
ବଣିଆସାହି ଛକ ଠାରୁ ନଦା ମହଲା ଛକ ପର୍ଯ୍ୟନ୍ତ ରାସ୍ତା ସଫା କଲେ ଯୁବକ ମାନେ ତିର୍ତ୍ତୋଲ ୨୪/୬- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିଷନପୁର ପଞ୍ଚାୟତ ପୋଷଲ - କୃଷ୍ନାନନ୍ଦପୁର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ବଣିଆସାହି ଛକ ଠାରୁ ନଦାମହଲା ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ମାଡି ଯାଇଥିବା ଗଛ ଲତା ଓ ଡାଳ ସଫା କରିଥିଲେ l ରାସ୍ତା ର ଅନେକ ସ୍ଥାନରେ ଦୁଇ ପାର୍ଶ୍ୱରେ ଅନାବନା ଗଛ ଲତା ଭର୍ତ୍ତି ହୋଇ ରାସ୍ତା ସଂକୁଚିତ ହୋଇଯିବା ଫଳରେ ଜନସାଧାରଣ ମାନଙ୍କର ଯାତାୟାତ ରେ ନାନାଦିପ୍ରକାର ଅସୁବିଧା ର ସମ୍ମୁଖୀନ ହେଉଥିବା ନଜିର ରହିଛି l...

ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁ ନେଇ ବୁଗୁଡ଼ା ରୁ ଏକ ଛାତ୍ର ପ୍ରତିନିଧି ଦଳ ବାଲିପଦର ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ସହ ଅଣ ଛାତ୍ର ପ୍ରବେଶ, ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ଓ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଛନ୍ତି ଏଥିରେ ଛାତ୍ର ନେତା ରାକେଶ ଜେନା, ସୁରୀୟ ପ୍ରକାଶ ସାହୁ, ସୋନୁ ଜେନା ପ୍ରମୁଖ ଯୋଗ ଦେଇଥିଲେ।ସୂଚନାଯୋଗ୍ୟ ଯେ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ନେଇ ଗତି କରୁଛି ଏବଂ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ଜଣାଇଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନାହାନ୍ତି।ସରକାର ବଦଳିଲା କିନ୍ତୁ ଏହି...

ହସି ପାରିବ ବନିତା - ସହାୟତା ବ୍ୟାସ ଫାଉଣ୍ଡେସନ ତିର୍ତ୍ତୋଲ-୨୪/୬-(ରିପୋର୍ଟ-ଟୁକନ ସେଠୀ)-ଈଶ୍ୱର ଯେ ମଙ୍ଗଳମୟ ଏ କଥା ଆମେ ଜାଣିଥିଲେ ମଧ୍ୟ ବେଳେ ବେଳେ ତାଙ୍କ ଉପରେ ଅଭିମାନ ଆସେ । କିନ୍ତୁ ଈଶ୍ଵରଙ୍କର ପ୍ରତିଟି ପଦକ୍ଷେପରେ ପ୍ରାଣୀର ମଙ୍ଗଳ ସାଧିତ ହୋଇଥାଏ । ବୋରିଖି ଗ୍ରାମର ସ୍ୱର୍ଗତଃ ବନବିହାରୀ ଜେନାଙ୍କ ବିଧବା ପତ୍ନୀ ବନିତା ଜେନାଙ୍କ କାହାଣୀ ଏହି କଥାର ମାର୍ମିକ ଉଦାହରଣ ଅଟେ । ସ୍ବାମୀଙ୍କ ମୃତ୍ୟୁ ପରେ ନିକଟ ସମ୍ପର୍କୀୟମାନଙ୍କ ହତାଦର ଓ ନିର୍ଯ୍ୟାତନା ମଧ୍ୟରେ ଅତିଷ୍ଠ ହୋଇ ପୁଅ ଝିଅର ପାଠ ପଢା, ଭବିଷ୍ୟତ ଓ ଅଧିକାର ପାଇଁ ବ୍ୟାସ ଫାଉଣ୍ଡେସନ ମାଧ୍ୟମରେ...

