
ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଜଗତସିଂହପୁର ୨/୦୭/୨୫:- ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯାଳୟ ସ୍ଥିତ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡାଈରିଆ ନିୟନ୍ତ୍ରଣ ନିମନ୍ତେ ଜିଲ୍ଳା ସ୍ତରୀୟ ଟାସ୍କ ଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି Iବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବ୍ଲକ , ଗ୍ରାମ ଓ ପୌରାଞ୍ଚଳରେ ମ୍ୟାଲେରିଆ ଓ ଡାଈରିଆ ପାଇଁ ବ୍ୟାପକ ଜନ ସଚେତନତା କରାଯିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ I ବୈଠକରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ...

ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା କାକଟପୁର ୨/୭ ( ତୁଷାର ଦୀକ୍ଷିତ ) କାକଟପୁର ମଣ୍ଡଳ ଶିକ୍ଷା ବିଭାଗ ଅନ୍ତର୍ଗତ ବାଙ୍ଗୁରିଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ସ୍ଵାଇଁଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦାୟୀ ଶିକ୍ଷକ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ସହ ବହୁ ପୁରସ୍କାରର ଅଧିକାରୀ ଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଉର୍ବଶୀ ରାଣୀ ସାହୁଙ୍କ ସଭାପତିତ୍ଵରେ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଯାଇଛି । ବରିଷ୍ଠ ଶିକ୍ଷକ ଅଭୟ କୁମାର ନାୟକ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ସଭାରେ ମୁଖ୍ୟ ଅତିଥି...

କରଚୁଲି ଗ୍ରାମରେ ଭୟାବହ ଅଗ୍ନିକାଣ୍ତ ବୁଗୁଡା,୨/୦୭(ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ଗୌଡ ସାହିରେ ଜୁଲାଇ ୧ ତାରିଖ ରାତି ସମୟରେ ଭୟାବହ ଅଗ୍ନିକାଣ୍ତ ଘଟି , ଭାସ୍କର ଡାକୁଆ ଓ ଦେବରାଜ ଡାକୁଆ ଦୁଇ ପରିବାରର ଦୁଇଟି ଲେଖାଏଁ ବଖରା ଘର ଜଳି ପୋଡି ପାଉଁଶ ହୋଇଯାଇଛି। ଘରେ ପରିବାର ଲୋକେ ରାତ୍ରରେ ଶୋଇଥିବା ସମୟରେ ଏହି ଭୟାବହ ଅଗ୍ନିକାଣ୍ତ ଘଟିଥିଲା। ଅଗ୍ନିକାଣ୍ତର କାରଣ ଜଣା ପଡିନଥିବା ବେଳେ ବିଦ୍ଯୁତ୍ ସର୍ଟସାର୍କିଟ୍ ରୁ ଅଗ୍ନିକାଣ୍ତ ଘଟିଥିବା ଅନୁମାନ କରାଯାଉଛି। ଦୁଇ ପରିବାରର ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନିଆଁରେ ପୋଡି...

ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ପୀଠରେ ହେରା ପଞ୍ଚମୀ ମହାସମାରୋହରେ ପାଳିତ ଜଗତସିଂହପୁର ତା =1/7/25 ଜଗତସିଂହପୁର ଜ଼ିଲ୍ଲା ରେ ପ୍ରସିଦ୍ଧି ଲାଭ କରିଥିବା ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣ ରେ ହେରା ପଞ୍ଚମୀ କାର୍ଯ୍ୟକ୍ରମ ମହାସମାରୋହ ରେ ପାଳିତ ହୋଇଯାଇଛି| ମା ଲକ୍ଷ୍ମୀ ଶ୍ରୀ ମନ୍ଦିର ରୁ ସୁସଜିତ ପଲିଂକି ରେ ଏକ ଶୋଭାଯାତ୍ରା ରେ ବଡ ଦାଣ୍ଡ ରୁ ଶ୍ରୀ ଗୁଣ୍ଡିଚା ମନ୍ଦିର ଯାଇଥିଲେ |ସେଠାରେ ମହାପ୍ରଭୁ ଙ୍କ ଉପରେ କ୍ରୋଧନ୍ୱିତ ହୋଇ ରଥ ଭାଙ୍ଗି ଶ୍ରୀ ମନ୍ଦିର ପ୍ରତ୍ୟାବର୍ତନ କରିବା ପରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ...

