
ନିର୍ମାଣର ୩ ବର୍ଷ ନପୂରୁଣୁ କେତକୀ ଛାତ୍ରାବାସରୁ ସିମେଣ୍ଟ ଛେଲ ଛାଡ଼ୁଛି , ଭିଜିଲାନ୍ସ ତଦନ୍ତ ଦାବୀ , ( ମଙ୍ଗଳା ମହାବିଦ୍ୟାଳୟ ) କାକଟପୁର ୧୧/୧ ୨ପୁରୀ ଜିଲ୍ଲା କାକଟପୁର ଠାରେ ୧୯୭୮ ମସିହାରେ ସ୍ଥାନୀୟ ଲୋକଙ୍କ ଶ୍ରମ ଓ...

ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ପକ୍ଷରୁ ମାନବଧିକାର ଦିବସ ପାଳିତ ତିର୍ତ୍ତୋଲ-୧୦/୧୨-(ରିପୋର୍ଟ-ସୁଷମା)ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ପକ୍ଷରୁ ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ମାନବଧିକାର ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାଧିକରଣ ଅଧକ୍ଷ ତଥା ତିର୍ତ୍ତୋଲ କୋର୍ଟ ଦଣ୍ଡାଧିକାରୀ ପାରସ ପଢି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ତିର୍ତ୍ତୋଲ ଆଇନି ସେବା ପ୍ରାଧିକରଣ ସଦସ୍ୟ ତଥା ତିର୍ତ୍ତୋଲ ଓକିଲ ସଂଘ ସମ୍ପାଦକ ସରୋଜ କୁମାର ପାଣିଗ୍ରାହୀ, ଆଇନିଜିବି ସୁଧୀର ଖୁଣ୍ଟିଆ, ଗୋପାଳ ଚୌଧୁରୀ, ସୁବୋଧ ଖୁଣ୍ଟିଆ,ସ୍ଥାନୀୟ ସରପଞ୍ଚ ସୁଶାନ୍ତ ନାୟକ, ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।ତିର୍ତ୍ତୋଲ କୋର୍ଟ...

ପର୍ଯ୍ୟଟନ ଋତୁରେ ଚଳଚଞ୍ଚଳ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, ପର୍ଯ୍ୟଟକ ଙ୍କ ପାଇଁ ନାହିଁ,ଆବଶ୍ୟକୀୟ ସୁବିଧା ସୁଯୋଗ !! ତିର୍ତ୍ତୋଲ-୭/୧୨-(ରିପୋର୍ଟ-ସୁଷମା)- ମନ୍ଦିର ମାଳିନୀ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା ର ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ, ବାଣୀକ୍ଷେତ୍ର ଜଗତସିଂହପୁର ଜିଲ୍ଲାର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ଦର୍ଶନଲାଭ ଓ ପୀଠ ପରିଭ୍ରମଣ ନିମନ୍ତେ ପ୍ରତିବର୍ଷ ପର୍ଯ୍ୟଟନ ଋତୁ ଆରମ୍ଭ ହେବା ମାତ୍ରେ ବିପୁଳ ଜନସମାଗମ ରେ ଚଳଚଞ୍ଚଳ ହୋଇ ଉଠେ ମାଆଙ୍କର ପୀଠସ୍ଥଳି l କଟକ ପାରାଦ୍ୱୀପ ରାଜପଥ ର ଠିକ ମଧ୍ୟବର୍ତ୍ତୀ ସ୍ଥାନ ସାରଳାରୋଡ଼ ( ଦୋସଡିକ )...

ଡକ୍ଟର ବି ଆର ଆମ୍ବେଦକର ଙ୍କ 69ତମ ମହାପରିନିର୍ମାଣ ଦିବସ ପାଳିତ ଜଗତସିଂହପୁର ତା=6/12/25 ଜଗତସିଂହପୁର ଆଦିକବି ସାରଳା ଦାସ ଜ଼ିଲ୍ଲା ସଂସ୍କୃତି ଭବନ ପରିସର ରେ ଡକ୍ଟର ବି ଆର ଆମ୍ବେଦକର ଙ୍କ 69ତମ ମହାପରିନିର୍ବାଣ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉପଲକ୍ଷେ ଶତାଧିକ ଦଳିତ ସମ୍ପ୍ରଦାୟ ବ୍ୟକ୍ତି ମାନେ ସ୍ଥାନୀୟ ସିପି ଛକରୁ ଏକ ଶୋଭାଯାତ୍ରା ରେ ବଜାର ପରିକ୍ରମା କରି ଡକ୍ଟର ବି ଆର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିସାରିବା ପରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଜ଼ିଲ୍ଲା ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସ ଙ୍କ ସଭାପତିତ୍ୱ ରେଅଭିରାମ...

