
କୁଜଙ୍ଗ ବ୍ଲକ ଅଙ୍ଗନ ବାଡି଼ରେ ନିନ୍ମ ମାନର ଛତୁଆ ବଣ୍ଟନ କୁଜଙ୍ଗ ୨୪/୦୭ କୁଜଙ୍ଗ ବ୍ଲକ ରେ ନିନ୍ମ ମାନର ଛତୁଆ ଅଙ୍ଗନ ବାଡ଼ି କୁ ଦିଆ ଯାଉଥିବା ଅଭିଯୋଗ ହେଉଛି, ଯାହାକୁ ଶିଶୁ ମାନେ ଖାଇବାକୁ ଅମଙ୍ଗ ହେଉଛନ୍ତି, କୁଜଙ୍ଗ ବ୍ଲକରେ ଏହି ଶିଶୁ ଖାଦ୍ୟ ପ୍ରସ୍ତୁତ ଏଜେନ୍ସି ମନ ମୁଖୀରେ ପ୍ରସ୍ତୁତ କରୁଛି ଛତୁଆ, ଅନେକ ପ୍ୟାକେଟ ରୁ ବାଳ ବାହାରୁ ଥିବା ହିତାଧିକାରୀ ମାନେ ଅଙ୍ଗନ ବାଡ଼ି ଦିଦିଙ୍କୁ ଅଭିଯୋଗ କରୁଥିବା ଦେଖା ଯାଇଛି, ସେହିପରି କିଶୋରୀ ବାଳିକା ଙ୍କ ନିମନ୍ତେ ମିଳୁଥିବା ବୁଟ ଭଜା ବି ନିନ୍ମ ମାନର, ଅଧିକାଂଶ ବରଗଡ଼ିଆ ବାହାରୁଛି, ଅର୍ଥାତ 60%ଖରାପ ରହୁଥିବା ଦେଖା ଯାଇଛି, ପ୍ରତି...

ପିପୁଲସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରବେଶ ଉତ୍ସବ ବୁଗୁଡା,୨୪/୦୭(ସୋରେନ କୁମାର ପ୍ରଧାନ): ବୁଗୁଡା ପିପୁଲସ କଲେଜର ଉଚ୍ଚ ମାଧ୍ୟମିକ ବିଭାଗର +୨ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ଜୁଲାଇ ୨୪ ତାରିଖ ଦିନ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ୨୦୨୫ ପ୍ରବେଶ ଉତ୍ସବ ଉପଲକ୍ଷେ ସ୍ୱାଗତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ଆନ୍ତରିକ ଏବଂ ଆନନ୍ଦର ପ୍ରତିଧ୍ୱନିତ ସହିତ, ଏକ ସ୍ପନ୍ଦନଶୀଳ ଏବଂ ଅର୍ଥପୂର୍ଣ୍ଣ ପ୍ରବେଶ ଉତ୍ସବ ମାଧ୍ୟମରେ ଯୁକ୍ତ ଦୁଇ ପ୍ରଥମ ବର୍ଷର ନୂତନ ବ୍ୟାଚ୍ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଓଡିଶା ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ଜରୁରୀ ବିଷୟ ଛାତ୍ରଛାତ୍ରୀମାନଙ୍କୁ ସ୍ପଷ୍ଟ ଭାବରେ ବୁଝାଇ ଦିଆଯାଇଥିଲା।...

