
ସରଳା ଦେବୀ ସମ୍ମାନରେ ସମ୍ମାନିତା ହେଲେ ସ୍ନେହମୟୀ ତିର୍ତ୍ତୋଲ-୧୦/୮- ନିଃସ୍ଵାର୍ଥପର ସେବା ଓ ତ୍ୟାଗର ପ୍ରତିଦାନ ସ୍ବରୂପ ମିଳିଥାଏ ଅଜସ୍ର ସ୍ନେହ ଶ୍ରଦ୍ଧା ଓ ସମ୍ମାନ। ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କର ସେବା ବ୍ରତ ପରୋପକାର ସମାଜମଙ୍ଗଳ କାର୍ଯ୍ୟଧାରା ମାଧ୍ୟମରେ ବ୍ୟାସ ଫାଉଣ୍ଡେସନ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଙ୍ଗଠନ ଅଳ୍ପ କେତୋଟି ବର୍ଷରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବହୁ ଘାତ ପ୍ରତିଘାତ ନିନ୍ଦା ଅପମାନକୁ ସହି ସେବାକୁ ଆଧାର କରି ଆଗେଇ ଚାଲିଛନ୍ତି। ବହୁ ସାମାଜିକ ସାଂସ୍କୃତିକ ଓ ସାରସ୍ଵତ ସଂଗଠନ ମାନେ ସ୍ନେହମୟୀଙ୍କୁ ସମ୍ମାନିତ କରିବାରେ ଗୌରବ ଅନୁଭବ କରିଛନ୍ତି।...

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ କାକଟପୁର 10/8 ( ତୁଷାର ଦୀକ୍ଷିତ ) କାକଟପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର,ସୁରେନ୍ଦ୍ର କୁମାର ମାଣିକ, ରତିକାନ୍ତ ବେହେରା, ପ୍ରମୋଦ କିଶୋର ପୃଷ୍ଟି ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ l କୁନି କୁନି ଭାଇ ମାନଙ୍କୁ କୁନି ଭଉଣୀ ମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ l ପରେ ଶିଶୁ ବିଦ୍ୟା ମନ୍ଦିର ର...

ପୁରପଲ୍ଲୀ ରେ ମା ମଙ୍ଗଳା ଙ୍କ ଖୁଦୁରୁକୁଣୀ ଓଷା ମହାଆଡମ୍ବରରେ ଆରମ୍ଭ l କାକଟପୁର, 10/8 ( ତୁଷାର ଦୀକ୍ଷିତ ) ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ...

ବୋଧେଇ ସରପଞ୍ଚ ବିଜେପି ରେ ମିଶିବା ଚର୍ଚ୍ଚା କପୋଳ କଳ୍ପିତ l ତିର୍ତୋଲ ୯/୮ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ବିଜେପି ରେ ମିଶିବା ଖବର କପୋଳ କଳ୍ପିତ, ବୋଧେଇ ର କିଛି ବିଜେପି କର୍ମୀ ଏକ ମୁହୂର୍ତ୍ତ ର ସୁବିଧା ନେଇ ଅପ ପ୍ରଚାର କରିବା ସହିତ ମିଡ଼ିଆରେ ଖବର ଦେଇ ବୋଧଇ ସରପଞ୍ଚ ଓ ପ୍ରତିନିଧି ବିଜେପି ରେ ସାମିଲୀ କୁ ଖଣ୍ଡନ କରିଛନ୍ତି ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚାର୍ଯ୍ୟ l ଗତ କିଛିଦିନ ତଳେ ବୋଧଇ ସରପଞ୍ଚ ପ୍ରତିନିଧି ଶ୍ରୀ ଅଭିରାମ ଆଚର୍ଯ୍ୟ ବୋଧଇ...

ଭଉଣୀ ଶାଶୁଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଆସି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା,* *ପଙ୍କପାଳ* REPOTER - OMM DAS କୁଜଙ୍ଗ ତା. ୧୦/୦୮/୨୫ ପଙ୍କପାଳ ଅଂଚଳ ର ରବୀନ୍ଦ୍ର ପରିଡା ଙ୍କ ବାଇଶି ବର୍ଷୀୟ ପୁଅ ଦୀପ୍ତି ରଞ୍ଜନ ପରିଡା ଚାନ୍ଦପୁର ରେ ବଡ ଭଉଣୀ ଙ୍କ ଶାଶୁ ର ଦଶାହ କର୍ମ ରେ ଯୋଗ ଦେବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ତାଳଦଣ୍ଡା କେନାଲରେ ବୁଡ଼ି ଯାଇଥିଲେ, ଖବର ପାଇ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଂଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ...

