
ନିଖିଳ ଉତ୍କଳ ଲେଖିକା ମଞ୍ଚ ତରଫରୁ ସ୍ୱୟଂ ସଂପୂର୍ଣ୍ଣା ପୁସ୍ତକ ଉନ୍ମୋଚନ ଓ କବିତା ପାଠ, ଓଡିଆ ଭାଷା, କଳା ସଂସ୍କୃତି ଓ ସାମାଜିକ ପରମ୍ପରା ଦିନକୁ ଦିନ ଲିପ୍ତ ହେବାକୁ ଯାଉଛି, ଯାହାଦ୍ୱାରା ଯୁବ ପିଢ଼ି ମାନେ ପଥ ଭଷ୍ଟ ହୋଇ ଯୁବ ସମାଜ ଖେତିଗ୍ରସ୍ତ ହେଉଛି, ଆଜିର ଦିନରେ ନାରୀ ଗଣ ଅସୁରକ୍ଷିତ ମନେ କରୁଛନ୍ତି, ଏସବୁକୁ ଆଖି ଆଗରେ ରଖି ଆଜି ନିଖିଳ ଉତ୍କଳ ଲେଖକ ମଞ୍ଚ ଜଗତସିଂହପୁର ଜିଲ୍ଲା ଶାଖା ତରଫରୁ କୁଜଙ୍ଗ ଠାରେ ସ୍ୱୟଂ ସଂପୂର୍ଣ୍ଣା ମୁଖପତ୍ର ନବଜାତକ ଉତ୍ସବ ଏବଂ କବିତା ପାଠ ଓ...

କଟରା ପଂଚାୟତ ରେ ହର ଘର ତ୍ରିରଙ୍ଗା ପାଇଁ ପ୍ରସ୍ତୁତି ବୈଠକ, ତିର୍ତୋଲ, ୧୦/୮ ସ୍ୱାଧୀନତା ଦିବସ ରେ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା କରିବା ଲାଗି ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କଟରା ପଂଚାୟତ ର ରାଜିବି ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈ ଠକ ଅନୁଷ୍ଠିତ ହୋଇ ଯାଇଛି, ଏହି ବୈଠକ ରେ ତିର୍ତୋଲ ବିଜେପି ବିଧାୟକ ପ୍ରାର୍ଥୀ ରାଜ କିଶୋର ବେହେରା ସଭାପତିତ୍ୱ କରିଥିଲେ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ଜେନା ମଧ୍ୟ୍ୟ ଯୋଗ ଦେଇଥିଲେ, ସ୍ୱାଧୀନତା ଦିବସରେ ହର ଘର ତ୍ରିରଙ୍ଗା ଶୋଭା ଯାତ୍ରା ବାହାରି କଟରା ପଂଚାୟତ ପରିକ୍ରମା...

ଶିଖରଘାଟ ବୋଇତ ବନ୍ଦାଣ ଉତ୍ସବ ପାଇଁ ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ନାଉଗାଁ ୧୦/୦୮/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ସାଂସ୍କୃତିକ ପରିଷଦ ପକ୍ଷରୁ ପ୍ରତିବର୍ଷ ଶିଖରଘାଟ ଠାରେ ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବ୨୦୨୫ ପାଇଁ ଏକ ପ୍ରସ୍ତୁତି ବୈଠକ ସାରେଇକୁଳ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ରେ ପରିଷଦ ର ମୂଖ୍ୟ ଉପଦେଷ୍ଟା ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ର ପ୍ରାରମ୍ଭ ରେ ପରିଷଦ ର ସମ୍ପାଦକ ଅଧ୍ୟାପକ ସରୋଜ କୁମାର ନାୟକ ଗତବର୍ଷ ର ଆୟବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଚଳିତ ବର୍ଷ...

ମନ୍ଦିର ଚୋରି ଘଟଣା କୁ ୭ ଦିନ ବିତିଲା କିନ୍ତୁ ପୋଲିସ ହାତ ଖାଲି । ତିର୍ତ୍ତୋଲ-୧୦/୮-(ରିପୋର୍ଟ-ଟୁକନ ସେଠୀ)-ରାଜ୍ୟରେ ଆଇନି ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।ରାଜ୍ୟ ସରକାର ଙ୍କ କଥାରେ ନାହଁନ୍ତି ଅଫିସର । ଏହା ଆମେ କହୁନୁ ନିକଟରେ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜେ ସ୍ୱୀକାର କରିଛନ୍ତି ଯେ ମନ୍ତ୍ରୀ ଙ୍କ ବୋଲ ମନୁନାହାଁନ୍ତି ଅଫିସର । ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ନରୁଆ ଛକ ଠାରେ । ଦୂର୍ଗା ଙ୍କ ମନ୍ଦିର ଚୋରି ଘଟଣାରେ ଆଜକୁ ପ୍ରାୟ ୭ ଦିନ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ...

