
ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ପୁରୀ ସ୍ୱଚ୍ଛ ମାଛ ବଜାର ଉଦ୍ଘାଟିତ ବିଶ୍ଵ ମତ୍ସ୍ୟ ଦିବସ ଅବସରରେ ବହୁ ପ୍ରତିକ୍ଷୀତ ପୁରୀ ଜିଲ୍ଲା ସ୍ୱଚ୍ଚ ମାଛ ବଜାର ଉଦ୍ଘାଟିତ ହୋଇଛି।ପୁରୀ ତାଳବଣିଆ ସ୍ଥିତ ଏହି ସ୍ୱଚ୍ଛ ମାଛ ବଜାର କୁ ଭର୍ଚୁଆଲ ମାଧ୍ୟମରେ ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମାନ୍ୟବର ମନ୍ତ୍ରି ଶ୍ରୀଯୁକ୍ତ ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ କରିଥିଲେ।ପୁରୀ ସହର ବାସି ତଥା ପୁରୀକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏକ ସୁନ୍ଦର ସ୍ୱଚ୍ଛ ପରିବେଶ ଭିତରେ ମଧୁର ମାଛ,ଲୁଣି ମାଛ ସହିତ ଚିଲିକା ମାଛ ଏହି ମତ୍ସ୍ୟ ବଜାର ମଧ୍ୟରେ ଉଉଲବ୍ଧ ହେବ।ଏହି ଉଦ୍ଘାଟନୀ ଉତ୍ସବରେ ଅନ୍ୟତମ...

ରାସ୍ତା ନବୀକରଣ ପାଇଁ ଶୁଭ ଦେଲେ ବିଧାୟକ। ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଗାଁ ଗହଳି ରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକ ମରାମତି ହେଉ ନଥିବାରୁ ଏବେ ମରଣ ଜନ୍ତା ପାଲଟିଛି।ଗ୍ରାମାଞ୍ଚଳ ର ଜନସାଧାରଣଙ୍କ ଗମନା ଗମନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ନିର୍ମାଣ କରାଯାଇଥିଲା।ମରାମତି ଅଭାବରୁ ରାସ୍ତା ଗୁଡ଼ିକ ଏକ ପ୍ରକାର ଖାଲ ଖମାରେ ପରିଣତ ହେଲାଣି।ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତା ଗୁଡ଼ିକ ମରାମତି ହେଉନଥିବାରୁ ଜନସାଧାରଣ ଯାତାୟାତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ବାଅଣ୍ଡେଇ ସାହି ପଞ୍ଚାୟତ ର ମହିରା ଠାରୁ ସାଇଣ୍ଟୋ କୁ ଯାଇଥିବା...

ନାଉଗାଁ ବ୍ଲକ୍ ଛକ ନିକଟରେ ଖୋଲିଲା ମିନା ବଜାର ଉଦଘାଟନ କଲେ ଉତ୍କଳ ସୁପୁତ୍ର ଚାରିଟେବୁଲ ଟ୍ରଷ୍ଟ ତ୍ରିନାଥ ପରିଜା ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ବ୍ଲକ୍ ଛକ ନିକଟରେ ସସ୍ତା ଓ ସୁନ୍ଦର ସୁନ୍ଦର ଅଫର୍ ସହିତ ପ୍ରତ୍ୟେକ ଜିନିଷ ମିଳୁଛି ସାଧାରଣ ତ ମହିଳା ଓ କୁନି କୁନି ପିଲା ଙ୍କ ପାଇଁ ଅନେକ ଘରକରଣା ସାମଗ୍ରୀ ମଧ୍ୟ ବେସ ଗ୍ରାମରେ କମଦାମରେ କଣିବା ସହିତ ବର୍ତମାନ ଶିତ ଦିନରେ ପାଟିର ସ୍ବାଦ ଅନୁସାରେ ବିଭିନ୍ନ ପ୍ରକାରର ମନପସନ୍ଦର ଖାଦ୍ୟ ସହିତ ଜଳଖିଆ ଖାଇବା ପାଇଁ ମିଳୁଛି ଗ୍ରାମାଞ୍ଚଳ ର ଲୋକଙ୍କ ପାଖରେ ଏହି ମିନା ବଜାର...