ଅଧ୍ୟାପକଙ୍କୁ ଅବସର ସମ୍ବର୍ଦ୍ଧନା ଟାଙ୍ଗୀ, ୧|୦୭ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କୁହୁଡ଼ି ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗଣିତ ବିଭାଗର ଅଧ୍ୟାପକ ନରେନ୍ଦ୍ର କୁମାର ପ୍ରଧାନ ଅବସର ଗ୍ରହଣ କରିଛନ୍ତି | ଏହି ଅବସରରେ ମହାବିଦ୍ୟାଳୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା କରାଯାଇଥିଲା | ମହାବିଦ୍ୟାଳୟର ଅଧକ୍ଷା ବନଶ୍ରୀ ରାଉତରାୟ ସଭାପତିତ୍ୱ କରୁଥିଲେ | ବିଦାୟ କାଳୀନ କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗର ଅଧ୍ୟାପିକା ନଳିନୀ ପ୍ରଭା ରାଉତ, ମହାବିଦ୍ୟାଳୟର ଉପାଦକ୍ଷ ଗଙ୍ଗାଧର ଦାଶ, ଅଧ୍ୟାପକ ବସନ୍ତ ସାହୁ, ଅନିଲ ସୁବୁଦ୍ଧି, ଅପର୍ତ୍ତି ବେହେରା ଓ ପ୍ରମୋଦ ଶୁକ୍ଲା ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ...

ଗଙ୍ଗା ଠାରୁ ସହସ୍ର ବର୍ଷ ପ୍ରାଚୀ ନଦୀ ଅବହେଳିତ, ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ପ୍ରାଚୀ କାକଟପୁର ତା ( ତୁଷାର ଦୀକ୍ଷିତ ) ୨୭ /୬,ଓଡିଶାର ଇତିହାସରେ ବେଶ ଗୁରୁତ୍ଵ ବହନ କରୁଥିବା ଐତିହ୍ୟ ସମ୍ପନ୍ନ ପ୍ରାଚୀ ନଦୀ ଆଜି ଓଡ଼ିଶା ମାନଚିତ୍ରରୁ ଲିଭିଯିବାକୁ ବସିଲାଣି। ଏହି ପ୍ରାଚୀନଦୀର ଘଣ୍ଟତୋଳା ତୁଠ ମା ମଙ୍ଗଳାଙ୍କ ଯାନିଯାତ୍ରା ସମୟରେ ବେଶ ଗୁରୁତ୍ୱ ବହନ କରୁଥିବା ବେଳେ l ଏବେ ଗତ କିଛି ଦିନ ହେବ ଘଣ୍ଟତୋଳା ତୁଠର ଅବସ୍ଥା ସଙ୍ଗୀନ ହୋଇପଡିଛି l ଏବେ ତୁଠ ପରିବେଶ ଅଳିଆ ଆବର୍ଜନା ସାଙ୍ଗକୁ କଟକି ଦଳ ମାଡିବସି...

ବୁଗୁଡ଼ା ବଡଦାଣ୍ଡରେ ଶ୍ରୀ ଜଗନ୍ନାଥ ଭଜନ ସମାରୋହ ବୁଗୁଡ଼ା,୦୧/୦୭(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବଡଦାଣ୍ଡସ୍ଥିତ ବିରଞ୍ଚି ନାରାୟଣ ମନ୍ଦିର ସମ୍ମୁଖରେ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଦିନରୁ ଶ୍ରୀ ଜଗନ୍ନାଥ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଆସୁଅଛି । ବିରଞ୍ଚି ନାରାୟଣ ମଠାଧୀଶ ଭକ୍ତରାମ ଦାସ ଏହି ଭଜନ ସମାରୋହକୁ ଉଦଘାଟନ କରିଥିବା ବେଳେ ଏଥିରେ କଣ୍ଠଶିଳ୍ପୀ ନିତ୍ୟାନନ୍ଦ ସାହୁ,ରସନା ପ୍ରଧାନ, ମୃତ୍ଯୁଞ୍ଜୟ ହୋତା , ସଞ୍ଜୟ କୁମାର ଷଡଙ୍ଗି, ବସନ୍ତ ବିଷୋୟୀ, ଆଲୋକ କୁମାର ପୃଷ୍ଟି , ଜୀବନ ସଂଗ୍ରାମ ହୋତା , ଝରଣା ବିଷୋୟୀ ,ସନ୍ଧ୍ଯାରାଣୀ ସାହୁ , ସୁରେନ୍ଦ୍ର ନାଥ ପାଣି , ଗଣେଶ ନାୟକ,...

