
ଚକୋଲେଟ ଦେଇ ବନ୍ଦ ପାଳିଲା ତିର୍ତ୍ତୋଲ ବ୍ଲକ କଂଗ୍ରେସ ତିର୍ତ୍ତୋଲ-୧୭/୭-(ରିପୋର୍ଟ-ଟୁକନ ସେଠୀ)ଫକୀର ମୋହନ ସେନାପତି ବିଶ୍ବବିଦ୍ଯାଳୟ ର ଛାତ୍ରୀ ସୌମ୍ଯାଶ୍ରୀ ବିଶି ର ମୃତ୍ଯୁ ସାରା ରାଜ୍ଯ ରେ ହଇଚଇ ସୃଷ୍ଟି କରିଛି । ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ ମିଳିତ ବିରୋଧୀ ଦଳ ତରଫରୁ ଛାତ୍ରୀ ଙ୍କୁ ନ୍ଯାୟ ଦେବା ଓ ନାରୀ ନିର୍ଯ୍ଯାତନା ରୋକିବାରେ ବିଜେପି ସରକାର ର ବିଫଳତା ବିରୋଧରେ ଆଜି ଓଡିଶା ବନ୍ଦ ଡାକରା ଦେଇଥିଲେ । ଓଡିଶା ବନ୍ଦ ର ସିଧାସଳଖ ପ୍ରଭାବ ତିର୍ତ୍ତୋଲ ବ୍ଲକ ର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । କଂଗ୍ରେସ...

କାକଟପୁରରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ କାକଟପୁର ୧୭/୭, ( ତୁଷାର ଦୀକ୍ଷିତ ) ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଦେବା ଘଟଣାକୁ ନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ଓ ବାମପନ୍ଥୀ ଦଳ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତ ଦାବୀ କରି ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରାରେ କାକଟପୁର ବ୍ଲକ କଂଗ୍ରେସ ପକ୍ଷରୁ ପିକେଟିଂ କରାଯାଇ ଓଡିଶା ବନ୍କୁ ସଫଳ କରାଯାଇଥିଲା l ଆଜି ଦିନ ତମାମ କାକଟପୁର ବଜାରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ସାଙ୍ଗକୁ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବାବେଳେ ସମ୍ପୂର୍ଣ ବଜାର...

ଯୁବ ବ୍ୟବସାୟୀଙ୍କ ଅକାଳ ବିୟୋଗ, ସହଜରେ ଗ୍ରହଣ କରି ପାରୁନାହାନ୍ତି ଗଣେଷ ବଜାର ବ୍ୟବସାୟୀ ଗଣେଶ ବଜାର ସମ୍ପୂର୍ଣ ବନ୍ଦ କାକଟପୁର ତା ୧୭/୭,( ତୁଷାର ଦୀକ୍ଷିତ ) କାକଟପୁର ବଜାରରେ ଆଜକୁ ତିରିଶ ବର୍ଷ ଠାରୁ ଅଧିକ ବ୍ୟବସାୟ କରି ଆସୁଥିବା ଗଣେଷ ବଜାରରେ ପୂଜାସାମଗ୍ରୀ ଦୋକାନ କରିଥିବା ନୂଆହାଟ ( ବେତେଣ୍ଡା ) ଗ୍ରାମର କୁନ ଚନ୍ଦ୍ର ସ୍ୱାଇଁ (କୁନିଆ) ୫୧ ବର୍ଷ ବୟସରେ ବୁଧବାର ରାତ୍ର ୯ ଘଟିକା ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଯାଇଛି l ସେ ତିରିଶ...