କୁଖ୍ୟାତ ନିଶା ବେପାରୀ ପ୍ରଶାନ୍ତ ସ୍ବାଇଁ ଗିରଫ।। ୧୩୨ ଗ୍ରାମ ହେରୋଇନ ସହ ବାଇକ ଜବତ। ଜଗତସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି ନିକଟସ୍ଥ ଜାହାନପୁର ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୧୩୨ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ରୟାଲ ଏନଫିଲ୍ଡ ମୋଟର ସାଇକେଲ ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ ଜାହାନପୁର ଗ୍ରାମର ପ୍ରଶାନ୍ତ କୁମାର ସ୍ବାଇଁ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ ବହୁବାର ଜାଲ...

କୁଖ୍ୟାତ ନିଶା ବେପାରୀ ସରୋଜ ବେହେରା ଗିରଫ ୬୩ ଗ୍ରାମ ହେରୋଇନ ସହ ବାଇକ ଜବତ* * ଜଗତସିଂହପୁର, ତା ୨୦/୧୧/୨୫: ଜଗତସିଂହପୁର ଥାନା ଅନ୍ତର୍ଗତ ତର୍ତ୍ତଙ୍ଗ ଅଞ୍ଚଳର ଜଣେ ନିଶା ମାଫିଆଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା। ଯାଞ୍ଚ ପରେ ତାଙ୍କ ପାଖରୁ ୬୩ ଗ୍ରାମର ହେରୋଇନ୍, ଏକ ଆଣ୍ଡ୍ରଏଡ ଫୋନ ଏବଂ ନିଶା ବେପାରରେ ବ୍ୟବହାର ହେଉଥିବା ବଜାଜ ଡିସ୍କଭର ମୋଟର ସାଇକେଲ ଜବତ କରାଯାଇଛି। ସୂଚନାଯୋଗ୍ଯ ଯେ, ତର୍ତ୍ତଙ୍ଗ ଗ୍ରାମର ସରୋଜ କୁମାର ବେହେରା ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ହେରୋଇନ୍ ବେପାର କରୁଥିବା ବେଳେ ତାକୁ ଧରିବା ପାଇଁ ଅବକାରୀ ବିଭାଗ...

ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ lମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ l ତିର୍ତ୍ତୋଲ-୨୦/୧୧-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଅନ୍ତର୍ଗତ ପି.ଏମ ଶ୍ରୀ ସରକାରୀ ଉଚ୍ଚ ବିଦାୟଳ ଜଗନ୍ନାଥପୁର ତିରଣ ଠାରେ ମଣ୍ଡଳସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ନାୟକ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବିଦ୍ୟାଳୟର ଭାରପ୍ରାତ ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଜେନା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନ ଉତ୍ସବ ଆୟୋଜିତ ହୋଇଥିଲ l ବ୍ଲକ ବିଜ୍ଞାନ ସମନ୍ୱୟ...

କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂପୁରରେ ବୈଜ୍ଞାନିକ ପଦ୍ଧତିରେ ଅଣ୍ଡା ଦିଆ କୁକୁଡ଼ା ପାଳନ ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମ ତିର୍ତୋଲ :20/11 କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ଯୁବଉଦ୍ୟୋଗୀ ମାନଙ୍କ ପାଇଁ ଅଣ୍ଡା ଦିଆ କୁକୁଡ଼ା ପାଳନ ବିଷୟରେ ଏକ ୩ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଜଗତସିଂହପୁରର ମିଳିତ ଉଦ୍ୟମରେ ଏହି ତାଲିମରେ କୁଜଙ୍ଗ ବ୍ଲକର ବିଭିନ୍ନ ଗ୍ରାମରୁ ୨୦ ଜଣ ଯୁବଉଦ୍ୟୋଗୀ ଭାଗ ନେଇଥିଲେ। ଏହି ତାଲିମ ତା ୧୮.୧୧. ୨୦୨୫ ରିଖ ରୁ ଆରମ୍ଭ ହୋଇ ତା ୨୦.୧୧.୨୦୨୫ ରିଖରେ ସମ୍ପନ୍ନ ହୋଇଛି। ...