ହେରାପଞ୍ଚମୀରେ ରଥ ଭାଙ୍ଗିଲେ ମହାଲକ୍ଷ୍ମୀ ବୁଗୁଡ଼ା,୦୧/୦୭(ସୋରେନ କୁମାର ପ୍ରଧାନ): ପବିତ୍ର ହେରାପଞ୍ଚମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ବାକୁ ମିଳିଛ । ମହାପ୍ରଭୁ ଗୋଟିଏ ଦିନ ଭାଇଭଉଣୀଙ୍କୁ ନେଇଗୁଣ୍ଡିଚା ବୁଲି ଆସିବେ କହି ପାଞ୍ଚ ଦିନ ହେଲା ମନ୍ଦିରକୁ ଫେରି ନଥିବାରୁ କ୍ରୋଦ୍ଧ ଜର୍ଜରିତା ମହାଲକ୍ଷ୍ମୀ ପାଲିଙ୍କିରେ ଆସି ଆଡପମଣ୍ଡପରେ ପହଞ୍ଚି ଥିଲେ । ସେଠାରେ ପୂଜାପାଠ ସହ ଅଭିମାନିନୀ ଲକ୍ଷ୍ମୀଙ୍କୁ ବୁଝାଶୁଝା ପରେ ମହାପ୍ରଭୁଙ୍କ ଠାରେ ଶ୍ରୀଘ୍ର ଲେଉଟିବାର ସର୍ତ୍ତ ରଖି ଲକ୍ଷ୍ମୀ ମନ୍ଦିରକୁ ଫେରିଥିଲେ । ଫେରିବା ବାଟରେ ସେ ମହାପ୍ରଭୁଙ୍କ ରଥ ଭାଙ୍ଗିଥିଲେ । ଉକ୍ତ କାର୍ଯ୍ୟକ୍ରମ ଦେଖିବାକୁ ଶ୍ରଦ୍ଧାଳୁଙ୍କ...

ସବରେଜିଷ୍ଟର ଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବେବାହାର ପ୍ରତିବାଦ ରେ ମୋହରିର ଙ୍କ କଲମ ଛାଡ଼ ଆନ୍ଦୋଳନ। କାକଟପୁର ( ତୁଷାର ଦୀକ୍ଷିତ) ତା ୧/୭ କାକଟପୁର ସବରେଜିଷ୍ଟର କାର୍ଯ୍ୟାଳୟ ରେ ଦିନକୁ ଦିନ ସବରେଜିଷ୍ଟର ଅଫିସର ଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବ୍ୟବହାର ରେ ଅତିଷ୍ଟ ହୋଇ ମୋହରିର ମାନେ ଚରମ ନିଷ୍ପତି ନେଇଛନ୍ତି।ସରକାର ଙ୍କ ନିୟମ ଅନୁଯାୟୀ ଗ୍ରାମାଞ୍ଚଳ ରେ ଥିବା ଚାଷ ଜମିର ଆଂଶିକ ବିକ୍ରି ଓ ଘରବାରୀ ବୃତ୍ତି 5500ବର୍ଗମିଟର ପର୍ଯ୍ୟନ୍ତ ବିନା ଲେଆଉଟ ରେ ରେଜିଷ୍ଟ୍ରି କରାଯିବାପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ପୂର୍ବ ଖର୍ଦି କରାଯାଇଥିବା ଦଲିଲି ରୁ ଦଲିଲି...