୬ ମାସ ଧରି ଷ୍ଟେଟ ବ୍ୟାଙ୍କ ଏଟିଏମ୍ ବନ୍ଦ, ଗ୍ରାହକ ହନ୍ତସନ୍ତ ବୁଗୁଡ଼ା,୧୭/୦୭(ସୋରେନ କୁମାର ପ୍ରଧାନ): ଗ୍ରାହକଙ୍କ ସୁବିଧା ପାଇଁ ବୁଗୁଡ଼ାର ଦୁଇଟି ସ୍ଥାନରେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଏଟିଏମ ସ୍ଥାପନ ହୋଇଥିଲା । ଗୋଟିଏ ଏଟିଏମ ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ବେଳେ ଦ୍ବିତୀୟଟି ନୂଆଁ ବସଷ୍ଟାଣ୍ଡ ନିକଟରେ ଥିଲା । ବର୍ତ୍ତମାନ ଷ୍ଟେଟ ବ୍ୟାଙ୍କ ସହର ଠାରୁ ଦୂର କଲେଜ ରୋଡ଼ ଆଡକୁ ଘୁଞ୍ଚି ଯାଇଥିବା ବେଳେ ନୁଆଁ ବସଷ୍ଟାଣ୍ଡ ନିକଟରେ ଥିବା ଏଟିଏମ ଦୀର୍ଘ ୬ ମାସ ହେଲା ବନ୍ଦ ହୋଇ ରହିଛି । ସହରର ମଧ୍ୟ ଭାଗରେ ନୂଆଁ ବସଷ୍ଟାଣ୍ଡ ଓ ବିଇଓ ଅଫିସ...

ନ୍ୟାୟ ପାଇଁ ଲଢେ଼ଇ କରି ଆଜି ଆତ୍ମହତ୍ୟା କରିଥିବା ସୈମ୍ୟଶ୍ରୀଙ୍କ ପାଇଁ କଂଗ୍ରେସର ଧର୍ମଘଟ ଆନ୍ଦୋଳନ ଆଜି ରାଜରାସ୍ତାରେ।* ୧୭/୦୭/୨୫ , କୁଜଙ୍ଗ REPOTER- OMM PRAKASH ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତରଫରୁ କଂଗ୍ରେସର ସ୍ୱର ଆନ୍ଦୋଳନ, ଖାଲି କୁଜଙ୍ଗ କାହିଁକି ଆଜି ସାରା ଓଡ଼ିଶା ସୈମ୍ୟଶ୍ରୀ ବିଶିଙ୍କ ପାଇଁ ରାଜରାସ୍ତାରେ। ଆମ ମାନଙ୍କ ଭଉଣୀ ସୈମ୍ୟଶ୍ରୀ ଯିଏକି କରାଟିରେ ମାଷ୍ଟର ଚମ୍ପିୟାନ ଏବଂ ଏବିଭିପିର ଜଣେ ଛାତ୍ରୀ ଯେଉଁ ଏବିଭିପି କି ବିଜେପିର ଗୋଟେ ଅଂଶ। ସେହି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରର ଛାତ୍ରୀ ହୋଇ ମଧ୍ୟ ଆଜି ସରକାର ନିରବ। ଯଦି ସେ ସାଧାରଣ...

ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପରିସରରେ ବନ ମହୋତ୍ସବ ପାଳିତ* ନାଉଗାଁ ୧୭/୦୭/ବିକ୍ରମ ଓଡିଶା ନିୟଜୁ ନାଉଗାଁ ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ନାଉଗାଁହାଟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ତୋଷୀ ସେଠୀଙ୍କ ପୌରୋହିତ୍ୟରେ ଏବଂ ଏନ୍ସିସି ଅଧିକାରୀ ତଥା ଇକୋ କ୍ଲବ୍ ଇନ ଚାର୍ଜ ଶିକ୍ଷକ ଶ୍ରୀମାନ ମାନସ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବନ ମହୋତ୍ସବ ସପ୍ତାହ ପାଳନ କରାଯାଇଥିଲା। ବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ମାନେ, ଇକୋ କ୍ଲବ୍ର ଛାତ୍ରଛାତ୍ରୀମାନେ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ସହ ଏକ ସଚେତନତା ରାଲି କରାଯାଇଥିଲା। ଏହା ପରେ ଠିକ୍ ୧୧ ଘଟିକା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଥିଲା।...