ସରଳା ଦେବୀ ସମ୍ମାନରେ ସମ୍ମାନିତା ହେଲେ ସ୍ନେହମୟୀ ତିର୍ତ୍ତୋଲ-୧୦/୮- ନିଃସ୍ଵାର୍ଥପର ସେବା ଓ ତ୍ୟାଗର ପ୍ରତିଦାନ ସ୍ବରୂପ ମିଳିଥାଏ ଅଜସ୍ର ସ୍ନେହ ଶ୍ରଦ୍ଧା ଓ ସମ୍ମାନ। ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କର ସେବା ବ୍ରତ ପରୋପକାର ସମାଜମଙ୍ଗଳ କାର୍ଯ୍ୟଧାରା ମାଧ୍ୟମରେ ବ୍ୟାସ ଫାଉଣ୍ଡେସନ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ସଙ୍ଗଠନ ଅଳ୍ପ କେତୋଟି ବର୍ଷରେ ସମଗ୍ର ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବହୁ ଘାତ ପ୍ରତିଘାତ ନିନ୍ଦା ଅପମାନକୁ ସହି ସେବାକୁ ଆଧାର କରି ଆଗେଇ ଚାଲିଛନ୍ତି। ବହୁ ସାମାଜିକ ସାଂସ୍କୃତିକ ଓ ସାରସ୍ଵତ ସଂଗଠନ ମାନେ ସ୍ନେହମୟୀଙ୍କୁ ସମ୍ମାନିତ କରିବାରେ ଗୌରବ ଅନୁଭବ କରିଛନ୍ତି।...

ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ କାକଟପୁର 10/8 ( ତୁଷାର ଦୀକ୍ଷିତ ) କାକଟପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ତନ୍ମୟ କୁମାର ପାତ୍ର,ସୁରେନ୍ଦ୍ର କୁମାର ମାଣିକ, ରତିକାନ୍ତ ବେହେରା, ପ୍ରମୋଦ କିଶୋର ପୃଷ୍ଟି ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ l କୁନି କୁନି ଭାଇ ମାନଙ୍କୁ କୁନି ଭଉଣୀ ମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ l ପରେ ଶିଶୁ ବିଦ୍ୟା ମନ୍ଦିର ର...

ପୁରପଲ୍ଲୀ ରେ ମା ମଙ୍ଗଳା ଙ୍କ ଖୁଦୁରୁକୁଣୀ ଓଷା ମହାଆଡମ୍ବରରେ ଆରମ୍ଭ l କାକଟପୁର, 10/8 ( ତୁଷାର ଦୀକ୍ଷିତ ) ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପାରିକ ଓଷା । ଏହା ଭାଲୁକୁଣି ଓଷା ଓ ଢିଙ୍କି ଓଷା ଭାବେ ମଧ୍ୟ ପରିଚିତ । ଏହାକୁ କୁଆଁରୀ ଓଡ଼ିଆ ଝିଅମାନେ ପାଳନ କରିଥାନ୍ତି । ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଓଡ଼ିଶାରେ ସାଧବ ପୁଅମାନେ ସୁଦୂର ଅତୀତରେ ଦେଶବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ । ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ...

ବୋଧେଇ ସରପଞ୍ଚ ବିଜେପି ରେ ମିଶିବା ଚର୍ଚ୍ଚା କପୋଳ କଳ୍ପିତ l ତିର୍ତୋଲ ୯/୮ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଂଚାୟତ ର ସରପଞ୍ଚ ଓ ସରପଞ୍ଚ ପ୍ରତିନିଧି ବିଜେପି ରେ ମିଶିବା ଖବର କପୋଳ କଳ୍ପିତ, ବୋଧେଇ ର କିଛି ବିଜେପି କର୍ମୀ ଏକ ମୁହୂର୍ତ୍ତ ର ସୁବିଧା ନେଇ ଅପ ପ୍ରଚାର କରିବା ସହିତ ମିଡ଼ିଆରେ ଖବର ଦେଇ ବୋଧଇ ସରପଞ୍ଚ ଓ ପ୍ରତିନିଧି ବିଜେପି ରେ ସାମିଲୀ କୁ ଖଣ୍ଡନ କରିଛନ୍ତି ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚାର୍ଯ୍ୟ l ଗତ କିଛିଦିନ ତଳେ ବୋଧଇ ସରପଞ୍ଚ ପ୍ରତିନିଧି ଶ୍ରୀ ଅଭିରାମ ଆଚର୍ଯ୍ୟ ବୋଧଇ...

ଭଉଣୀ ଶାଶୁଙ୍କ ଦଶାହ କର୍ମରେ ଯୋଗ ଦେବାକୁ ଆସି ଭାଈ ର ମୃତ୍ୟୁ, ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା,* *ପଙ୍କପାଳ* REPOTER - OMM DAS କୁଜଙ୍ଗ ତା. ୧୦/୦୮/୨୫ ପଙ୍କପାଳ ଅଂଚଳ ର ରବୀନ୍ଦ୍ର ପରିଡା ଙ୍କ ବାଇଶି ବର୍ଷୀୟ ପୁଅ ଦୀପ୍ତି ରଞ୍ଜନ ପରିଡା ଚାନ୍ଦପୁର ରେ ବଡ ଭଉଣୀ ଙ୍କ ଶାଶୁ ର ଦଶାହ କର୍ମ ରେ ଯୋଗ ଦେବାକୁ ଆସିଥିବା ବେଳେ ଅସାବଧାନତା ବଶତଃ ତାଳଦଣ୍ଡା କେନାଲରେ ବୁଡ଼ି ଯାଇଥିଲେ, ଖବର ପାଇ ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ପହଂଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ...

