
ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ଅମୂଲ୍ୟ କୁମାର ମିଶ୍ରଙ୍କୁ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର ଜଗତସିଂହପୁର ତା ୦୪/୧୨/୨୫ ସଫଳ ବିଦ୍ୟାର୍ଥୀଙ୍କ ପାଠଶାଳା ଭାବରେ ଗୌରବ ବହନ କରିଥିବା ଐତିହ୍ୟସମ୍ପନ୍ନ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାସୁଦେବ ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ଟ୍ରଷ୍ଟର ସଭାପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯଥା ବିଜ୍ଞାନ ଶିକ୍ଷାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରେଡ଼କ୍ରସ ପାଇଁ ରାଜ୍ୟପାଳଙ୍କ ଠାରୁ ଶ୍ରେଷ୍ଠ ପରାମର୍ଶଦାତା ପରସ୍କାର, ସ୍କାଉଟରେ ମର୍ଯ୍ୟାଦା ଜନକ ବସନ୍ତ ବିଶ୍ୱାଳ...

ମୃତବ୍ୟକ୍ତିଙ୍କ ଅଙ୍ଗ ଦାନ ଯୋଗୁଁ ଓଡିଶା ସରକାର ଙ୍କ ପକ୍ଷରୁ ରାଷ୍ଟ୍ରିୟ ସମ୍ମାନରେ ସମ୍ମାନୀତ କରାଗଲା । - ତିର୍ତ୍ତୋଲ ତା ୪/୧୨(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ବ୍ଲକ୍ ଅଧିନ ଗୋପଳପୁର( ଶଂ) ପଞ୍ଚାୟତ ନିବାସୀ ବଡଜିଂଗଲ ଗ୍ରାମର ୰ମୁରଲୀଧର ଦାସ ଙ୍କ ପୁତ୍ର ସନ୍ତୋଷ କୁମାର ଦାସ କଟକରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ , କଟକ ପାରାଦ୍ବୀପ ରାସ୍ତାର କଣ୍ଟୁଆର ଠାରେ ରାସ୍ତାର ଥିବା ଉଚ୍ଛ ହମ୍ପସ୍ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶୀକାର ହୋଇଥିଲେ । କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ର ଲୋକ ମୃତ ସନ୍ତୋଷ...

: କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ! ତିର୍ତ୍ତୋଲ-୪/୧୨-(ରିପୋର୍ଟ-ସୁଷମା)-ଝଙ୍କଡ଼ ସାରଳାପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଗତ ବୁଧବାରଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ଯୋଗୁଁ ଶହଶହ ରୋଗୀ ଆଶୁଚିକିତ୍ସା ରୁ ବଞ୍ଚିତ ହୋଇ ନିରାଶ ହେବାକୁ ପଡିଛି l ଯେଉଁ ଫାର୍ମାସିଷ୍ଟ ଦୀର୍ଘ ବର୍ଷବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିଲେ, କେତେକ ଜନପ୍ରତିନିଧି ଙ୍କ ମିଥ୍ୟା ଆରୋପ କୁ ଭିତ୍ତିକରି ତାଙ୍କୁ ବଦଳି ଓ ପରେପରେ ନିଲମ୍ବିତ କରାଯାଇଥିବାରୁ...

(ସଂସଦ ଖେଳ ମହୋତ୍ସବ ଉଦଘାଟିତ ) ଜଗତସିଂହପୁର ତା =29/11/25 ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ରେ ସଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି |ଏହି ଉପଲକ୍ଷେ ଆୟୋଜିତ ସଂସଦ ଖେଳ ମହୋତ୍ସବ ଉଛବ ରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ସଂମ୍ମାନିତଅତିଥିଭାବେ ଜ଼ିଲ୍ଲାପାଳ ଜେ ସୋନାଲ, ଏସ ପି ଅଙ୍କିତ କୁମାର ବର୍ମା, ବିଜେପି ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ସତ୍ୟବ୍ରତ ମହାପାତ୍ର | ଜ଼ିଲ୍ଲା କ୍ରୀଡା ସମ୍ପାଦକ...

ଛାତ୍ରଙ୍କୁ ଅଧ୍ୟାପକଙ୍କ ମାଡ଼ ପ୍ରତିବାଦରେ ବିକ୍ଷୋଭ ବୁଗୁଡ଼ା, ୨୪/୧୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଏନ୍ସିସି ଆର୍ମି ୱିଙ୍ଗ୍ ଲ୍ୟୁଟନାଣ୍ଟ୍ ଅଜୟ କୁମାର ସାହୁ କିଛି ଛାତ୍ରଙ୍କୁ ମାଡ଼ ମାରିଥିବା ପ୍ରତିବାଦରେ ଆଜି ଅନ୍ୟ ଛାତ୍ରମାନେ କଲେଜ ସମ୍ମୁଖ ମୁଖ୍ୟଫାଟକ ଆଗରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ପୁଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିବା ଜଣାପଡ଼ିଛି। ଗତକାଲି ଏନ୍ସିସି ଦିବସ ପାଳନ ହେଉଥିବା ବେଳେ କିଛି ଛାତ୍ର ଭଲିବଲ ଅଭ୍ୟାସ କରୁଥିଲେ। ଏହି ସମୟରେ କିଛି ବିଶୃଙ୍ଖଳା ହୋଇଥିବା ବେଳେ ଅଧ୍ୟାପକ ଶ୍ରୀ ସାହୁ ଉତ୍ତ୍ଯକ୍ତ ହୋଇ...

ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ ବୁଗୁଡ଼ା,୨୪/୧୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି।ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି ୟୁ. ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ମାତୃପ୍ରେମୀ ଟି.ସୁଦର୍ଶନ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ସିଦ୍ଧି ପ୍ରାପ୍ତ ସମ୍ପର୍କେ ଆଲୋକପାତ କରିଥିଲେ । ଏଥି ସହ ଛାତ୍ରଛାତ୍ରୀମାନେ ମଧ୍ୟ...

ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ସଭା - ତିର୍ତ୍ତୋଲ-୨୪/୧୧-(ରିପୋର୍ଟ-ସୁଷମା)-ତିର୍ତ୍ତୋଲ ସାରଣୀ ବଜାରରେ ଥିବା ଏକ ମଣ୍ଡପରେ ତିର୍ତ୍ତୋଲ ବ୍ଲକ ଠିକାଦାର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲା ସଙ୍ଘ ର ଉପଦେଷ୍ଟା ଅରବିନ୍ଦ ହୋତା,ଆଲୋକ ଦାସ, ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।ସମସ୍ତ ଠିକାଦାର ଙ୍କ ମତାମତ କୁ ନେଇ ଟେଣ୍ଡର ଗୁତିକ ଧାର୍ଯ୍ୟ ରେଟ(0.00%)ରେ ପକାଇବାକୁ ପ୍ରସ୍ତାବ ପାରିତ ହୋଇଥିଲା। ନୂତନ କର୍ମକତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସଭାପତି ରାଜେଶ ସାହାଣୀ, ସମ୍ପାଦକ ଦେବକାନ୍ତ ମଲ୍ଲିକ,କୋଷଦକ୍ଷ ସୁବ୍ରତ ଦାଶ, ଉପ-ସଭାପତି-ଅରୁଣ ମହାପାତ୍ର, ଯଶୋବନ୍ତ ରାଉତ,ଅକ୍ଷୟ ସ୍ବାଇଁ, ମାନସ ମହାନ୍ତି,ନିରଞ୍ଜନ ଦାସ ଅମୁଲ୍ୟ ସ୍ବାଇଁ,ଅଶୋକ ସାହୁ, ଗଗନ...

ଛତ୍ରମଠ ସରସ୍ବତୀ ଶିଶୁମନ୍ଦିର ରେ ମାତୃସମ୍ମିଳନୀ ତିର୍ତ୍ତୋଲ-୨୪/୧୧-(ରିପୋର୍ଟ-ସୁଷମା)-କନକପୁର ପଞ୍ଚାୟତ ଛତ୍ରମଠ, ତରାପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ, ପରିଚାଳନା କମିଟି ର ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷ୍ ତା ରେ ମାତୃସମ୍ମିଳନୀ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ...

ତାଳଦଣ୍ଡା କେନାଲ ରେ ଭାସୁଛି ଅଜଣା ଗଳିତ ଶବ ତିର୍ତୋଲ ୨୪/୧୧ତିର୍ତୋଲ ଥାନା ଅନ୍ତର୍ଗତ ମଣିଜଙ୍ଗା ବଜ଼ାର ଅନତି ଦୂରରେ ଥିବା ପେଟ୍ରୋଲ ପମ୍ପ ପଛ ପାଖ ତାଳଦଣ୍ଡା କେନାଲ ଭିତରେ ଭାସୁଛି ଅଜଣା ଗଳିତ ଶବ l ଆଜି ଅପରାହ୍ନ ରେ ସ୍ଥାନୀୟ ଲୋକେ ତଳଦାଣ୍ଡା କେନାଲ ମଧ୍ୟରେ ଶବ ଭାସୁଥିବା ଦେଖି ରୁଣ୍ଡ ହୋଇ ଥିଲେ ଓ ତିର୍ତୋଲ ଥାନାକୁ ଜଣାଇ ଥିଲେ, ତୁରନ୍ତ ଘଟଣା ସ୍ଥଳରେ ଆଇ ଆଇ ସି ପ୍ରଦୀପ୍ତ କୁମାର ସେଠି ପହଁଚି ଅନୁଧ୍ୟାନ କରିଥିଲେ, ହେଲେ ସନ୍ଧ୍ୟା ହୋଇ ଆସୁ ଥିବାରୁ ଶବ ଉଦ୍ଧାର ହୋଇ ପାରି ନାହିଁ l...