ମାନସିକ ରୋଗୀଙ୍କ ପାଇଁ ମଦର ଟେରେସା ପାଲଟିଛନ୍ତି ସ୍ନେହମୟୀ : ଲୁହା ଶିକୁଳିରେ ବନ୍ଧା ମାନସିକ ବିକୃତ ଝିଅର ଚିକିତ୍ସା ନିମନ୍ତେ ପ୍ରୟାସ ତିର୍ତ୍ତୋଲ-୨୦/୧୧-(ରିପୋର୍ଟ-ସୁଷମା)- ଜଗତସିଂହପୁର ଜିଲ୍ଲା ତଥା ଶିଳ୍ପ ଓ ବନ୍ଦର ସହର ପାରାଦୀପରେ ଯେଉଁଠି ଅସହାୟ ମାନସିକ ବିକାରଗ୍ରସ୍ତ ଓ ଅବହେଳିତ ବୃଦ୍ଧ ଓ ବୃଦ୍ଧା ଙ୍କୁ ସରକାରୀ ସହଯୋଗ ଓ ସହାୟତା ମିଳିପାରୁନି, ସେଠାରେ ସମାଜସେବୀ ସ୍ନେହମୟୀ ଆଚାର୍ଯ୍ୟ ନିଜସ୍ୱ ପ୍ରାୟସରେ ସେମାନଙ୍କ ଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରାଇ ଆଦର୍ଶ ପାଲଟିଛନ୍ତି l ଏହିପରି ଏକ ଘଟଣାକ୍ରମରେ ପାରାଦୀପ ପୌରପାଳିକା ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ସଞ୍ଜୟଗାନ୍ଧୀ ବସ୍ତି ଅଞ୍ଚଳରେ ଗରିବ ବିଧବା ନଳିନୀ...

କେନ୍ଦୁଝର ୩.୧୧.୨୦୨୫ କେନ୍ଦୁଝର (ପ୍ରତିନିଧି ନିର୍ମଳ ସେଠୀ) ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦୁଝର ରେ ଆଜି ଏକ ନିଆରା ଉତ୍ସବ ପାଳନ କରାଯାଇଛି। ବାର୍ଷିକ କୌଶଳ ପ୍ରଦର୍ଶନ ଉତ୍ସଵ ପାଳନ କରାଯାଇଛି। ଧରଣୀଧର ବିଶ୍ୱ ବିଦ୍ୟାଳୟ ର କୁଳସଚିବ ସୁଶ୍ରୀ ପ୍ରଭାତୀ ପୃଷ୍ଟି ଙ୍କ ସହ ଧରଣୀଧର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧକ୍ଷ ଡକ୍ଟର ପ୍ରକାଶ ଚନ୍ଦ୍ର ପାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ନିଆରା ରୂପରେ ପିଲା ମାନେ ସମସ୍ତେ ସମସ୍ତଙ୍କର ପ୍ରୋଜେକ୍ଟ ଗୁଡ଼ିକ କୁ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଧନ୍ଦାମୂଳକ ଶିକ୍ଷା ବିଭାଗ ର ମୂଖ୍ୟ ମୋହନ କୁମାର୍ ନାୟକ...

