Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.pozecon.com

ଉପର ମୁଣ୍ଡାରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା। (୩୦ ରୁ ଉର୍ଦ୍ଧ ଗାଁ ଜଳମଗ୍ନ) 1

ଜଳେଶ୍ଵର, 22/06/2025, ବିକ୍ରମ ଓଡ଼ିଶା ନିୟୁଜ: ଉପର ମୁଣ୍ଡାରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ବନ୍ୟା।(୩୦ ରୁ ଉର୍ଦ୍ଧ ଗାଁ ଜଳମଗ୍ନ)
Article Image
ଜଳେଶ୍ଵର- ବାଲେଶ୍ଵର ଜିଲ୍ଲା ଦେଇ ପ୍ରବାହିତ ହୋଇଥାଏ ସୁବର୍ଣ୍ଣରେଖା ନଦୀ।ଉପରେ ମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରଜଳସ୍ତର ବଢି ୩୦ ରୁ ଉର୍ଦ୍ଧ ତଳିଆ ଗାଁ ଜଳ ମଗ୍ନ ହୋଇ ଯାଇଛି।ପ୍ରବଳରୁ ପ୍ରବଳ ବର୍ଷା କାରଣରୁ ଗାଲୁଡ଼ିହି ଓ ଚାନ୍ଦିଲିବ୍ୟରେଜରୁ ଲକ୍ଷାଧିକ କ୍ୟୁସେକ ପାଣି ଛାଡ଼ିଥିବାରୁ ବଢୁଛି ନ‌ଦୀର ଜଳସ୍ତର।ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ ।ସୁବର୍ଣ୍ଣ ରେଖାନଦୀରେ ପ୍ରଥମବନ୍ୟା ଦେଖା ଦେଇଛି,ଉପରମୁଣ୍ଡରେ ଗାଲୁଡ଼ିହି, ଚାନ୍ଦିଲି ବ୍ୟାରେଜରୁ ଜଳ ଛଡା ଯାଇଥିବାରୁ ସୁବର୍ଣ୍ଣରେଖାନଦୀର ରାଜଘାଟ ଠାରେ ଜଳସ୍ତର ବଢିବାକୁ ଲାଗୁଛି। ତେବେ ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ସକାଳ ୧୧ ଟା ସୁଦ୍ଧା ଜଳସ୍ତର ୧ ୧.୧୬ ମିଟର ଉପରେପ୍ରଭାବିତ ହେଉଛି ।ପୁଣି ଜଳସ୍ତର ଧୀରେ ଧୀରେ କାମୁଥିବା ବେଳେ ସନ୍ଧ୍ୟା ସୁଦ୍ଧା ସତର୍କ ସୂଚନା ଦିଆଗଲା ବନ୍ୟା ଜଳ ଅଧିକ ପ୍ରବାହିତ ହୋଇପାରେ ବୋଲି ଜଳସମ୍ପଦ ବିଭାଗର ଏସ ଇ ସି ମୁକୁଲ ଚନ୍ଦ୍ର ବେରା।ତେବେ ତଳିଆଅଞ୍ଚଳରେ ସୁବର୍ଣ୍ଣରେଖାର ବନ୍ୟା ପାଣି ଅଚାନକ ପ୍ରବେଶ ହେଉଥିବାରୁ ରୁ ୩୦ରୁ ଊଦ୍ଧଗାଁ ଜଳମଗ୍ନ ହେବା ସହିତ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହୁଥିବାର ପ୍ରଶାସନ ପକ୍ଷରୁ କୁହାଯାଇଛି।ତୁରନ୍ତ ପ୍ରଶାସନ ପକ୍ଷରୁ ଅଧିକାରୀ ମାନେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି ‌।ସେମାନଙ୍କର ସମସ୍ୟା ବୁଝି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଅଧିକାରୀ ମାନଙ୍କ ପାଖରୁ ସୂଚନା ମିଳିଛି। ଜଳେଶ୍ଵର ରୁ ଅର୍ଜ୍ଜୁନ ଚରଣ ସିଂହ ଙ୍କ ରିପୋର୍ଟ