ନିର୍ମାଣ କାର୍ଯ୍ୟ ନିମ୍ନମାନର, ରୋଗୀ ହନ୍ତସନ୍ତ:ଆନ୍ଦୋଳନ ଚେତାବନୀ ତିର୍ତ୍ତୋଲ-୧/୭-(ରିପୋର୍ଟ-ଟୁକନ ସେଠୀ)ଜଗନ୍ନାଥ ପୁର ସ୍ବାସ୍ଥ୍ଯ କେନ୍ଦ୍ର ରେ ଏବେ ବିନା ଫଳକ ରେ ନିର୍ମାଣ କାର୍ଯ୍ୟ ଚାଲିଛି।କିଏ କାମ କରୁଛି,କଣ କାମ ହେବ,ତାର ଠିକା ,କିଏ ନେଇ କିଏ ବୁଝୁଚି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।ସ୍ବାସ୍ଥ୍ଯ କେନ୍ଦ୍ର ଆଗରେ ବାଲି ଗଦା କରିବା ଫଳରେ ରୋଗୀ ସେବା ବ୍ୟାହତ କରୁଛି।ସ୍ୱାସ୍ତ୍ୟକେନ୍ଦ୍ର କୁ ରୋଗୀ ଯାତାୟାତ ରେ ଘୋର ଅସୁବିଧା ଦେଖାଦେଇଛି ପ୍ରକାଶ ଥାଉକି ତତ୍କାଳୀନ ବିଧାୟକ ବିଜୟ ଶଙ୍କର ଦାସ ଏହି ସ୍ୱାସ୍ତ୍ୟକେନ୍ଦ୍ର ର ଉନ୍ନତି ପାଇଁ ବିଭାଗୀୟ କତ୍ତୃପକ୍ଷ ଙ୍କୁ ଚିଠି ନ-୧୧୨୯ତା.୧୦.୧.୨୪.ରିଖ ରେ ଅନୁରୋଧ କରିଥିଲେ।ବିଭାଗୀୟ ଅଧିକାରୀ ଏହି ନିମ୍ନମାନର...

କୁଜଙ୍ଗର କବିଙ୍କୁ ଭାରତ ଗୌରବ ରତ୍ନ ସମ୍ମାନ ଗତ ୨୮ ତାରିଖରେ ନୂଆଦିଲ୍ଲୀସ୍ଥିତ ଶାହା ଅଡିଟୋରିୟମରେ ବିଶ୍ଵ ସଂସ୍କୃତି ଓ ପର୍ୟାବରଣ ସଂରକ୍ଷଣ ଆୟୋଗ (World Culture and Environment Protection Commission)ଙ୍କ ଦ୍ଵାରା ଆୟୋଜିତ ଜାତୀୟ ସେମିନାରକୁ ଆମନ୍ତ୍ରିତ ହୋଇ କୁଜଙ୍ଗ ଅଞ୍ଚଳ ଗଣ୍ଡକିପୁର ଗ୍ରାମର କବି ତଥା ସୁସାହିତ୍ୟିକ ଡଃ ସୁରେଶ କୁମାର ପ୍ରଧାନ ଭାରତ ଗୌରବ ରତ୍ନ ସମ୍ମାନ ହାସଲ କରିଛନ୍ତି।ଉକ୍ତ ସେମିନାରରେ ସଂସ୍ଥାର ନିର୍ଦ୍ଦେଶକ ଡ଼ଃ ଶୁଭମ୍ କୁମାରଙ୍କ ସହିତ ତିନି ସେନାର ପ୍ରମୁଖ ଚେହେରା ଯଥା କମାଣ୍ଡର ବିଜୟ ଶଙ୍କର ବାୱେଲା, କର୍ଣ୍ଣେଲ ଅଶୋକ କୌଲ, କର୍ଣ୍ଣେଲ ବେଦପ୍ରକାଶ ଭାର୍ଗଭ, କ୍ୟାପଟେନ...

ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ବ୍ଲକ ଭୁତୁମୁଣ୍ଡାଇ ଠାରେ ଗ୍ୟାସ ଟାଙ୍କି ଗାଡି ସହ କାର ର ଦୁଘଟଣା ରେ କାର ଡ୍ରାଇଭର ର ମୃତ [: ଗ୍ୟାସ ଟାଙ୍କି ଗାଡି କଟକ ରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟ ରେ ଭୁତୁମୁଣ୍ଡାଇ ଠାରେ କାର ଆସୁଥିବା ସମୟ ରେ ଗ୍ୟାସ ଗାଡି ବାଡେଇ ଦେଲା କାର କୁ କାର ରେ ଥିବା ଡ୍ରାଇଭର ପ୍ରଜ୍ଞା ପ୍ରକାଶ ପତି ବୟସ 24ବର୍ଷ ଘଟଣା ସ୍ଥଳେ ମୁର୍ତ ସବୁ ବେଳେ ଭୁତୁମୁଡାଇ 15ନମ୍ବର ଠାରେ ପ୍ରାୟ ଦୁର୍ଘଟଣା ହେଇଚାଲିଛି ପ୍ରଶାସନ ଏଥି ପତି ଦୁରଷ୍ଟି ରଖିଲେ ଭଲ ହବ