ମଙ୍ଗଳା ମନ୍ଦିରରେ ଗହ୍ମା ପର୍ବ ପାଳିତ କାକଟପୁର ( ତୁଷାର ଦୀକ୍ଷିତ ) ତା ୯/୮ ପ୍ରତିବର୍ଷ ଭଳି ଚଳିତ ବର୍ଷ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ ମନ୍ଦିରରେ ପବିତ୍ର ଗହ୍ମାପର୍ବ ପାଳିତ ହୋଇଯାଇଛି l ଏହି ଗହ୍ମାପୂର୍ଣ୍ଣମୀ ଦିନ ପ୍ରଭୂ ବଳଭଦ୍ର ଗହ୍ମା ନାମ୍ନୀ ଏକ ରାକ୍ଷସକୁ ବଧ କରିଥିବାରୁ ଏହି ପର୍ବ ଗହ୍ମାପର୍ବ ବା ଗହ୍ମା ପୂର୍ଣ୍ଣିମା ନାମରେ ନାମିତ ହୋଇଛି l ଉକ୍ତ କିମ୍ବଦନ୍ତୀକୁ ଆଧାର କରି ମା ମଙ୍ଗଳାଙ୍କ ମନ୍ଦିରର ଉତ୍ତର ଦ୍ୱାରରେ ଗହ୍ମା ରାକ୍ଷସର ଏକ ମୁଣ୍ମୟୀ ପ୍ରତିମାକୁ ପୂଜା କରାଯାଇଥାଏ l ସେଠାରେ ଶାନ୍ତି ହୋମ, ବନ୍ଦାପନା, ଆଳତି ଆଦି...

୨୦୦ଜବାନ ଙ୍କ ଜୀବନ ବଞ୍ଚାଇ ସହିଦ ହେଲେ ଅସ୍ତରଙ୍ଗ ବୀର ମାଟି ର ଯବାନ ପୁଅ କାକଟପୁର ୯/୮( ତୁଷାର ଦୀକ୍ଷିତ ) :ପବିତ୍ର ରକ୍ଷା ବନ୍ଧନ ଅବସରରେ ଅସ୍ତରଙ୍ଗ ମାଟି ରେ ଶୁଭୁଛି କାନ୍ଦ ବୋବାଳି ଶୋକାକୁଳ ପରିବେଶ ରେ ଶୁଭୁଚି ତୋପ ସଲାମୀ ର ଶବ୍ଦ। ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ସୁନ୍ଦର ଗ୍ରାମ ରୁ ଭାସି ଆସୁଛି ଏହି ଶବ୍ଦ। ଏହି ଶବ୍ଦ ରେ ଲୁଚିଛି ଜଣେ ବୀର ଯୋଦ୍ଧା ର ଅନ୍ତିମ କାହାଣୀ। ସୁନ୍ଦର ଗ୍ରାମ ର ହିନ୍ଦୀ ଶିକ୍ଷକ ଅଚ୍ୟୁତାନନ୍ଦ ସାହୁ ଙ୍କ ବୀର ପୁତ୍ର ସ୍ୱରାଜ୍ୟ ସାହୁ...

ଜଳିଗଲା ଔଷଧ ଦୋକାନ, ଦୋକାନ ମାଲିକ କାକଟପୁର ମେଡିକାଲ ରେ ଭର୍ତି । କାକଟପୁର 8/8 ( ତୁଷାର ଦୀକ୍ଷିତ ) କାକଟପୁର ମେଡିକାଲ ଛକ ଠାରେ ଗତ କାଲି ରାତ୍ର ୯ ଘଟିକା ସମୟରେ ବେହେରା ମେଡ଼ିସିନ ଷ୍ଟୋର ରେ ଅଗ୍ନିକାଣ୍ଡ ଘଟି ଦୋକାନ ଟି ସମ୍ପୂର୍ଣ ଜଳିଯିଵା ସହିତ ଦୋକାନ ମାଲିକ ବିଷ୍ଣୁ ଚରଣ ବେହେରା ଆହତ ହୋଇ କାକଟପୁର ମେଡିକାଲ ରେ ଚିକିତ୍ସା ଧୀନ ଅଛନ୍ତି। ସେଠାରେ ଉପସ୍ଥିତ ପାଖ ଦୋକାନୀ ଙ୍କ କହିବା ଅନୁଯାଇ ବିଷ୍ଣୁ ଚରଣ ବେହେରା ଦୋକାନ ରେ ଧୂପ ଦେଇ ଘରକୁ ବାହାରୁଥିଲେ।ଗାଡ଼ିରେ ପକେଇବା ପାଇଁ ଆଣିଥିବା ପେଟ୍ରୋଲ ଦୋକାନ...