ମଙ୍ଗଳା ମନ୍ଦିରରେ ଗହ୍ମା ପର୍ବ ପାଳିତ କାକଟପୁର ( ତୁଷାର ଦୀକ୍ଷିତ ) ତା ୯/୮ ପ୍ରତିବର୍ଷ ଭଳି ଚଳିତ ବର୍ଷ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ପବିତ୍ର ଗହ୍ମାପର୍ବ ପାଳିତ ହୋଇଯାଇଛି l ଏହି ଗହ୍ମାପୂର୍ଣ୍ଣମୀ ଦିନ ପ୍ରଭୂ ବଳଭଦ୍ର ଗହ୍ମା ନାମ୍ନୀ ଏକ ରାକ୍ଷସକୁ ବଧ କରିଥିବାରୁ ଏହି ପର୍ବ ଗହ୍ମାପର୍ବ ବା ଗହ୍ମା ପୂର୍ଣ୍ଣିମା ନାମରେ ନାମିତ ହୋଇଛି l ଉକ୍ତ କିମ୍ବଦନ୍ତୀକୁ ଆଧାର କରି ମା ମଙ୍ଗଳାଙ୍କ ମନ୍ଦିରର ଉତ୍ତର ଦ୍ୱାରରେ ଗହ୍ମା ରାକ୍ଷସର ଏକ ମୁଣ୍ମୟୀ ପ୍ରତିମାକୁ ପୂଜା କରାଯାଇଥାଏ l ସେଠାରେ ଶାନ୍ତି ହୋମ, ବନ୍ଦାପନା, ଆଳତି ଆଦି...

୨୦୦ଜବାନ ଙ୍କ ଜୀବନ ବଞ୍ଚାଇ ସହିଦ ହେଲେ ଅସ୍ତରଙ୍ଗ ବୀର ମାଟି ର ଯବାନ ପୁଅ କାକଟପୁର ୯/୮( ତୁଷାର ଦୀକ୍ଷିତ ) :ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟି ରେ ଶୁଭୁଛି କାନ୍ଦ ବୋବାଳି ଶୋକାକୁଳ ପରିବେଶ ରେ ଶୁଭୁଚି ତୋପ ସଲାମୀ ର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମ ରୁ ଭାସି ଆସୁଛି ଏହି ଶବ୍ଦ। ଏହି ଶବ୍ଦ ରେ ଲୁଚିଛି ଜଣେ ବୀର ଯୋଦ୍ଧା ର ଅନ୍ତିମ କାହାଣୀ। ସୁନ୍ଦର ଗ୍ରାମ ର ହିନ୍ଦୀ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ଙ୍କ ବୀର ପୁତ୍ର ସ୍ୱରାଜ୍ୟ ସାହୁ...

ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ କାକଟପୁର ମେଡିକାଲ ରେ ଭର୍ତି । କାକଟପୁର 8/8 ( ତୁଷାର ଦୀକ୍ଷିତ ) କାକଟପୁର ମେଡିକାଲ ଛକ ଠାରେ ଗତ କାଲି ରାତ୍ର ୯ ଘଟିକା ସମୟରେ ବେହେରା ମେଡ଼ିସିନ ଷ୍ଟୋର ରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ ଜଳିଯିଵା ସହିତ ଦୋକାନ ମାଲିକ ବିଷ୍ଣୁ ଚରଣ ବେହେରା ଆହତ ହୋଇ କାକଟପୁର ମେଡିକାଲ ରେ ଚିକିତ୍ସା ଧୀନ ଅଛନ୍ତି। ସେଠାରେ ଉପସ୍ଥିତ ପାଖ ଦୋକାନୀ ଙ୍କ କହିବା ଅନୁଯାଇ ବିଷ୍ଣୁ ଚରଣ ବେହେରା ଦୋକାନ ରେ ଧୂପ ଦେଇ ଘରକୁ ବାହାରୁଥିଲେ।ଗାଡ଼ିରେ ପକେଇବା ପାଇଁ ଆଣିଥିବା ପେଟ୍ରୋଲ ଦୋକାନ...

( ଅନ୍ତର୍ଜାତୀୟ ସମବାୟ ବର୍ଷପାଳିତ) ଜଗତସିଂହପୁର, ତା=8/8/25 ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ସମବାୟ ମନ୍ତ୍ରାଳୟର ପଦକ୍ଷେପ ଓ ବ୍ୟବସାୟର ବିବିଧତା ସମ୍ପର୍କୀୟ ଏକ କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳା କୁ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଜେ.ସୋନାଲ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ସମବାୟ ସମିତି ସମୂହ ଉପ ନିବନ୍ଧକ ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାବାର୍ଡ ଡେପୁଟି ମ୍ୟାନେଜର ବିଦ୍ୟୁତଲତା...