ଆଗାମୀ ପଞ୍ଚାୟତ ନିର୍ବାଚନ ବେଳକୁ ଏ ଲାଇଟି ଆଉ ନଥିବ ରାହାମା ୨୪/୭ ଲକ୍ଷେ ଟଙ୍କାର ହେଇମାକ୍ସ ଲାଇଟି ଖୁଣ୍ଟରୁ ୩ ଖସିଗଲାଣି ଆଉ ଦୁଇ ରହିଛି, ଜ଼ିଲ୍ଲା ପରିଷଦ ପାଣ୍ଠିରୁ ବିନିଯୋଗ କରାଯାଇ ରାହାମା ବଜ଼ାର ରେ ବିଜୁ ବାବୁ ଙ୍କ ଷ୍ଟାଚୁ କୁ ଆଲୋକୀ କରଣ କରିବାକୁ ଲଗା ଯାଇଥିବା ହାଇ ମାକ୍ସ ଲାଇଟି ଅବସ୍ଥା ଏପରି, l କୁଜଙ୍ଗ ବ୍ଲକ ଦୁଇ ନମ୍ବର ଯ଼ୋନ ଜ଼ିଲ୍ଲା ପରିଷଦ ସଭ୍ୟ ଙ୍କ ପାଣ୍ଠିରୁ ହାଇ ମାକ୍ସ ଲାଇଟି ଲଗାଯାଇ ଥିଲା ହେଲେ ଏହାର ଲାଇଫିକୁ ପାଞ୍ଚ ବର୍ଷ ପୁରିଲାନି ଅଚଳ ହୋଇ ଝଡି ପଡିଛି. ଲଖ୍ୟା ଧିକ...

ଆସିଲା କେନାଲ ରେ ପାଣି, ଚାଷୀ ଆଶ୍ୱସ୍ତ, ତିର୍ତୋଲ 24/7 ମହାନଦୀ ଦକ୍ଷିଣ ଡିଭିଜନ ଅଧୀନ ମଣିଜଙ୍ଗା ଜଳସେଚନ ଉପଖଣ୍ଡ ର ତାଳଦଣ୍ଡା କେନାଲ ଓ ତର ଶାଖା କେନାଲ ମାନଙ୍କ ରେ କୃଷି କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା ପାଇଁ ପାଣି ଛାଡିଛନ୍ତି ମଣିଜଙ୍ଗା ସହକାରୀ ନିର୍ବାହୀ ଯନ୍ତ୍ରୀ, ଚଳିତ ବର୍ଷ ଜଳାଭବ ଦେଖାଯିବାରୁ ଚାଷୀ ଙ୍କ ଚିନ୍ତା ବଢିଯାଇ ଥିଲା ତଳି ଘେରା ପ୍ରସ୍ତୁତ ଓ ରୋପଣ ନିମନ୍ତେ ପାଣି ନିଅଣ୍ଟିଆ ରହୁଥିବାରୁ ମଣିଜଙ୍ଗା ଜଳ ସେଚନ ଉପଖଣ୍ଡ ପ୍ରଥମ ନିୟନ୍ତ୍ରୀତ ବନ୍ୟା ଜଳକୁ ଚାଷ କାମ ରେ ବେବହାର କରିବାକୁ କେନାଲ ମାଧ୍ୟମରେ କୃଷି ଓ କୃଷକ ଙ୍କ ପାଖରେ ପହଂଚି ଥିବାରୁ...

ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ପାଖରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ ପୁରୀ /ନୁଆଁ ଦିଲ୍ଲୀ :(ସମୀର ରଞ୍ଜନ ନାୟକ )ଦିଲ୍ଲୀ ଏମ୍ସରେ ପହଞ୍ଚିଲା କ୍ରାଇମ୍ବ୍ରାଞ୍ଚର ୨ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚ ପହଞ୍ଚିଥିବା ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ସୂଚନା-ଘଟଣା ପଛର କାରଣ ଓ ଏଥିରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇନାହିଁସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଲେ ପୀଡ଼ିତାଙ୍କ ବୟାନ ରେକର୍ଡ ହୋଇପାରେ ତେବେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍। ପୀଡ଼ିତାଙ୍କ ବାପା ଓ ଭାଇ ସେଠାରେ ଥିବାରୁ ପଚରାଉଚରା କରିପାରନ୍ତି । ଏପର୍ଯ୍ୟନ୍ତ ଘଟଣାରେ କେଉଁମାନେ ସମ୍ପୃକ୍ତ ତାହା ସ୍ପଷ୍ଟ ହୋଇପାରିନି ।ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି । ଗଭୀର ଭାବେ ପୋଡ଼ିଥିବା ଅଂଶରେ...