ଝଙ୍କଡ଼ରତ୍ନ ଗୋଲୋକ ପଲlଇଙ୍କ 'ଏଇ ମୋ ଗାଁ ' ପୁସ୍ତକ ଉନ୍ମୋଚନ ତିର୍ତ୍ତୋଲ-୨୪/୬-(ରିପୋର୍ଟ-ଟୁକନ ସେଠୀ)-,ସମଗ୍ର ବିଶ୍ୱ ସାହିତ୍ୟର ଏନ୍ତୁଡ଼ିଶାଳ ହେଉଛି ଗାଆଁ l ଗାଆଁ ମାଟିର କବି ସାରଳା ଦାସ ଓଡ଼ିଆ ଭାଷାରେ ବିଶାଳ ମହାଭାରତ କାବ୍ୟ ରଚନା କରିଥିବାରୁ ତାଙ୍କୁ ଏ ମାଟିର ମହାକବି ବୋଲି କୁହାଯାଇଛି l ପଲ୍ଲୀକବି ନନ୍ଦକିଶୋର ବଳ, କବି ସଚ୍ଚି ରାଉତରାୟ,କବି ନନ୍ଦକିଶୋର ସାମଲଙ୍କ ଭଳି କବିମାନଙ୍କ ଗ୍ରାମ୍ୟ କବିତାଗୁଡିକରେ ଅନୁପ୍ରାଣିତ ହୋଇ ଝଙ୍କଡ଼ରତ୍ନ ଗୋଲୋକ ବିହାରୀ ପଲାଇଙ୍କ ଦ୍ୱାରା ପଚସ୍ତରୀଟି ଗ୍ରାମ୍ୟ କବିତାର ଏକ ସଂକଳନ 'ଏଇ ମୋ ଗାଆଁ 'ପ୍ରକାଶ...

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ସ୍ୱାମୀ, ଶ୍ୱଶୁର,ଦିଅରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଶୂନ, କାକଟପୁର ତା 24 /6 କାକଟପୁର ଥାନା ଅଧିନସ୍ଥ ଅନନ୍ତପୁର ଗ୍ରାମରେ ଶାଶୁର ପିଣ୍ଡ ପକାଇବାକୁ ଆସିଥିବା ବଡ଼ବୋହୂକୁ ଅକଥନୀୟ ନିର୍ଯ୍ୟାତନା ଦେବା ସହିତ ମରଣାନ୍ତକ ଆକ୍ରମଣ କରିଛନ୍ତି ପରିବାର ଲୋକେ l ଏନେଇ ବଡ଼ବୋହୁ ମଧୁସ୍ମିତା ରାୟ କାକଟପୁର ଥାନାକୁ ଖବର ଦେଇଥିଲେ ମଧ୍ୟ ଥାନା କର୍ମଚାରୀ ଯିବା ବେଳକୁ କର୍ମଚାରୀ ମାନଙ୍କୁ ପରିବାର ଲୋକେ ବୋହୁ ପାଗେଳୀ କହି ଘଉଡ଼ାଇ ଦେଇଥିଲେ l ସେତେବେଳକୁ ମହିଳା ଜଣଙ୍କ ସଂଜ୍ଞାହୀନ ଅବସ୍ଥାରେ ଥିଲେ l ଚେତା ଫେରିବା ପରେ ମଧୁସ୍ମିତା ନିଜ ବାପଘରକୁ ଖବର ଦେଇ କାକଟପୁର...

ଭୁବନେଶ୍ବର ୨୪/୦୬: ପୀୟୂଷଙ୍କୁ ନେଇ ଲାଗି ରହିଥିବା ଯାତ୍ରା କଳି ତୁଟିଲା । ଯାତ୍ରା ସିଂହବାହିନୀକୁ ଯିବେ ଲୋକପ୍ରିୟ ଯାତ୍ରା କଳାକାର ପୀୟୂଷ ତ୍ରିପାଠୀ । ସେ ପାଞ୍ଚ ବର୍ଷ ପାଇଁ ସଞ୍ଜୀବ ପାଢୀଙ୍କ ପାର୍ଟି ସହ ରହିବେ । ଏନେଇ ପୀୟୂଷ ନିଜେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି । ସେ ଯାତ୍ରା ସିଂହବାହିନୀ ସହିତ ପାଞ୍ଚ ବର୍ଷ ପାଇଁ ଅନୁବନ୍ଧିତ ଅଛନ୍ତି ।ଆଗାମୀ ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ସିଂହବାହିନୀରେ ରହିବେ ବୋଲି ସ୍ପଷ୍ଟ କରିଛନ୍ତି । ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ଘରେ ରହିବେ କୌଣସି ପାର୍ଟିକୁ ଯିବେ ନାହିଁ ବୋଲି...