ଇଚ୍ଛାପୁର ଗ୍ରାମରେ ମା ଲକ୍ଷ୍ମୀ ଙ୍କ ପୂଜା - ତିର୍ତ୍ତୋଲ-୫/୧୨-(ରିପୋର୍ଟ-ସୁଷମା)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ ପଞ୍ଚାୟତ ଅଧିନସ୍ଥ ଇଚ୍ଛାପୁର ଗ୍ରାମର ଗାଦିବ୍ରହ୍ମ ଲକ୍ଷ୍ମୀପୂଜା କମିଟି ତରଫରୁ ମା ଲକ୍ଷ୍ମୀ ଙ୍କ ର ପୂଜା ଗତକାଲି ଠାରୁ ଆରମ୍ଭ ହୋଇଛି। ଅନେକ ବର୍ଷ ଧରି ଏହି ଗ୍ରାମରେ ଲକ୍ଷ୍ମୀପୂଜା ମାର୍ଗଶିର ମାସ ଶେଷ ଗୁରୁବାର ଠାରୁ ଲକ୍ଷ୍ମୀପୂଜା ଆରମ୍ଭ ହୋଇ ସାତ ଦିନ ପାଳିତ ହୋଇ ଆସୁଛି । ଏହି ବର୍ଷ ମା ଲକ୍ଷ୍ମୀ ଙ୍କ ସହିତ ପ୍ରଭୁ ଜଗନ୍ନାଥ ଙ୍କ ଦଶ ଅବତାର ବିଷୟ ବସ୍ତୁ ହୋଇଛି । ସାତ ଦିନ ଧରି ବିଭିନ୍ନ ସାଂସ୍କୃତି କାର୍ଯ୍ଯକ୍ରମ ର ଆୟୋଜନ...

ବାଲିପଦରରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ବୁଗୁଡ଼ା,୦୫/୧୨(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ବସଷ୍ଟାଣ୍ଡ ଠାରେ ଆୟୋଜିତ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଶୁକ୍ରବାର ଦିନ ହୋଇଯାଇଛି। ବାଲିପଦର ବଣିକ ସଂଘ ଓ ଶ୍ରୀରାମ ପରିବା ବଜାର ସଂଘର ମିଳିତ ଆନୁକୂଲ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଥିଲା।ପବିତ୍ର ମାର୍ଗଶିର ମାସର ତୃତୀୟ ପାଳି ଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବା ପରେ ଆଜି ସନ୍ଧ୍ୟାରେ ମା' ମହାଲକ୍ଷ୍ମୀଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକାରର ବାଦ୍ୟ ବାଜଣା ସହ ମା' ମହାଲକ୍ଷ୍ମୀଙ୍କ ପ୍ରତିମାକୁ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା। ଏହି ଅବସରରେ ବଣିକ ସଂଘ ଓ ଶ୍ରୀରାମ...

ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନପାଇଁ ଅମୂଲ୍ୟ କୁମାର ମିଶ୍ରଙ୍କୁ ବୈକୁଣ୍ଠନାଥ ଆଚାର୍ଯ୍ୟ ସ୍ମାରକୀ ଆଦର୍ଶ ଶିକ୍ଷକ ପୁରସ୍କାର ଜଗତସିଂହପୁର ତା ୦୪/୧୨/୨୫ ସଫଳ ବିଦ୍ୟାର୍ଥୀଙ୍କ ପାଠଶାଳା ଭାବରେ ଗୌରବ ବହନ କରିଥିବା ଐତିହ୍ୟସମ୍ପନ୍ନ ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବାସୁଦେବ ଏଡୁକେସନାଲ ୱେଲଫେୟାର ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ ମହାଆଡମ୍ବରରେ ଟ୍ରଷ୍ଟର ସଭାପତି ବିରଞ୍ଚି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଯଥା ବିଜ୍ଞାନ ଶିକ୍ଷାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ରେଡ଼କ୍ରସ ପାଇଁ ରାଜ୍ୟପାଳଙ୍କ ଠାରୁ ଶ୍ରେଷ୍ଠ ପରାମର୍ଶଦାତା ପରସ୍କାର, ସ୍କାଉଟରେ ମର୍ଯ୍ୟାଦା ଜନକ ବସନ୍ତ ବିଶ୍ୱାଳ...

ମୃତବ୍ୟକ୍ତିଙ୍କ ଅଙ୍ଗ ଦାନ ଯୋଗୁଁ ଓଡିଶା ସରକାର ଙ୍କ ପକ୍ଷରୁ ରାଷ୍ଟ୍ରିୟ ସମ୍ମାନରେ ସମ୍ମାନୀତ କରାଗଲା । - ତିର୍ତ୍ତୋଲ ତା ୪/୧୨(ରିପୋର୍ଟ-ସୁଷମା)- ତିର୍ତ୍ତୋଲ ବ୍ଲକ୍ ଅଧିନ ଗୋପଳପୁର( ଶଂ) ପଞ୍ଚାୟତ ନିବାସୀ ବଡଜିଂଗଲ ଗ୍ରାମର ୰ମୁରଲୀଧର ଦାସ ଙ୍କ ପୁତ୍ର ସନ୍ତୋଷ କୁମାର ଦାସ କଟକରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ , କଟକ ପାରାଦ୍ବୀପ ରାସ୍ତାର କଣ୍ଟୁଆର ଠାରେ ରାସ୍ତାର ଥିବା ଉଚ୍ଛ ହମ୍ପସ୍ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶୀକାର ହୋଇଥିଲେ । କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ର ଲୋକ ମୃତ ସନ୍ତୋଷ...

: କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ! ତିର୍ତ୍ତୋଲ-୪/୧୨-(ରିପୋର୍ଟ-ସୁଷମା)-ଝଙ୍କଡ଼ ସାରଳାପୀଠ, କନକପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ରୋଗୀସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି l ଗତ ବୁଧବାରଦିନ ଏଠାରେ ଡାକ୍ତର, ଫାର୍ମାସିଷ୍ଟ ଓ ଷ୍ଟାଫ ଙ୍କ ଅନୁପସ୍ଥିତ ଯୋଗୁଁ ଶହଶହ ରୋଗୀ ଆଶୁଚିକିତ୍ସା ରୁ ବଞ୍ଚିତ ହୋଇ ନିରାଶ ହେବାକୁ ପଡିଛି l ଯେଉଁ ଫାର୍ମାସିଷ୍ଟ ଦୀର୍ଘ ବର୍ଷବର୍ଷ ଧରି ନିରନ୍ତର ସେବା ଯୋଗାଇ ଆସୁଥିଲେ, କେତେକ ଜନପ୍ରତିନିଧି ଙ୍କ ମିଥ୍ୟା ଆରୋପ କୁ ଭିତ୍ତିକରି ତାଙ୍କୁ ବଦଳି ଓ ପରେପରେ ନିଲମ୍ବିତ କରାଯାଇଥିବାରୁ...

(ସଂସଦ ଖେଳ ମହୋତ୍ସବ ଉଦଘାଟିତ ) ଜଗତସିଂହପୁର ତା =29/11/25 ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିଷର ରେ ସଂସଦ ଖେଳ ମହୋତ୍ସବ ଉଦଘାଟିତ ହୋଇଯାଇଛି |ଏହି ଉପଲକ୍ଷେ ଆୟୋଜିତ ସଂସଦ ଖେଳ ମହୋତ୍ସବ ଉଛବ ରେ ଜ଼ିଲ୍ଲା କ୍ରୀଡା ଅଧିକାରୀ ବିଶ୍ୱ ବିଜୟିନୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥିଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ, ମୁଖ୍ୟବକ୍ତା ଭାବେ ଜ଼ିଲ୍ଲା ପରିଷଦ ଅଧକ୍ଷ୍ୟ ମନୋଜ କୁମାର ଭୋଇ | ସଂମ୍ମାନିତଅତିଥିଭାବେ ଜ଼ିଲ୍ଲାପାଳ ଜେ ସୋନାଲ, ଏସ ପି ଅଙ୍କିତ କୁମାର ବର୍ମା, ବିଜେପି ଜ଼ିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ସତ୍ୟବ୍ରତ ମହାପାତ୍ର | ଜ଼ିଲ୍ଲା କ୍ରୀଡା ସମ୍ପାଦକ...

ଛାତ୍ରଙ୍କୁ ଅଧ୍ୟାପକଙ୍କ ମାଡ଼ ପ୍ରତିବାଦରେ ବିକ୍ଷୋଭ ବୁଗୁଡ଼ା, ୨୪/୧୧(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଏନ୍ସିସି ଆର୍ମି ୱିଙ୍ଗ୍ ଲ୍ୟୁଟନାଣ୍ଟ୍ ଅଜୟ କୁମାର ସାହୁ କିଛି ଛାତ୍ରଙ୍କୁ ମାଡ଼ ମାରିଥିବା ପ୍ରତିବାଦରେ ଆଜି ଅନ୍ୟ ଛାତ୍ରମାନେ କଲେଜ ସମ୍ମୁଖ ମୁଖ୍ୟଫାଟକ ଆଗରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ତେବେ ପୁଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିବା ଜଣାପଡ଼ିଛି। ଗତକାଲି ଏନ୍ସିସି ଦିବସ ପାଳନ ହେଉଥିବା ବେଳେ କିଛି ଛାତ୍ର ଭଲିବଲ ଅଭ୍ୟାସ କରୁଥିଲେ। ଏହି ସମୟରେ କିଛି ବିଶୃଙ୍ଖଳା ହୋଇଥିବା ବେଳେ ଅଧ୍ୟାପକ ଶ୍ରୀ ସାହୁ ଉତ୍ତ୍ଯକ୍ତ ହୋଇ...

ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ ବୁଗୁଡ଼ା,୨୪/୧୧(ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି।ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି ୟୁ. ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ମାତୃପ୍ରେମୀ ଟି.ସୁଦର୍ଶନ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ସିଦ୍ଧି ପ୍ରାପ୍ତ ସମ୍ପର୍କେ ଆଲୋକପାତ କରିଥିଲେ । ଏଥି ସହ ଛାତ୍ରଛାତ୍ରୀମାନେ ମଧ୍ୟ...