(ବାଙ୍ଗାଲାଦେଶୀ କୁ ଶରଣ ଦେଇ ଆତ୍ମଗୋପନ କରିଥିବା ସିକନ୍ଦର ଅଲ୍ଲାମ ତାର ଭାଇ ଗିରଫ୍ ) ଜଗତସିଂହପୁର ଜଗତସିଂହପୁର ଜିଲା ବେରରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଭାବରେ ଘର ନିର୍ମାଣ କରି ବାଂଲାଦେଶୀମାନ ଙ୍କୁ ଭଡା ଦେଇଥିବା ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତାର ସାନ ଭାଇ ମୁତାଲିଫ ଖାଁ ଦିର୍ଘଦିନ ଧରି ଜଗତସିଂହପୁର ଜିଲ୍ଲା ପୋଲିସ କୁ ଚଖମା ଦେଇ ଆତ୍ମଗୋପନ କରିଥିବା ଖେଳ ଖତମ ହୋଇଛି | ଜଗତସିଂହପୁର ଜିଲ୍ଲା ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଯାଜପୁର ଜିଲ୍ଲା ପୋଲିସ ସହଯୋଗରେ ଯାଜପୁର ରୁ ତାର ଏକ ସମ୍ପର୍କୀୟଙ୍କ ଘରେ ସିକନ୍ଦର ଆତ୍ମଗୋପନ...

ଅସହାୟ ଙ୍କୁ କମ୍ବଳ ବଣ୍ଟନ । ଜଗତସିଂହପୁର ତା=23/11/25 ଜଗତସିଂହପୁରରେ ଶୀତର ପ୍ରକୋପ ବଢିବାରେ ଲାଗିଛି। ଶୀତ ମାଡ଼ି ଆସିବାରୁ ଆଶୀର୍ବାଦ ସେବା ସଂଗଠନ ପକ୍ଷରୁ ସହରର ଖୋଲା ଆକାଶ ତଳେ ଜୀବନ ବିତାଉ ଥିବା ଗରିବ ଅସହାୟ ଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଏହି ସେବା କାର୍ଯ୍ୟ କ୍ରମକୁ ଆଗେଇ ନେଇଥିଲେ ସଂଗଠନ ସଭାପତି ଜଗନ୍ନାଥ ବେହେରା,ବିଜେଦ୍ର ଦାସ, ସରୋଜ ସ୍ବାଇଁ, ସୀମା ଭୋଇ, ଦୀପ୍ତି ରଞ୍ଜନ ବିଶ୍ଵାଳ, ସନ୍ତୋଷ କରଣ ପ୍ରମୁଖ। ଆଗାମୀ ଦିନରେ ଅସହାୟ ରୋଗାକ୍ରାନ୍ତ ଭିନ୍ନକ୍ଷମଙ୍କୁ ସହ ଯୋଗର ହାତ ବଢାଯିବ ବୋଲି କହିଛନ୍ତି ସଂଗଠନ ସଭାପତି ଶ୍ରୀବେହେରା । ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ...

ବାଲିଘର ପକ୍ଷରୁ ଅଙ୍ଗବସ୍ତ୍ର ବଣ୍ଟନ ତିର୍ତ୍ତୋଲ-୨୩/୧୧-(ରିପୋର୍ଟ-ସୁଷମା)-ତିର୍ତ୍ତୋଲ ଥାନା ଅଧିନ କୁଜଙ୍ଗ ବ୍ଲକ୍ ପଣ୍ଡୁଆ ପଞ୍ଚାୟତ ଅନ୍ତର୍ଗତ ନପଙ୍ଗ ଗ୍ରାମର ୧୨ ଜଣ ବରିଷ୍ଠ ନାଗରିକଙ୍କୁ ବାଲିଘର ଫାଉଣ୍ଡେସନ ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଛି। ଫାଉଣ୍ଡେସନର ଅଧ୍ୟକ୍ଷ କୈ ଳାସ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱ।ବଧାନରେ ତଥା ବାଲିଘରର ସକ୍ରିୟ ସଦସ୍ୟ ଅକ୍ଷୟ କୁମାର ଖୁଣ୍ଟିଆ ଓ କୈଳାସ ଚନ୍ଦ୍ର ମହାନ୍ତିଙ୍କ ସହଯୋଗରେ ସମାଜରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ କିଛି କର୍ତ୍ତବ୍ୟ ସଂପାଦନ କରିବାର ଆଭିମୁଖ୍ୟ ନେଇ ନପଙ୍ଗ ଗ୍ରାମର ନିଶାକର ବାରିକ, ରମେଶ ଚନ୍ଦ୍ର ସ୍ୱାଇଁ,ରବୀନ୍ଦ୍ର ନାୟକ, ନରେନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ସ୍ୱାଇଁ, ଦିବାକର ପରିଡ଼ା, ଶରତ ନାୟକ,...