ଜଗତସିଂହପୁର ଜିଲ୍ଲାରେ ସୌମଶ୍ରୀ ର ନ୍ୟାୟ ପାଇଁଁ ଓଡ଼ିଶା ବନ୍ଦ ସଫଳ। - ଜଗତସିଂହପୁର ଜିଲ୍ଲା କଂଗ୍ରେସ ସମେତ ମିଳିତ ବିରୋଧୀ ଦଳ ପକ୍ଷରୁ ଫକିରମୋହନ ମହାବିଦ୍ୟାଳୟର ମୃତ ଛାତ୍ରୀ ସୌମଶ୍ରୀ କୁ ନ୍ୟାୟ ପ୍ରଦାନ ଦାବିରେ ଜଗତସିଂହପୁର ସଦର ମହକୁମା ଠାରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ନେତୃତ୍ବରେ ଓଡ଼ିଶା ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି। ଏହି ବନ୍ଦ କାର୍ଯ୍ୟକ୍ରମରେ ସିପିଏମ ଜିଲ୍ଲା ସମ୍ପାଦକ ଲୋଭାକାନ୍ତ ସ୍ବାଇଁ,ଏସ.ୟୁ.ସି.ଆଇ ନେତା ପ୍ରଦିପ୍ତ ରାମ୍,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ସରପଞ୍ଚ ପ୍ରମୋଦ କୁମାର...

ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କଂଗ୍ରେସ ତରଫରୁ କୁଜଙ୍ଗ ରେ ବନ୍ଦ ପାଳନ -ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ରେ ଏ ଫ ଏମ କଲେଜ ଛାତ୍ରୀ ମୁର୍ତ୍ତୃ କୁ ନେଇ କୁଜଙ୍ଗ ରେ ଜାତୀୟ କଂଗ୍ରେସ ତରଫରୁ ବନ୍ଦ ଡାକରା, ବିରେନ ଦଳାଇ ଙ୍କ ନେତୃତ୍ୱ ରେ କୁଜଙ୍ଗ ବ୍ଲକ କଂଗ୍ରେସ ତରଫରୁ ବନ୍ଦ ଡାକରା ସଫଳତା ର ସହ ହେଇଯାଇଛି, ଏଥିରେ କୁଜଙ୍ଗ ବ୍ଲକ ର ପୂର୍ବତନ ସମିତି ସଭ୍ୟ ଶ୍ରୀ ନୂତନ ତ୍ରିପାଠୀ, ଏ ସି ସେଲ ର ପୂର୍ବତନ ସଭାପତି ଶ୍ରୀ ବିଶ୍ଵନାଥ ମଲ୍ଲିକ, କୁଜଙ୍ଗ ର...

ଅଖିଳ ଭରିତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂପୁର ନଗର ତରଫ ରୁ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ପାଳିତ।* ୧୭/୦୭/୨୫ REPOTER- OMM PRAKASH ଜଗତସିଂପୁର ନଗର ତରଫ ରୁ ବିଜୁପଟ୍ଟନାୟକ ଡିଗ୍ରି କଲେଜ ରେ ଏଫ .ଏମ କାଲେଜ ର ଭଉଣୀ ସୌମ୍ୟଶ୍ରୀ ଙ୍କ ଅକାଳ ବିୟୋଗ ହେତୁ ଶୋକସଭା ସହ Icc commeti ର ସଦସ୍ୟ ଓ ଭଉଣୀଙ୍କର ଚରିତ୍ର ସଂହାର କରିଥିବା ଛାତ୍ର କଂଗ୍ରେସ ଓ ବିଜେଡି ଦଳ ର ନେତା ମାନଙ୍କୁ ଗିରଫ୍ ଓ ସୌମ୍ୟାଶ୍ରୀ ଭଉଣୀଙ୍କ ନାମରେ ଏକ କାଲେଜ ଛାତ୍ର ଛାତ୍ରୀ ମାନଙ୍କନ ସୁରକ୍ଷା ନିମନ୍ତେ...