( ପଥଭ୍ରଷ୍ଟ ଯୁବ ପିଢ଼ିମାନଙ୍କ ପାଇଁ ଘୋଡାନାଚ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ ) ଜଗତସିଂହପୁର ତା =24/6/25 ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଚାରିଆଡେ ନିଶାଚର ମାନେ କାୟା ବିସ୍ତାର କରିବାରୁ ଆଜିର ଯୁବ ପିଢ଼ି ପଥଭ୍ରଷ୍ଟ ହୋଇ ଅନେକ ଅସାମାଜିକ କାର୍ଯ୍ୟ ରେ ଲିପ୍ତ ରହୁଛନ୍ତି |ଦୈନଦିନ ଆମ ସମାଜ ରେ ଅସାମାଜିକ କାର୍ଯ୍ୟକଳାପ ମଧ୍ୟ୍ୟ ବୃଦ୍ଧି ପାଉଛି | ନିଶା ସେବନ କରି କେତେ ପରିବାର ସର୍ବଶାନ୍ତ ହେଉଛନ୍ତି | ପଥଭ୍ରଷ୍ଟ ଯୁବ ପିଢ଼ି ଙ୍କୁ ଉଚିତ ମାର୍ଗ କୁ ଆଣିବା ନିମନ୍ତେ ଜଗତସିଂହପୁର ବ୍ଲକ କଳା ସଂସ୍କୃତି ସଂଘ ଓ ଓଡ଼ିଆ ଭାଷା...

ଶିଶୁ ଶ୍ରମିକ ଉଦ୍ଧାର ପାଇଁ ଅସ୍ତରଙ୍ଗ ରେ ପହଞ୍ଚିଲା ଶ୍ରମବିଭାଗ କାକଟପୁର ୨୩/୬ (ତୁଷାର ଦୀକ୍ଷିତ )ଏବେ ଏବେ ମିଳୁଛି ବିଭିନ୍ନ ବିଭାଗ ର ନ୍ୟାୟିକ କାର୍ଯ୍ୟ ଦକ୍ଷତା, ଅସ୍ତରଙ୍ଗ ବ୍ଲକ ପ୍ରଶାସନ ଯେଉଁଠି ଦକ୍ଷତା ଦେଖେଇବାରେ ଅସମର୍ଥ ସେଠି ଜିଲ୍ଲା ପ୍ରଶାସନ ତରଫରୁ କରାଯାଉଛି ଅଚାନକ ଚଢ଼ାଉ, ଅସ୍ତରଙ୍ଗ ବଜାର ରେ ଅନେକ ବ୍ୟବସାୟିକ ଅନୁଷ୍ଠାନ ରେ ଦୀର୍ଘବର୍ଷ ହେବ ନାବାଳକ ଶ୍ରମିକ ଙ୍କୁ କାର୍ଯ୍ୟ ରେ ନିୟୋଜିତ କରିଆସିଛନ୍ତି କିଛି ବ୍ୟବସାୟୀ, ଯାହାକୁ ଦୃଷ୍ଟି ରେ ରଖି ଅନେକ ଦିନ ହେବ ଅନେକ ଗଣମାଧ୍ୟମ ସଂସ୍ଥା ରେ ଏହି ଖବର ପ୍ରସାରଣ ହେଈ ଆସୁଥିଲା, ଆଜି...