କୁଜଙ୍ଗରେ ଆଜି ଦୁଃଖଦ ଓ ହୃଦୟ ବିଦାରକ ଘଟଣା ଘଟିଯାଇଛି । ଯାହାକି କୁଜଙ୍ଗ ଅଞ୍ଚଳରେ ରେ ଶୋକର ଛାୟା ଖେଳିଯାଇଛି । Article Image ଘଟଣାରୁ ପ୍ରକାଶ ଯେ ସବୁଦିନ ପରି କୁଜଙ୍ଗ ଥାନା ଅନ୍ତର୍ଗତ ବାଗୋଇ ପଞ୍ଚାୟତ ର ଷଣ୍ଢପୁର ଗ୍ରାମର ସ୍ୱୋର୍ଗତ ରାମ ବିଶ୍ବାଳ ପୁଅ ରାଜକିଶୋର ବିଶ୍ୱାଳ ତାଙ୍କର ଏକମାତ୍ର ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଲୋରି ବିଶ୍ବାଳ କୁ ପାରାଦୀପ ସ୍ଥିତ ଦିଲ୍ଲୀ ପୁବ୍ଲିକ ସ୍କୁଲ କୁ ନିଜ ମୋଟର ସାଇକେଲ ଯୋଗେ ନବା ଆଣିବା କରନ୍ତି । ଆଜି ସ୍କୁଲ ରୁ ଫେରିବା ବେଳେ ସତେ ଯେପରି ଜମ କୋଠିଆସାହି...

ହିରୋ କମ୍ପାନୀ ର ସନି ଅଟୋମୋବାଇଲ ନେଇ ଆସିଛି ନୂଆ ଜୁମ୍ ୧୨୫ ମୋଟରସାଇକେଲ୍ ନିର୍ମାତା ହିରୋ କମ୍ପାନୀର ସମ୍ପୂର୍ଣ ନୂତନ ହିରୋ ଜୁମ୍ ୧୨୫ ନେଇ ଆସିବା ମାଧ୍ୟମରେ ୧୨୫ସି ସି ସ୍କୁଟର ସେଗମେଣ୍ଟରେ ଏକ ନୂତନ ଅଧ୍ୟାୟ ଶୁଭାରମ୍ଭ ହୋଇଛି ଜଗତସିଂହପୁର ଦୂର୍ଗାବଜାର ସ୍ଥିତ ଶନି ଅଟୋମୋବାଇଲ ରେ। ଏହି ନୂଆ ବାଇକ କୁ ଶନି ଅଟୋମୋବାଇଲ ର ହରବିନ କୌର କେକ କାଟି ଉନ୍ମୋଚନ କରିଥିଲେ।ପାୱାର, ଷ୍ଟାଇଲ୍ ଏବଂ ପ୍ରଯୁକ୍ତିର ଏକ ଅସାଧାରଣ ମିଳନ ସହିତ ୧୨୫ସି ସି ସ୍କୁଟର ଶ୍ରେଣୀରେ ଜୁମ୍ ୧୨୫ ଏକ ନୂତନ ବେଞ୍ଚମାର୍କ...

କାକଟପୁର ପ୍ରେସ କ୍ଲବ ପକ୍ଷରୁ ଥାନା ନୂଆ ଆଇ, ଆଇ, ସି ଙ୍କୁ ସ୍ୱାଗତ କାକଟପୁର 6/8 ( ତୁଷାର ଦୀକ୍ଷିତ ) କାକଟପୁର ଥାନା ରେ ନୂତନ ଭାବେ ଯୋଗ ଦେଇଥିବା ଆଇ,ଆଇ,ସି ବସନ୍ତ କୁମାର ସାହୁ ପ୍ରଥମେ କାକଟପୁର ବାସିନୀ ମା ମଙ୍ଗଳା ଙ୍କୁ ଦର୍ଶନ କରିବା ପରେ ମଙ୍ଗଳା ଟ୍ରଷ୍ଟ ବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାସ,ବରିଷ୍ଠ ସେବାୟତ ନଳିନୀ କାନ୍ତ ଦୀକ୍ଷିତ ମା ଙ୍କୁ ଦର୍ଶନ କରାଇ ମାଙ୍କ ଉତ୍ତରୀ ବେକରେ ପକାଇ ସ୍ୱାଗତ କରିବା ପରେ ଥାନା କୁ ଆସି ପୂର୍ବତ୍ତନ ଥାନା ଅଧିକାରୀ ଉମେଶ...