ଲୋକଙ୍କ ଅସୁବିଧା ରେ ଛିଡାହେଲେ ପୁର୍ବତନ ସାଂସଦ ।* *ତୁରନ୍ତ ସମସ୍ୟା ର ସମାଧାନ ବାଟ କାଢ଼ିବାକୁ କେନ୍ଦ୍ର ମନ୍ତ୍ରୀ ଙ୍କୁ କଲେ ଚିଠି ।* ତିର୍ତ୍ତୋଲ-୧୬/୭-(ରିପୋର୍ଟ-ଟୁକନ ସେଠି)-ଜଗତସିଂହପୁର ଜିଲ୍ଲା ତିର୍ତ୍ତଲ ବ୍ଳକ ଅନ୍ତର୍ଗତ କଟରା ପଞ୍ଚୟତ ଅଧିନସ୍ତ ରାଜସ୍ୱ ଗ୍ରାମ ବେଗୁନିଆ,ମଠସାହି,କୋର କୋର ଓ ଯଜାଙ୍ଗ ଇତ୍ୟାଦି ଗ୍ରାମରେ ଏଆରଟେଲ ଓ ବି.ଏସ.ଏନ ଏଲ ସେବା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଭାରତ ର ବୃହତ୍ତମ ସେବା ପ୍ରଦାନକାରି ଡୁଙ୍ଗୁରା ପିଟୁଥିବା ସଂସ୍ଥା ଏ.ଆର.ଟେଲ କମ୍ପାନୀ ବେଗୁନିଆ ଓ ମଠସାହି ରେ ସେବା ଦେବାରେ ବିଫଳ ହୋଇଛି । ସେହିଭଳି ଭାରତ ସରକାରଙ୍କ ଦୁରସଂଚାର ସଂସ୍ଥା ବି.ଏସ.ଏନ. ଏଲ...

ହରପ୍ରିୟା ମୃତ୍ୟୁ ରେ କାକଟପୁର ଶୋକ ର ଛାୟା କାକଟପୁର 16/7 ଆଜି କାକଟପୁର ଅଞ୍ଚଳ ର ସ୍ୱାଧୀନତା ସଂଗ୍ରାମୀ ନିରୋଦ ବରଣ ମହାନ୍ତି ଙ୍କ ଧର୍ମପତ୍ନୀ ହର ପ୍ରିୟା ମହାନ୍ତି ଙ୍କ କାକଟପୁର ପୁର ସ୍ଥିତ ବାସ ଭବନରେ ପରଲୋକ ହୋଇ ଯାଇଛି ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ବୟସ ହୋଇଥିଲା ଆଜି ସକାଳୁ ଶୌଚ ହେବା ପାଇ ଯାଇଥିବା ବେଳେ ହଟାତ ତାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ତଳେ ପଡି ଯାଇଥିଲେ ସେହି ସମୟରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମୃତ୍ୟୁ ସମୟରେ ତାଙ୍କ ପାଖରେ ସ୍ୱାମୀ ନିରୋଦ...

ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ବିଶ୍ୱ ଦକ୍ଷତା ଦିବସ ପାଳିତ। ତିର୍ତ୍ତୋଲ-୧୬/୭-(ରିପୋର୍ଟ-ଟୁକନ ସେଠୀ)-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅନ୍ତର୍ଗତ ଜଗନ୍ନାଥପୁର ଦକ୍ଷତା ବିକାଶ କେନ୍ଦ୍ର ରେ ଓଡିଶା ସ୍କିଲ ଡେଭଲପମେଣ୍ଟ ଅର୍ଥରିଟି ଦ୍ବାରା ଅନୁବନ୍ଧିତ ଓ କିଉଭାନ୍ ସ୍କିଲ୍ ଏମ୍ପାପାଓର ମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ପରିଚାଳିତ ଦକ୍ଷତା ବିକାଶ କେନ୍ଦ୍ରରେ ବିଶ୍ୱ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି।ଏହି ଦିବସ ଅବସରରେ ସକାଳୁ ଦକ୍ଷତା ବିକାଶ କେନ୍ଦ୍ର ପରିସରରୁ ଏକ ଫ୍ଲାଗ୍ ମାର୍ଚ୍ଚ ବାହାରି ବଜାର ପରିକ୍ରମା କରିଥିଲା। ଏହାପରେ ଛାତ୍ରୀ ମାନଙ୍କ ମଧ୍ୟରେ ପୁଞ୍ଚି ଖେଳ,ମିଉଜିକ୍ ଚେୟାର ସହିତ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ମୁଖ୍ୟ...