ବିଜେପି ନେତାଙ୍କ ପ୍ରୟାସରେ ମୁମ୍ବାଇରୁ ଓଡିଶା ଆସିଲା ଯୁବକଙ୍କ ମରଶରୀର। ଖଇରା,୨୩/୦୬:ଖଇରା ଥାନା ଶୁଣ୍ଢିରା-ଗଣ୍ଡିବେଡ଼ ପଞ୍ଚାୟତ ଅଧିନ ନୂଆସାହି ଗ୍ରାମର ମୁମ୍ବାଇରେ ରହୁଥିବା ଜଣେ ଯୁବକଙ୍କ ମୃତଦେହ ବିଜେପି ମୁଖପାତ୍ର ଠାକୁର ରଞ୍ଜିତ ଦାସଙ୍କ ପ୍ରୟାସରେ ଘରକୁ ଅଣାଯାଇଛି।ନୂଆସାହି ଗ୍ରାମର ନିରଞ୍ଜନ ଶିଅଳ ମୁମ୍ବାଇ ଥାନେ ଅଞ୍ଚଳର ଏକ ଦୋକାନରେ ରହି କାର୍ଯ୍ୟ କରୁଥିଲେ।ହେଲେ ଗତ ଶନିବାର ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।ଘଟଣା ବିଷୟରେ ଖବର ପାଇ ନିରଞ୍ଜନଙ୍କ ପତ୍ନୀ ସନ୍ଧ୍ୟାରାଣୀ ଶିଅଳଙ୍କ ସମେତ ପରିବାର ଲୋକେ ବିଜେପି ନେତା ଠାକୁର ରଞ୍ଜିତ ଦାସଙ୍କୁ ଘଟଣା ବିଷୟରେ ଜଣାଇବା ସହ ମୃତ ଘରକୁ ଆଣିବାକୁ ନିବେଦନ...

ଫଟୋ ସାମ୍ବାଦିକ ବୀରୁ ସାହୁଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା ଭୁବନେଶ୍ୱର: ୨୩ /୬ ଭୁବନେଶ୍ବର ରେ ଇ ପି ଏ ଉଇକ୍ଲି ଗଣମାଧ୍ୟମରେ କାର୍ଯ୍ୟରତ ଯୁବ ଫଟୋ ସାମ୍ବାଦିକ ଵିରୁ ସାହୁଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଛି।ସେ କିଛି ଦିନ ଧରି ଅସୁସ୍ଥ ଥିବା ଯୋଗୁଁ ଏମ୍ସ ରେ ଚିକିତ୍ସାଧୀନ ଥିଲେ।ଗତକାଲି ରାତ୍ରି ରେ ଖାଇ ପିଇ ସୋଇଥିଲେ କିନ୍ତୁ ସକାଳ ହେବା ପରେ ସେ ଆଉ ଉଠି ନଥିଲେ।ପରିବାର ଲୋକ ତାଙ୍କୁ ମେଡିକାଲ ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ପରେ ତାଙ୍କ ଶେଷକୃତ୍ୟ ପୁରୀ ସ୍ଵର୍ଗଦ୍ଵାର ରେ ସମ୍ପନ୍ନ ହୋଇଥିଲା।ଏହାପରେ ଆଜି ସନ୍ଧ୍ୟାରେ...

ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର - ତିର୍ତୋଲ ୨୩/୦୬. ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ତିର୍ତ୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ଅଧିକାରୀ ମାନେ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ। ଆଜି ମୋଟ ୬୮ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୫୫ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ /ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୩ ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ୍ କାର୍ଡ ସମସ୍ୟା ସମ୍ପର୍କୀୟ ୧୮ ଟି, ଆବାସ ଯୋଜନା ସମ୍ପର୍କୀୟ ୦୪...

ବାବାଜୀ ଅଭାବ ରୁ ଛତା ମଠାରେ ତାଲା, ଅପୂଜା ସମାଧି, ଅପୂଜା ଭାଗବତୀ ଠାକୁରାଣୀ ତିର୍ତୋଲ 22/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଇବିରୀସିଂ ପଂଚାୟତ ଠାରେ ଥିବା ବହୁ ପୁରାତନ ଛତା ମଠ ରେ ଉତରାଧିକାରୀ ବାବାଜୀ ନମିଳିବାରୁ ମଠଟି ରେ ଦୀର୍ଘ ଦିନ ହେଲାଣି ତାଲା ଝୁଲୁଛି, ମଠ ଭିତରେ ଥିବା ବହୁ ସାଧୁ ଙ୍କ ସମାଧି ପୀଠ ଓ ମଠର ଆରାଧ୍ୟ୍ୟ ଦେଵୀ ମା ଭଗବତୀ ଙ୍କ ଅପୂଜା ରହୁଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି l ସାଗବରିଆ ଗ୍ରାମ ରେ ଥିବା ଏହି ମଠ ଟିର ବହୁ କିମ୍ବଦନ୍ତି କାହାଣୀ ରହିଛି, ଛତା...