IAS ଧୀମାନ ଚକ୍ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକ୍ମାଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ୫ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ। ଲାଞ୍ଚ ନେଲା ବେଳେ ଗିରଫ କରିଥିଲା ଭିଜିଲାନ୍ସ। ସୂଚନା ଅନୁସାରେ ଭିଜିଲାନ୍ସ ଗିରଫ ପରେ ତାଙ୍କ ପଦରୁ ନିଲମ୍ବନ କରିଥିଲେ ସରକାର। ଫାଇଲରେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ୧୦ ଲକ୍ଷ...

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଦେଲେ ଏମିତି କଥା… ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ । ବିରୋଧୀ ଅନାସ୍ଥା ଆଣିଲେ ସରକାର ଆହତ ହେବେନି। ଅନାସ୍ଥା ପ୍ରସ୍ତାବରେ ନିଜେ କ୍ଷତାକ୍ତ ହେବେ ବିରୋଧୀ । ଅନାସ୍ଥା ପ୍ରସ୍ତାବ ସେମାନଙ୍କ ପାଇଁ ବୁମେରାଂ ହେବ। ବିରୋଧୀ ଅନାସ୍ଥା ଆଣିପାରିବେ, ହେଲେ ହୋମୱାର୍କ କରନ୍ତୁ। ବିଜେଡି, କଂଗ୍ରେସ ୪୦ ବର୍ଷର ହିସାବ ନେଇକି ଆସନ୍ତୁ। ଆମେ ଗୋଟିଏ ବର୍ଷର ହିସାବ ଦେବୁ। ସେମାନେ ଲମ୍ବା ସମୟରେ କଣ କରିଛନ୍ତି, ଆମେ ବର୍ଷକରେ କଣ କରିଛୁ ସେନେଇ ଆମେ ହିସାବ...

ଜିଲ୍ଲା କଂଗ୍ରେସ ପକ୍ଷରୁ ସୌମ୍ୟଶ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି। ଜଗତସିଂହପୁର ତା=24/7/25 ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଏଫ.ଏମ୍ କଲେଜ ମୃତ୍ୟୁ ଛାତ୍ରୀ ସୌମଶ୍ରୀ ବିଶି ଙ୍କ ଏକାଦଶାହ ଉପଲକ୍ଷେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଓ ସ୍ଵାମୀ ବିବେକାନନ୍ଦ ସ୍ବୟଂ ଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏକ ମିନିଟ୍ ନିରବ ପ୍ରାର୍ଥନା ଓ ଦୀପଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀ ନାରାୟଣ...

ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ତିର୍ତ୍ତୋଲ-୨୪/୭-(ରିପୋର୍ଟ-ଟୁକନ ସେଠୀ)- ପାରାଦ୍ଵୀପ ସ୍ଥିତ ମାଳିକା ବର୍ଣ୍ଣିତ ଉଦୟବଟ ଧାମ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ତଥା ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର କଟରl ପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା , ମାଳିକାବିଶାରଦ , ଆଧ୍ୟାତ୍ମିକ ଧର୍ମଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ବୁଧବାର ଦିନ ପାରାଦୀପ ସମେତ ବେଗୁନିଆ ଜଗନ୍ନାଥ ତତ୍ତ୍ୱl ଶ୍ରମ ରେ ମଧ୍ୟ ବିପୁଳ ଆନନ୍ଦ...

ହରମଣି ଦେବୀ ପବ୍ଲିକ ସ୍କୁଲ, ଦରିୟା କୁଳର ହସ... ପୁରସ୍କୃତ ହେଲେ, ପ୍ରିୟଙ୍କା ଆଉ ଆୟୁସ୍ମାନ |~~~~~~~~~~~~~~~ ଜଗତସିଂହପୁର 24/7/2025(ସରୋଜ ନାୟକ ଙ୍କ ରିପୋର୍ଟ )ଏରସମା ବ୍ଲକ ପଞ୍ଚପାଲି ନିକଟରେ ଗାରଡ଼ମଲ ଗାଁ |,, ଜଣେ ବଦାନ୍ୟ ବ୍ୟକ୍ତିଙ୍କ ଉଦ୍ୟମରେ ହରମଣି ଦେବୀ ପବ୍ଲିକ ସ୍କୁଲ ନାମରେ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ ହୋଇଛି |ଏହା ସରକାରୀ ଅନୁଷ୍ଠାନ ନୁହେଁ!|ସ୍ଥାନୀୟ ଲୋକଙ୍କ ଦ୍ୱାରା ଗଠିତ ପରିଚାଳନା କମିଟି ଦ୍ୱାରା ପରିଚାଳିତ |ବିଦ୍ୟାଳୟର ଆର୍ଥିକ ସ୍ଥିତି ସେତେଟା ଭଲ ନୁହେଁ |ହେଲେ ଏହି ଅନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଉତ୍ତମ ଶିକ୍ଷାଦାନ ଦ୍ୱାରା, ଛାତ୍ର, ଛାତ୍ରୀ ମାନେ ନିୟମିତ ସଫଳତା ପାଉଛନ୍ତି...

ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ଅନିୟମିତତା। ଏରସମା:ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଆମ୍ବିକି ପଞ୍ଚାୟତ କାଙ୍କଣ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତୀ କାର୍ଯ୍ୟରେ ବ୍ୟାପକ ଭାବେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।ତେବେ ଏହି ବାତ୍ୟା ଆଶ୍ରୟସ୍ଥଳୀ ରକ୍ଷଣା ବେକ୍ଷଣ ଅଭାବରୁ କାନ୍ଥ ପ୍ଲାଷ୍ଟର,ୱାଲ୍ ବିମ୍ ଓ ତଳ ଫ୍ଲୋରିଂ ଗୁଡ଼ିକ ନଷ୍ଟ ହୋଇଯାଇ ଥିବାରୁ ବ୍ଲକ୍ ପକ୍ଷରୁ ଏହାକୁ ମରାମତୀ କରିବା ପାଇଁ ୬ଲକ୍ଷରୁ ଉର୍ଦ୍ଧ୍ବ ଅର୍ଥରାଶୀ ବିନିଯୋଗ କରାଯାଇଥିବା ଜଣା ପଡ଼ିଛି।ମାତ୍ର ଠିକାଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଲାଗି ରହିଥିବା ବେଳେ ସମ୍ପୃନ ଭାବେ ନିମ୍ନ ମାନର କାର୍ଯ୍ୟ...

Place_Khordha Date_24.7.25 Slug_ଦୁର୍ଘଟଣା ରେ ଜଳିଗଲା ଟ୍ରକ। Slug_୧୬ନମ୍ବର ଜାତୀୟ ରାଜପଥ ଗୋଳବାଇ ଓଭରବ୍ରିଜ ଉପରେ ଟ୍ରକକୁ ପଛରୁ ପିଟିଲା ଟ୍ରକ।ଦୁର୍ଘଟଣା ଘଟାଆଥିବା ଟ୍ରକରେ ଲାଗିଲା ନିଆଁ ଅଳ୍ପକେ ମୃତ୍ୟୁ ମୁଖରୁ ବଂଚିଲେ ଡ୍ରାଇଭର ଓ ହେଲଫର।ସୂଚନାରୁ ଜଣାପଡିଛି ଏକ ମାଲ ବୋଝେଇ ଟ୍ରକ ବାଲୁଗାଁ ପଟୁ ଖୋର୍ଦ୍ଧା ପଟକୁ ଆସୁଥିବା ସମୟରେ ଗୋଳବାଇ ଓଭରବ୍ରିଜ ଉପରେ ଏକ ଟ୍ରକ ଅଟକି ରହିଥିଲା ଉକ୍ତ ଟ୍ରକକୁ ମାଲବୋଝେଇ ଟ୍ରକଟି ଧକ୍କା ଦେଇଥିଲା।ଧକ୍କା ଦେଇଥିବା ଟ୍ରକର ଆଗ ଇଂଜିନ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ପାଉଁଶ ହୋଇଯାଇଛି।ଟ୍ରକର ଡ୍ରାଇଭର ଓ ହେଲଫର ଅଳ୍ପକେ ମୃତ୍ୟୁ ମୁଖରୁ ଚଂଚି ଯାଇଛନ୍ତି।ଆହତ ଡ୍ରାଇଭର ଓ...