯ୍ୟକ୍ରମ କରାଯାଇଛି। ଏହିପରି ନିୟମିତ ଭାବେ ସମୁଦ୍ର ବେଳାଭୂମି କୁ ସଫା ରଖିବା ପାଇଁ ଯୁବକ ଭାଇ ମାନେ ସଂକଳ୍ପ ନେଇଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ସମୁଦ୍ର ବେଳାଭୂମିରେ ୫୦ତମ ସ୍ବଛତା କାର୍ଯ୍ୟକ୍ରମ ମନାଉଥିବା ଏନସିସି ଆଲୁମିନି ତରଫରୁ ଅତିଥି ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ଓ ପରିବେଶବିତ୍ ଅମରେଶ ନରେଶ ସାମନ୍ତ ଙ୍କୁ ଆମନ୍ତ୍ରିତ କରାଯାଇଥିଲା। ପାରାଦୀପ କୁ ଏକ ପ୍ଲାଷ୍ଟିକ ମୁକ୍ତ ପରିବେଶ ସୃଷ୍ଟି କରିବା ଲକ୍ଷ ନେଇ ପାରାଦୀପ କଲେଜ ଏନସିସି ଓ ଏନସିସି ଆଲୁମିନି ତାର ୫୦ତମ ସ୍ବଛତା କାର୍ଯ୍ୟକ୍ରମ ପାଳନ କରୁଥିବା ରୁ ଅତିଥି ମାନେ ଏନସିସି ଆଲୁମିନି ଓ ପାରାଦୀପ କଲେଜ ଏନସିସି କ୍ୟାଡର ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ତାଙ୍କର ଏହି ନିୟମିତ ସ୍ବଛତା କାର୍ଯ୍ୟକ୍ରମ ରେ ସମସ୍ତ ଟିମ୍ କୁ ଉତ୍ସାହିତ କରିଥିଲେ। ଆମ ପାରାଦୀପ ଏକ ମିନି ଇଣ୍ଡିଆ ବୋଲି କହିବା ସହିତ ଆମ ପାରାଦୀପ ସମୁଦ୍ର ବେଳାଭୂମି କୁ ଅନେକ ପର୍ଯ୍ୟଟକ ଆସୁଛନ୍ତି। ତେଣୁ ଆମ ବେଳାଭୂମି କୁ ସଫା ରଖିବା ଆମ ଦାୟିତ୍ୱ ହୋଇଥିବା ରୁ ଆମେ ସମସ୍ତେ ବେଳାଭୂମି କୁ ସଫା ରଖିବା ପାଇଁ ସମସ୍ତେ ସଂକଳ୍ପ ନେବା ବୋଲି ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ କହିଛନ୍ତି। ଏହି ସମୁଦ୍ର ବେଳାଭୂମି ସ୍ବଚ୍ଛତା କାର୍ଯ୍ୟକ୍ରମ ରେ ପରିବେଶ ବିତ୍ ଇଂ ଅମରେଶ ନରେଶ ସାମନ୍ତ ସାମିଲ ହୋଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ।
Article Image
Article Image