ଶ୍ରୀଜଗନ୍ନାଥଙ୍କ ପଢୁଆଁ ଅଷ୍ଟମୀ କୁ ସରକାରୀ ସ୍ୱୀକୃତି ଓ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ଶ୍ରୀ ଜଗନ୍ନାଥ ଚେତନା ସୁରକ୍ଷା ମଞ୍ଚ ପକ୍ଷରୁ ଜ଼ିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ଜଗତସିଂହପୁର ତା 31/10/25 ମାନବୀୟ ଲିଳାର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରେ ପଢୁଆଁଅଷ୍ଟମୀ ନୀତିକାନ୍ତି ବହୁ ବର୍ଷ ଆଗରୁ ବନ୍ଦ ହୋଇ ଯାଇଥିଲା |ଅଷ୍ଟମୀଦିନ ବଡ ଦେଉଳ ରେ ବଡଠାକୁର ନୂଆ ବସ୍ତ୍ର ପିନ୍ଧୁ ନ ଥିଲେ |, ଅଥଚ ଜଗନ୍ନାଥ ସଂସ୍କୃତି କୁ ମାନି ଚଳୁଥିବା ପ୍ରତ୍ୟକ ଘରେ ବଡ଼ପୁଅ ଓ ଝିଅମାନେ ନୂଆ ବସ୍ତ୍ର ପିନ୍ଧି ଅଷ୍ଟମୀ ପାଳନ କରନ୍ତି |ଶ୍ରୀଜଗନ୍ନାଥ...

ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ଜଗତସିଂହପୁର, ତା ୩୧/୧୦/୨୫ ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ପ୍ରାଥମିକ କୃଷି ସମବାୟ ସମିତି ମାନକଂର ସମୀକ୍ଷା ଓ କମ୍ପୁଟରୀକରଣ ସମ୍ପର୍କୀୟ ସଚେତନତା କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କର୍ମଶାଳା ରେ ଜଗତସିଂହପୁର ଉପନିବନ୍ଧକ ସମବାୟ ସମିତି ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |ମୁଖ୍ୟ ଅତିଥିଭାବେ ସମବାୟ ସମିତି ସହକାରୀ ନବନ୍ଧକ ରଶ୍ମିପ୍ରଭା ଦାସ | ପି ଆର ଓ IFFCO ପ୍ରସନ୍ନ କୁମାର ବେଉରା ଏବଂ...

ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧା ସେବା ସଂଗଠନ ର ୬ଷ୍ଠ ବାର୍ଷିକ ଉତ୍ସବ ପାଳିତ l ତିର୍ତୋଲ ୩୧/୧୦ ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାଧା ସେବା ସଙ୍ଘଠନ ତାର ୬ଷ୍ଠ ତମ ବାର୍ଷିକ ଉତ୍ସବ ଗରାମ ପଂଚାୟତ ର ଗାଲେଶ୍ୱର ମହାଦେବ ପ୍ରାଙ୍ଗଣରେ ପାଳିତ ହୋଇ ଯାଇଛି, ଏହି ସଭାରେ ମୁଖ୍ୟ ଅତିଥି ଭାବେ ଡ଼. ପ୍ରଶାନ୍ତ କୁମାର ଦାସ, ମୁଖ୍ୟ ଵକ୍ତା ଭାବେ ସାହିତ୍ୟିକ ଗୋଲେଖ ବିହାରୀ ପଲେଇ, ସାମ୍ନାନିତ ଅତିଥିଭାବେ ଜ୍ୟୋତ୍ରିବିଦି ଡ଼. ଅରୁଣ କୁମାର ପାଣି, ପଣ୍ଡିତ,ଗାୟକ,ପ୍ରବୋଧ କୁମାର ରଥ ଡ଼. ବସନ୍ତ ମଞ୍ଜରୀ ଦାସ, ଯୋଗ ଦେଇ ଶ୍ରୀରାଧା ଓ ଶ୍ରୀକୃଷ୍ଣ...